୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି। ଗ୍ରାମାଞ୍ଚଳରେ ପ୍ରଚାର ସାରିବା ପରେ ଏବେ ପ୍ରାର୍ଥୀମାନେ ସହରାଭିମୁଖୀ ହୋଇଛନ୍ତି ା ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ (୫୫)ରେ ବିଜେଡି, ଭାଜପା ଏବଂ କଂଗ୍ରେସ ପକ୍ଷରୁ ୩ ପୂର୍ବତନ ବିଧାୟକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି।  ଗତ ୩୦ ବର୍ଷର ରାଜନୀତିକୁ ଅନୁଧ୍ୟାନ କଲେ ଜଣାପଡ଼େ, ଏଠାରୁ କୌଣସି ପ୍ରାର୍ଥୀ ଦ୍ୱିତୀୟ ଥର ବିଜୟୀ ହୋଇନାହାନ୍ତି। ତେଣୁ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଦ୍ୱିତୀୟ ଥର ବିଧାୟକ ଭାବେ ଜିତିବାକୁ ତୀବ୍ର ପ୍ରୟାସ ଜାରି ରଖିଛନ୍ତି।

ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ। ସେ ୨୦୦୪ରେ କଂଗ୍ରେସରୁ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୨୦୦୦ରେ ଏହି ଆସନରୁ ଜିତି ବିଧାୟକ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନବୀନ ନନ୍ଦ ୨୦୦୯ରେ ଏନ୍‌ସିପିରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇ ବିଧାୟକ ହୋଇଥିଲେ। ପରେ ସେ ବିଜେଡିରେ ଯୋଗଦେଇଥିଲେ। ଏତଦ୍‌ବ୍ୟତୀତ ସେ ୨୦୦୦ରେ ପୁରୁଣା ଗଁଦିଆ ବିଧାନସଭା ଆସନରୁ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ହେଲେ ନିର୍ବାଚନ ସମୟରେ ନବୀନଙ୍କ ବାରମ୍ବାର ଦଳବଦଳ ଘଟଣା ସବୁବେଳେ ଚର୍ଚ୍ଚାରେ ରହି ଆସିଛି।

ଢେଙ୍କାନାଳ ସଦର ବ୍ଲକର ୨୧ ଏବଂ ଗଁଦିଆ ବ୍ଲକର ୩୦ ପଞ୍ଚାୟତକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ। ସବୁ ନିର୍ବାଚନରେ ଗଁଦିଆ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସୁଛନ୍ତି। ତେଣୁ ଏହି ବ୍ଲକ ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଁଦିଆ ଆସି ପ୍ରଚାର କରି ଯାଇଥିବାବେଳେ ଭାଜପା ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଉକ୍ତ ଅଞ୍ଚଳରେ ଶନିବାର ଦିନତମାମ ପ୍ରଚାର କରିଛନ୍ତି। ଉଭୟେ ଦଳୀୟ କର୍ମୀଙ୍କ ଗହଣରେ ରୋଡ୍‌ ଶୋ, ପଥପ୍ରାନ୍ତ ସଭା କରି ଭୋଟ ଭିକ୍ଷା କରିଛନ୍ତି। ସେହିପରି ନବୀନ ନନ୍ଦ ଗଁଦିଆ ଅଞ୍ଚଳର ହୋଇଥିବାରୁ  ମାଟିର ପୁଅ ନାରା ଦେଇ ସେ ଭୋଟ ନିବେଦନ କରୁଛନ୍ତି। ଶନିବାର ସେ ଦେଓଗଁାରୁ  ବାଇକ୍‌ ଶୋଭାଯାତ୍ରା କରି ଢେଙ୍କାନାଳ ମିନି ଷ୍ଟାଡିୟମରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇଥିଲେ।

ଢେଙ୍କାନାଳ ବିଧାନସଭା ଆସନରୁ ୧୯୯୦ରେ ତଥାଗତ ସତପଥୀ (ଜନତା ଦଳ), ୧୯୯୫ରେ ନବୀନଚନ୍ଦ୍ର ନାରାୟଣ ଦାସ (କଂଗ୍ରେସ), ୨୦୦୦ରେ କୃଷ୍ଣଚନ୍ଦ୍ର ପାତ୍ର (ଭାଜପା), ୨୦୦୪ରେ ସୁଧୀର କୁମାର ସାମଲ (କଂଗ୍ରେସ), ୨୦୦୯ରେ ନବୀନ ନନ୍ଦ (ଏନ୍‌ସିପି), ୨୦୧୪ରେ ସରୋଜ କୁମାର ସାମଲ (ବିଜେଡି) ବିଜୟୀ ହୋଇଥିଲେ। ୨୦୧୯ରେ ଆସନ ବଞ୍ଚାଇ ରଖିବା ପାଇଁ ଶାସକ ଦଳ ପକ୍ଷରୁ ଜୋରସୋରରେ ପ୍ରୟାସ ଜାରିରହିଛି। ମୋଦିଙ୍କ ପରିବର୍ତ୍ତନ ଆହ୍ବାନକୁ ଆଧାର କରି ଆସନ ହାତେଇବାକୁ ଯଥାସାଧ୍ୟ ଉଦ୍ୟମ କରୁଛି ଭାଜପା। ସେହିପରି ବିଜେଡି ଓ ଭାଜପା ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଉପେକ୍ଷା କରିଥିବା ଅଭିଯୋଗ ଆଣି ଭୋଟରଙ୍କ ପାଖକୁ ଯାଉଛି କଂଗ୍ରେସ। ୩ ପୂର୍ବତନ ବିଧାୟକ ବାଜି ମାରିବା ଲକ୍ଷ୍ୟରେ ଥିବାବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଢେଙ୍କାନାଳ ବିଧାନସଭା ଆସନରୁ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୁଧୀର କୁମାର ସାମଲ (ବିଜେଡି), କୃଷ୍ଣଚନ୍ଦ୍ର ପାତ୍ର (ଭାଜପା), ନବୀନ ନନ୍ଦ (କଂଗ୍ରେସ), ଗଣେଶ୍ୱର ପ୍ରଧାନ (ବହୁଜନ ସମାଜ ପାର୍ଟି), ଅକ୍ଷୟ ରାଉତ (ସମତାକ୍ରାନ୍ତି ଦଳ), ଆଶିଷ କୁମାର ମିଶ୍ର(ଆମ୍‌ ଆଦ୍‌ମୀ ପାର୍ଟି), ପତିତପାବନ ମିଶ୍ର (ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ), ବିକାଶ ନାଏକ(ହିନ୍ଦୁସ୍ଥାନ ନିର୍ମାଣ ଦଳ), ଭଜମନ ରାଉତ (ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ୍‌ ଇଣ୍ଡିଆ), ଗୁଡିଆ ଶର୍ମା (ସ୍ବାଧୀନ), ମେଘନାଦ ନନ୍ଦ (ସ୍ବାଧୀନ) ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri