Posted inଖେଳ

୨୦୨୦ ପରେ ପେସ୍‌ ଅବସର ନେବେ

ନୂଆଦିଲ୍ଲୀ,୨୬।୧୨(ପି.ଟି.)- ଭାରତୀୟ ଟେନିସ ଆଇକନ୍‌ ଲିଆଣ୍ଡର ପେସ୍‌ ୨୦୨୦ ପରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବ ତାଙ୍କ ଗୌରବମୟ କ୍ୟାରିୟରର ଶେଷ ବର୍ଷ। ବିଶ୍ୱବ୍ୟାପୀ ଥିବା ସେ ତାଙ୍କ ପ୍ରଶଂସକଙ୍କ ସହ ମିଶିବା ଓ ମଉଜ କରିବା ପାଇଁ ଆସନ୍ତାବର୍ଷ କେତୋଟି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ପେସ୍‌ ଟୁଇଟ କରି ଉଲ୍ଲେଖ କରିଛନ୍ତି। ୪୬ ବର୍ଷୀୟ ପେସ୍‌ଙ୍କ ଫର୍ମ ସେତେଟା ଭଲ ନାହିଁ। କ୍ୟାରିୟରରେ ସେ ୧୮ଟି ଗ୍ରାଣ୍ଡସ୍ଳାମ ଟାଇଟଲ ଅର୍ଜନ କରିଛନ୍ତି। ଶେଷଥର ପାଇଁ ସେ ୨୦୧୬ରେ ଫ୍ରେଞ୍ଚ୍‌ ଓପନ୍‌ ମିକ୍ସଡ ଡବଲ୍ସ ଟାଇଟଲ ଅର୍ଜନ କରିଥିଲେ। ଡେଭିସ୍‌ କପ୍‌ ଇତିହାସରେ ସେ ସର୍ବାଧିକ ୪୪ଟି ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଦୀର୍ଘ ୧୯ ବର୍ଷପରେ ସେ ପ୍ରଥମଥର ପାଇଁ ଶ୍ରେଷ୍ଠ-୧୦୦ରୁ ବାଦ୍‌ ପଡିଛନ୍ତି। ୨୦୨୦ କ୍ୟାରିୟରର ଶେଷ ବର୍ଷ ହେବ ବୋଲି ସେ କହିଛନ୍ତି। ଇତିହାସର ଏକମାତ୍ର ଖେଳାଳିଭାବେ ପେସ୍‌ କ୍ରମାଗତ ଅଷ୍ଟମ ଅଲିମ୍ପିକ୍ସ ଖେଳିବାର ଲକ୍ଷ୍ୟରେ ରହିଛନ୍ତି। ପାଖାପାଖି ୩ ଦଶନ୍ଧିର କ୍ୟାରିୟରରେ ପେସ୍‌ ବେଶ୍‌ ସଫଳ ରହିଛନ୍ତି। ବ୍ରେନ୍‌ ଟ୍ୟୁମରରୁ ସେ ଆରୋଗ୍ୟ ଲାଭ କରି ପୁଣି ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏକମାତ୍ର ଟେନିସ ଖେଳାଳିଭାବେ ସେ ଭାରତ ପାଇଁ ଅଲିମ୍ପିକ୍ସ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ସେ ବ୍ରେଞ୍ଜ୍‌ ପଦକ ଜିତିଥିଲେ। ୯୦ ଦଶକରେ ସେ ନିଜ ଦେଶର ମହେଶ ଭୂପତିଙ୍କ ସହ ମିଶି ଡବଲ୍ସରେ ସଫଳତାର ଶୀର୍ଷକୁ ଛୁଇଁଥିଲେ। ଦୁହେଁ ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ସହ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷସ୍ଥାନ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?