୨୦ ବର୍ଷରେ ବୁଟୁ-ଲକ୍ଷ୍ମୀଧର ଯୋଡ଼ିଚା’ ଦୋକାନ ଦେଇଛି ସାହାରା :ଏକାଠି ଭଡା ଘର ନେଇ ସପରିବାର ରହୁଛନ୍ତି

କେନ୍ଦୁଝର, ୧୬ା୭ (ସ୍ବ.ପ୍ର.)- ସେମାନେ ଥିଲେ ପରସ୍ପର ଅପରିଚିତ। ଗ୍ରାମ ଅଲଗା ା କାମ ବି ଅଲଗା । ପରିସ୍ଥିତି ସେମାନଙ୍କୁ ଏକାଠି କଲା। ଆଜିକୁ ୨୦ ବର୍ଷ ଧରି ସହଭାଗିତା ଭିତ୍ତିରେ ଏକାଠି ହୋଇ ସେମାନେ ଏକ ଚା’ ଦୋକାନ କରି ପରିବାରର ଗୁଜରାଣ ମେଣ୍ଟାଇ ଆସୁଛନ୍ତି। ସହଭାଗିତା ଜରିଆରେ କାମକରି ସଫଳତା ପାଇବା ସମ୍ଭବ ଏକଥା ସେମାନେ ପ୍ରମାଣକରି ଦେଖାଇ ପାରିଛନ୍ତ, ଯାହା ଅନ୍ୟମାନଙ୍କ ଲାଗି ଦୃଷ୍ଟାନ୍ତ ସାଜିଛି। ଏହି ଦୁଇବନ୍ଧୁ ହେଲେ ଲକ୍ଷ୍ମୀଧର ନାୟକ ଓ ବୁଟୁ ନାୟକ । ଅଞ୍ଚଳବାସୀ ସେମାନଙ୍କୁ ପ୍ରଶଂସା କରି ବୁଟୁ-ଲକ୍ଷ୍ମୀ ଯୋଡି ବୋଲି କହନ୍ତି। ଉତ୍ତମ ସ୍ବଭାବ ଓ ବ୍ୟବହାର ଲାଗି ଦୁଇବନ୍ଧୁ ସହରରେ ବେଶ୍‌ ଚର୍ଚ୍ଚାରେ ରହି ଆସିଛନ୍ତି।
କେନ୍ଦୁଝର ସହର ଡେଲି ମାର୍କେଟ ନିକଟ ଅଜନ୍ତା ଗଳିରେ ରହିଛି ସେମାନଙ୍କ ଛୋଟ ଚା’ ଦୋକାନ। ଦୁଇବନ୍ଧୁ ପରସ୍ପର ବୁଝାମଣା ରଖି ଏହି ଚା’ ଦୋକାନ ଚଳାଇ ଅନେକ ସ୍ଥାୟୀ ଗ୍ରାହକ ସୃଷ୍ଟି କରି ପାରିଛନ୍ତି। ଅଧିକାଂଶ ସମୟରେ ଦୋକାନରେ ଭିଡ ଜମିଥାଏ। ଉତ୍ତମ ବ୍ୟବହାର ଓ ସାଧୁତା ସେମାନଙ୍କ ବ୍ୟାବସାୟିକ ସଫଳତାର ଚାବିକାଠି ବୋଲି କହନ୍ତି, ଲକ୍ଷ୍ମୀଧର ଓ ବୁଟୁ ।
ପାଳିକରି ଏକ ଭିନ୍ନ ଢଙ୍ଗରେ ସେମାନେ ଚା’ଦୋକାନ ଖୋଲି ପରିଚାଳନା କରିଆସୁଛନ୍ତି। ଗୋଟିଏ ସପ୍ତାହ ଜଣେ ଦାୟିତ୍ୱରେ ରହିଲେ, ଆର ସପ୍ତାହକୁ ଆଉ ଜଣେ ରହନ୍ତି। ଦାୟିତ୍ୱରେ ଥିବା ସପ୍ତାହରେ ଯାହା ରୋଜଗାର ହୁଏ, ତାକୁ ସେହି ବନ୍ଧୁ ନେଇଥାନ୍ତି। ଉତ୍ତମ ବୁଝାମଣା ଯୋଗୁ ଦୁହିଁଙ୍କ ମଧ୍ୟରେ ଏ ନେଇ କେବେ ବି ଦ୍ୱନ୍ଦ୍ୱ ଦେଖାଦେଇ ନାହିଁ । ସେମାନେ ପରସ୍ପର ସୁଖଦୁଃଖର ସାଥୀ ହୋଇ ଚଳି ଆସିଛନ୍ତି।
ଲକ୍ଷ୍ମୀଧରଙ୍କ ଘର ହରିଚନ୍ଦନପୁର ବ୍ଲକ ମିଶ୍ରମାଳ ଗ୍ରାମରେ। ୪ର୍ଥ ଶ୍ରେଣୀରୁ ପାଠପଢା ଛାଡି ସେ ଘରୁ ଚାଲିଆସି ଏଣେତେଣେ ବୁଲି ବିଭିନ୍ନ ହୋଟେଲରେ କିଛି ବର୍ଷ କାମ କରଥିଲେ। ପରେ ଆସାମ ଯାଇ ଏକ ସଂସ୍ଥାରେ ୬ ମାସ କାମ କରିଥିଲେ। ଏଠାରେ ହୋଟେଲରେ କାମ କରିବା ବେଳେ ବୁଟୁଙ୍କ ସହିତ ମିଶିଥିଲେ ଲକ୍ଷ୍ମୀଧର। ବୁଟୁଙ୍କ ଘର ମୟୂରଭଞ୍ଜ ଜିଲା ମହାଦେବଦେଉଳି ଗ୍ରାମରେ। ସେ କେନ୍ଦୁଝରର ଏକ ଲଜରେ କାମ କରୁଥିଲେ ା ଉଭୟ ଘରଛାଡି ଏଠାକୁ ଆସି ବଞ୍ଚିବା ପାଇଁ ସଂଘର୍ଷ କରୁଥିବାରୁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଶେଷରେ ସେମାନେ ଉଭୟ ମିଶି ଏକ ଚା’ ଦୋକାନ କରିବାକୁ ନିଷ୍ପତ୍ତିି ନେଇଥିଲେ। ସେବେଠାରୁ ଆଉ କେହି ପଛକୁ ଫେରି ଚାହିଁ ନାହାନ୍ତି।
ଲକ୍ଷ୍ମୀଧର ୮ ବର୍ଷ ହେବ ବିବାହ କରିଛନ୍ତି । ତାଙ୍କର ଗୋଟିଏ ଝିଅ ଅଛି। ବୁଟୁ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ନେଇ ରହୁଛନ୍ତି। ଉଭୟ କେନ୍ଦୁଝର ସହରରେ ଏକ ଭଡାଘର ନେଇ ମିଳିମିଶି ରହୁଛନ୍ତି। ସେମାନଙ୍କ ସ୍ଥାୟୀ ଦୋକାନ ନ ଥିବାରୁ ରାସ୍ତା କଡରେ ଅସ୍ଥାୟୀ ଭାବେ ପଲା ମାରି ଚା’ ବିକିି ଆସୁଛନ୍ତିି। ରାସ୍ତା ସମ୍ପ୍ରସାରଣ ଲାଗି ସେମାନଙ୍କୁ ବାରମ୍ବାର ବିସ୍ଥାପିତ ହେବାକୁ ପଡିଛି। ଅର୍ଥାଭାବ ଯୋଗୁ ଅମାନତ ଜମା ଦେଇ ସ୍ଥାୟୀ ଦୋକାନ ଖୋଲିବାକୁ ସମର୍ଥ ହୋଇ ନାହାନ୍ତି। ମନ ମିଶିଲେ ଏବଂ ଆଗ୍ରହ ଥିଲେ ସବୁକିଛି ସମ୍ଭବ ଏବଂ ଛୋଟକାଟ୍‌ର ବ୍ୟବସାୟ କରି ପେଟପାଟଣା ପୋଷିବା ଅସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri