୨୧୦ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ

ଖୋର୍ଦ୍ଧା ଅଫିସ,୩୦।୩: କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଲାଗି ଖୋର୍ଦ୍ଧା ଜିଲାର ୧୯୦ ପଞ୍ଚାୟତ, ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ, ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୨୧୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ। ଏଥିଲାଗି ପ୍ରତି ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ଏହି ଅର୍ଥରେ ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ ଆଦି ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ବର ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ କହିଛନ୍ତି। ପ୍ରତି ପଞ୍ଚାୟତରେ ୫୦ଟି ଶଯ୍ୟା ରହିବ। ଏହି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ସ୍କୁଲ, କଲେଜ, ୟୁନିଟ ହଲ, କଲ୍ୟାଣ ମଣ୍ଡପ, ରାଜୀବଗାନ୍ଧୀ ଆବାସ କେନ୍ଦ୍ରରେ ହେବ। ଭୁବନେଶ୍ବରକୁ ବାଦ ଦେଇ ଜିଲାରେ ୯୩୨ ଅସହାୟ, ଗରିବ ବ୍ୟକ୍ତି ସହାୟତା ଦିଆଯାଇଛି। ସେହିପରି କରୋନା ନିମୟ ଉଲ୍ଲଂଘନ କରି ୪ ଗିରଫ ହୋଇଥିବା ସୂଚନା ଦିଆଯାଇଛି।