୨୫୯ ଦୋକାନ ଉପରେ ଚଢାଉ: ୨୮୪ କେଜି ପଲିଥିନ ଜବତ, ୫୪ ହଜାର ଟଙ୍କା ଜରିମାନା ଆଦାୟ

ଜୟପୁର,୧ା୭ (ନି.ପ୍ର)- ଜୟପୁର ସହରରେ ବେଆଇନ ଭାବେ ପଲିଥିନ କାରବାର ଜୋରସୋରରେ ଚାଲିଛି ା ଏହାକୁ ରୋକିବା ଲାଗି ଏକ ଟିମ୍‌ ୫ ଦିନ ହେବ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ା ଏହି ଟିମ୍‌ ଚଢାଉ କରି ୫୦ ମାଇକ୍ରୋନରୁ କମ୍‌ଥିବା ବେଆଇନ ପଲିଥିନକୁ ଜବତ କରିଛି ା ୫ ଦିନ ମଧ୍ୟରେ ୨୫୯ ଟି ଦୋକାନ ଉପରେ ଚଢାଉ କରାଯାଇ ୨୮୪ କେଜି ପିଲିଥିନ ଜବତ କରାଯାଇଛି ା ଏମାନଙ୍କଠାରୁ ୫୪୦୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି ା ସୋମବାର ସହରର କେବିଏସଡି ରୋଡ, ତାରିଣି ଛକ, ଜୟନଗର, କୁମ୍ବାରସାହି, ପ୍ରସାଦରାଓପେଟା ଜେଲ ରୋଡ ଆଦି ସ୍ଥାନରେ ଥିବା ୭୯ଟି ଦୋକାନ, ହୋଟେଲରେ ଚଢାଉ କରାଯାଇଥିଲା ା ସେଥିମଧ୍ୟରୁ ୩୧ଟି ଦୋକାନରୁ ପଲିଥିନ ଜବତ କରାଯାଇଥିବା ବେଳେ ୬୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ା ସେହିପରି ରବିବାର ସହରର ପାରାବେଢା, ଏମ.ଜିରୋଡ, ମୁଖ୍ୟ ରାସ୍ତାରେ ଥିବା ୪୯ଟି ଦୋକାନ ଉପରେ ଚଢାଉ କରାଯାଇ ୩୧ଟି ଦୋକାନରୁ ପଲିଥିନ ଜବତ କରାଯାଇଥିଲା ା ଏଥିସହ ୯୧୦୦ ଟଙ୍କା ଜବତ କରାଯାଇଛି ା ଏହି ଚଢାଉରେ ଜୟପୁର ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକ ମାଜିଷ୍ଟେଟ ଭାବେ ଉପସ୍ଥିତ ଥିଲେ ା ଏହି ଟିମ୍‌ରେ ଟାଉନ ପୋଲିସ, ବନ ବିଭାଗ, ପୌରପରିଷଦ , ମେଡିକାଲ କର୍ମଚାରୀ ରହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri