ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ସୁନାଥର ଗାଁର କବିରାଜ ବେହେରା। ଜେଲ ନିକଟସ୍ଥ ବିଲପାର୍ଶ୍ୱ କିଆବୁଦାରୁ ଜେଲ କର୍ମଚାରୀମାନେ ତାଙ୍କୁ କାବୁ କରିଛନ୍ତି। ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଗତ ଡିସେମ୍ବର ୭ରେ ଛତ୍ରପୁର ସବ୍ଜେଲକୁ ଆସିଥିଲେ। ସେ ସୋମବାର ପାଚେରି ଡେଇଁ ପଳାଇଯାଇଥିବା ନେଇ ସବ୍ଜେଲ ସୁପରିଣ୍ଟେଣ୍ଡେଣ୍ଟ ଶୁଭସ୍ମିତା ବିଶ୍ୱାଳ ମଙ୍ଗଳବାର ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଏଥିସହ ଏ ସମ୍ପର୍କରେ ସେ ଡିଆଇଜି(ପ୍ରିଜନ୍) ରଘୁନାଥ ମାଝିଙ୍କୁ ମଧ୍ୟ ଜଣାଇଥିଲେ। ଡିଆଇଜି ମାଝିଙ୍କ ସମେତ ବ୍ରହ୍ମପୁର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଏ. କେ. ସିହ୍ନା, ଛତ୍ରପୁର ଏସ୍ଡିପିଓ ଗୌତମ କିଶାନ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସବ୍ଜେଲରେ ପହଞ୍ଚି ତଦନ୍ତ କରିଥିଲେ। ସିସିଟିଭି ଫୁଟେଜ୍ ଯାଞ୍ଚ ଓ ଜେଲ୍ ପଛପଟ ପାଚେରି ବାହାରେ ଥିବା ଚିହ୍ନରୁ ଅଭିଯୁକ୍ତ ପାଚେରି ଡେଇଁ ଚମ୍ପଟ ମାରିଥିବା ଜଣାପଡିଥିଲା। କବିରାଜଙ୍କ ବିରୋଧରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ଗତ ମାର୍ଚ୍ଚ ୬ ତାରିଖରେ ଏ ନେଇ ଛତ୍ରପୁର ଥାନାରେ ଏତଲା ହୋଇଥିଲା। ଏହାପରେ କବିରାଜ ଫେରାର୍ ଥିଲେ। ଡିସେମ୍ବର ୭ ତାରିଖରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୋମବାର ସନ୍ଧ୍ୟାରେ ଜେଲ ଅନ୍ତେବସୀଙ୍କ ଗଣତି ବେଳେ କବିରାଜ ନ ଥିବା ଜଣାପଡ଼ିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଏ ସମ୍ପର୍କରେ ଛତ୍ରପୁର ଥାନାରେ ଅବଗତ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଯୋଗୁ ମୁଖ୍ୟ ଜେଲ ଓ୍ବାଡର ଚିତ୍ତରଞ୍ଜନ ନାୟକଙ୍କୁ ବ୍ରହ୍ମପୁର ଜେଲ ଡିଆଇଜି ରଘୁନାଥ ମାଝି ନିଲମ୍ବିତ କରିଛନ୍ତି।
୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ, କର୍ତ୍ତବ୍ୟରେ ଅବହେଳା ମୁଖ୍ୟ ଜେଲ ଓ୍ବାଡର ନିଲମ୍ବିତ
Posted inଆମ ଜିଲା ଖବର, ଗଞ୍ଜାମ View All
ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…
ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…
ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…
କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ
କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…
୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ
ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…
ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍ ଠାବ
ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…
କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ
ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ଜଣ…
ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…
ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…
ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ବେଳାଭୂମି ଅବକ୍ଷୟ ରୋକିବାକୁ ଦାବିପତ୍ର
ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପାଳ ଭି…
Archives

