Posted inଖେଳ

୨୦୨୨ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗରେ ଭାରତ-କାତାର ମ୍ୟାଚ ସମ୍ଭାବନା

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି): ଭାରତର ଅଘୋଷିତ କ୍ରୀଡ଼ା ରାଜଧାନୀଭାବେ ବିବେଚିତ ହେଉଥିବା ଭୁବନେଶ୍ୱରକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ଼ ମ୍ୟାଚ। ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମୀ ପାଇଁ ଏଠାରେ ହକି ବିଶ୍ୱକପଠାରୁ ଆରମ୍ଭ କରି ଅନେକ ଜାତୀୟ/ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜିତ ହୋଇସାରିଛି। ଆଗାମୀ ନଭେମ୍ବରରେ ଏଠାରେ ଉଭୟ ମହିଳା ଓ ପୁରୁଷ ବିଭାଗର ଅଲିମ୍ପିକ୍ସ କ୍ୱାଲିଫାୟର୍ସ ହକି ମ୍ୟାଚ ଅନୁଷ୍ଠିତ ହେବ। ଏବେ ମିଳିଛି ଆଉ ଏକ ବଡ଼ ଖବର। ୨୦୨୨ ଫିଫା ବିଶ୍ୱକପ ପାଇଁ ଆସନ୍ତା ବର୍ଷ ମାର୍ଚ୍ଚରେ ଏଠାରେ ଭାରତ ଓ କାତାର ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବା ସମ୍ଭାବନା ଅଛି। ମଙ୍ଗଳବାର ରାଜ୍ୟ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣାଙ୍କ ଟୁଇଟ୍‌ ପରେ ଏହି ସମ୍ଭାବନା ଦୃଢ଼ୀଭୂତ ହୋଇଯାଇଛି। ଆସନ୍ତାବର୍ଷ ମାର୍ଚ୍ଚରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ କାତାର ମ୍ୟାଚର ଆକ୍ସନ ନିକଟରୁ ଦେଖିବା ଆଶା ରହିଛି ବୋଲି ଭିନିଲ ଟୁଇଟ କରିଛନ୍ତି। ଫିଫା ବିଶ୍ୱକପର ୨୨ତମ ସଂସ୍କରଣ କାତାରରେ ନଭେମ୍ବର ୨୧ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆୟୋଜକ ଦେଶଭାବେ କାତାର ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି। ତେଣୁ ସବୁକିଛି ଠିକ୍‌ ରହିଲେ ବିଶ୍ୱକପ ଖେଳିବାକୁ ଯାଉଥିବା ଏକ ଦଳର ଖେଳକୁ ଓଡ଼ିଶାର ଫୁଟବଲପ୍ରେମୀମାନେ ଅତି ନିକଟରୁ ଦେଖିବାର ସୁଯୋଗ ପାଇବେ। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ମହିଳା ଗୋଲ୍ଡକପ୍‌, ଆଇ-ଲିଗ୍‌, ଇଣ୍ଡିଆନ ସୁପର କପ୍‌, ଇଣ୍ଡିଆନ ସୁପରଲିଗ୍‌ ପରି ସମ୍ମାନଜନକ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ହୋଇ ସାରିଥିବାବେଳେ ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ଏବେ ପ୍ରଥମଥରପାଇଁ ଭାରତୀୟ ସିନିୟର ପୁରୁଷ ଫୁଟବଲ ଦଳ ଏଠାରେ ଏକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ଏକପ୍ରକାର ନିଶ୍ଚିତ ମନେହେଉଛି। ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଅନୁସାରେ ଭାରତ ଓ କାତାର ମ୍ୟାଚ ୨୦୨୦ ମାର୍ଚ୍ଚ ୨୬ରେ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଯଦି କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ହୁଏ ତେବେ କଳିଙ୍ଗ ଷ୍ଟାଡିୟମ ଇତିହାସରେ ଆଉଏକ ନୂତନ ଫର୍ଦ୍ଦ ଯୋଡ଼ିହେବ। ଭାରତୀୟ ସିନିୟର ପୁରୁଷ ଫୁଟବଲ ଦଳ ପ୍ରଥମଥର ପାଇଁ ଏଠାରେ ଏକ ମ୍ୟାଚ ଖେଳିବ। ଏହା ଓଡ଼ିଶାରେ ଫୁଟବଲକୁ କ୍ୟାରିୟର କରୁଥିବା ଖେଳାଳି ଓ ଫୁଟବଲ ପ୍ରେମୀଙ୍କ ପାଇଁ ନିଶ୍ଚିତଭାବେ ଏକ ଖୁସି ଖବର ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri