୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

ନୂଆଦିଲ୍ଲୀ,୨୧ା୪: ଫେବୃୟାରୀରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବର୍ଷକର ଏହି ମାସ ତୁଳନାରେ ୩ ଗୁଣ ବୃଦ୍ଧି ପାଇ ୮.୬୧ ଲକ୍ଷରେ ପହଁଚିଯାଇଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରେ ନୂଆ ନିଯୁକ୍ତି ସଂଖ୍ୟା ସର୍ବାଧିକ ୮.୯୪ ଲକ୍ଷ ରହିଛି। ଏଥିପୂର୍ବରୁ ପୂର୍ବ ମାସରେ ଜାରି ଅନ୍ତରୀଣ ତଥ୍ୟ ଅନୁଯାୟୀ, ଏହା ୮.୯୬ ଲକ୍ଷ ରହିବ ବୋଲି କୁହାଯାଇଥିଲା। ସୂଚନାଥାଉ କି, ଇପିଏଫ୍‌ଓ ଗତବର୍ଷ ଏପ୍ରିଲରୁ କମ୍ପାନୀଙ୍କ ବେତନ ରେଜିଷ୍ଟରରେ ସାମିଲ ହେଉଥିବା ନାମ ଆଧାରରେ ନିଯୁକ୍ତି ସୃଷ୍ଟି ତଥ୍ୟ ଜାରି କରିବା ଆରମ୍ଭ କରିଛି। ସଂଗଠନ ୨୦୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ତଥ୍ୟ ପୂର୍ବରୁ ସଂଗ୍ରହ କରିଥିଲା। ଫେବୃୟାରୀରେ ୨୨ରୁ ୨୫ ବର୍ଷ ବୟସ ବର୍ଗରେ ୨.୩୬ ଲକ୍ଷଙ୍କୁ ଏବଂ ୧୮ରୁ ୨୧ ବର୍ଷ ବୟସ ବର୍ଗରେ ୨.୦୯ ଲକ୍ଷ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିଛି। ତଥ୍ୟ ଅନୁଯାୟୀ ୨୦୧୭ ସେପ୍ଟେମ୍ବରରୁ ଚଳିତବର୍ଷ ଫେବୃୟାରୀ ମଧ୍ୟରେ ୧୮ ମାସରେ ୮୦.୮୬ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହୋଇଥିବା ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

ପେଟ୍ରୋଲ-ଡିଜେଲ ପରେ ଏବେ LPG ପାଳି? ଜାଣନ୍ତୁ ଆଜି କେତେ ରହିଛି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୩।୫: ଦେଶରେ ସାଧାରଣ ଜନତାଙ୍କ ପକେଟ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ଆଜି (୨୩ ମଇ, ୨୦୨୬) ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’କୁ ଅଲିମ୍ପିଆନ ଅମିତ ରୋହିଦାସଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୨୨ା୫: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ ଅମିତ ରୋହିଦାସ ‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’ ଅଧୀନରେ ନିଜ ଘରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ…

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri