୧୫ ବର୍ଷ ଚାକିରି ପରେ ଛଟେଇ:  ୩ ହଜାର ମିଟର୍‌ ରିଡରଙ୍କ ଭବିଷ୍ୟତ ଅନିଶ୍ଚିତ

ବ୍ରହ୍ମପୁର ଅଫିସ୍‌,୨୦ା୧୦-ସାଉଥ୍‌କୋ ଅଧୀନରେ ପ୍ରାୟ ୧୫ବର୍ଷ କାର୍ଯ୍ୟ କରିବା ପରେ ୩ହଜାର ମିଟର୍‌ ରିଡର ଛଟେଇ ହୋଇଛନ୍ତି। ଏମାନେ ବିଭିନ୍ନ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ହେଲେ ବର୍ତ୍ତମାନ ମିଟର୍‌ ରିଡିଂ ଏବଂ ବିଲ୍‌ ଆଦାୟ ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହି ମିଟର ରିଡର୍‌ମାନେ ନିଯୁକ୍ତି ହରାଇଛନ୍ତି। ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି। ମାସେ ଭିତରେ ସେମାନଙ୍କୁ ଥଇଥାନ କରା ନ ଗଲେ, ବଡ଼ ଧରଣର ଆନ୍ଦୋଳନ ଡାକରା ଦିଆଯିବ ବୋଲି ସାଉଥ୍‌କୋ ମିଟର ରିଡର୍‌ ଶ୍ରମିକ ସଂଘ ଚେତାବନୀ ଦେଇଛି। ଶନିବାର ଗଞ୍ଜାମ କଳା ପରିଷଦରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ତରଫରୁ ଏହା କୁହାଯାଇଛି ।
ପଦାଧିକାରୀଙ୍କ କହିବାନୁଯାୟୀ, ଗଞ୍ଜାମ ସମେତ ଗଜପତି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମିଟର୍‌ ରିଡିଂ କାର୍ଯ୍ୟ ପ୍ରାୟ ୩ହଜାର କର୍ମଚାରୀ କରୁଛନ୍ତି। ସେମାନେ ବିଦ୍ୟୁତ୍‌ ବିତରଣ ସଂସ୍ଥା ସାଉଥ୍‌କୋ ୟୁଟିଲିଟିର ବିଭିନ୍ନ ଠିକା ସଂସ୍ଥା ଅଧୀନରେ ନିୟୋଜିତ ହୋଇଛନ୍ତି। ଅନେକ ଏହା ଭିତରେ ୧୫ବର୍ଷ ହେଲା କାର୍ଯ୍ୟ କଲେଣି। କିନ୍ତୁ ଆବଶ୍ୟକତା ଅନୁଯାୟୀ ମଜୁରି ମିଳୁନି। ଗୋଟିଏ ବିଲ୍‌ ପିଛା ମାତ୍ର ୩ଟଙ୍କା ମିଳୁଛି। ଏଭଳି ଭାବରେ ଜଣେ ମିଟର ରିଡର୍‌ ମାସିକ ହାରାହାରି ୬ରୁ ୭ହଜାର ଟଙ୍କା ମଜୁରି ପାଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ସେମାନେ ଦୈନିକ ସର୍ବନିମ୍ନ ମଜୁରି ୩୭୦ଟଙ୍କା ଦାବି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦାବି ପୂରଣ ହୋଇପାରି ନାହିଁ । ଗତ ମାସ ଭୁବନେଶ୍ୱର ଶ୍ରମ ନିର୍ଦ୍ଦେଶାଳୟରେ ଏନେଇ ଆଲୋଚନା ହୋଇଥିଲା। ସମସ୍ତ ବିଦ୍ୟୁତ୍‌ ବିତରଣ କମ୍ପାନୀ ଏବଂ ଠିକା ସଂସ୍ଥାଙ୍କ ମତାମତ ନିଆଯାଇଥିଲା। ମିଟର ରିଡିଂ ସହ ବିଲ୍‌ ଆଦାୟ କାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସାଉଥ୍‌କୋରେ ଏହା କାର୍ଯ୍ୟକାରୀ ହୋଇନି। ସର୍ବନିମ୍ନ ମଜୁରି ମିଳୁନାହିଁ। ଏ ସମ୍ପର୍କରେ କର୍ମଚାରୀମାନେ ସାଉଥ୍‌କୋ ଅଧିକୃତ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏସ୍‌ଏଚ୍‌ଜିକୁ ରିଡିଂ ଏବଂ ବିଲ୍‌ ଆଦାୟ ଦାୟିତ୍ୱ ସରକାର ଦେଇଛନ୍ତି । ଏଣୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ। ଗତ ୧୪ତାରିଖରେ କର୍ମଚାରୀମାନେ ଏନେଇ ଗ୍ରୀଡ୍‌କୋ ସିଜିଏମ୍‌ ଇତିଶ୍ରୀ ସାହୁଙ୍କ ସହ ଆଲୋଚନା କରିଥିଲେ। ସେ ସାଉଥ୍‌କୋ ଅଧିକାରୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏତଦ୍‌ ବ୍ୟତୀତ କର୍ମଚାରୀମାନେ ନିର୍ବାଚିତ ଜନପ୍ରତିନିଧି ଏବଂ ସାଉଥ୍‌କୋ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସବୁଆଡ଼ୁ ନିରାଶ ହୋଇଛନ୍ତି। ଯଦି ଅକ୍ଟୋବର ଶେଷ ସୁଦ୍ଧା କୌଣସି ନିଷ୍ପତ୍ତି ନିଆ ନ ଯାଏ, ତେବେ ଆସନ୍ତା ମାସ ପହିଲାରୁ ସେମାନେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏସ୍‌ଏଚ୍‌ଜିକୁ ଦାୟିତ୍ୱ ଦେବାକୁ ସେମାନେ ବିରୋଧ କରୁନାହାନ୍ତି। ହେଲେ ମିଟର୍‌ ରିଡର୍‌ଙ୍କୁ ଥଇଥାନ ହିଁ ମୁଖ୍ୟ ଦାବି ବୋଲି ସଂଘ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଉପସଭାପତି ଦିବାକର ବେହେରା, ସନାତନ ଜେନା, ସମ୍ପାଦକ ବିଭୁଧର ପାଢୀ, ଯୁଗ୍ମ ସମ୍ପାଦକ ନୀଳାଞ୍ଚଳ ପଣ୍ଡା ଏବଂ ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି ।
ସମ୍ପର୍କରେ ସାଉଥ୍‌କୋ ଜିଏମ୍‌(କମର୍ସ) ଲେଙ୍କା ପ୍ରସାଦ କହିଛନ୍ତି, ଠିକା ସଂସ୍ଥାଗୁଡ଼ିକ ଜରିଆରେ ମିଟର୍‌ ରିଡିଂ ପାଇଁ ସେମାନେ କାର୍ଯ୍ୟ କରୁଥିଲେ। ଏବେ ଏସ୍‌ଏଚ୍‌ଜି ଏହି କାମ କରିବେ । ତଥାପି ଚଳିତ ମାସ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ସେମାନେ ଏବାବଦରେ ମଜୁରି ମଧ୍ୟ ପାଇବେ। ହେଲେ ସେମାନେ ଏହାକୁ ଗ୍ରହଣ କରିନାହାନ୍ତି। ନିଜ ଆଡ଼ୁ କାମ ବନ୍ଦକରି ଦେଇଛନ୍ତି । ଭବିଷ୍ୟତରେ କୌଣସି ପ୍ରକାର ଆଲୋଚନା ପାଇଁ ସେମାନେ ସୁଯୋଗ ରଖିନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଘରକୁ ଫେରୁଥିଲେ ଦମ୍ପତ୍ତି: ଗାଡିରୁ ଖସି ପଡିଲେ ସ୍ତ୍ରୀ, ଚଢ଼ିଗଲା ଟ୍ରକ୍‌…

ଗଞ୍ଜାମ,୨୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ବ୍ରିଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ…

ଝିଅକୁ ସରକାରୀ ଡାକ୍ତରଖାନାରେ ପୋଲିଓ ବୁନ୍ଦା ଖୁଆଇଲେ ଜିଲାପାଳ

ଛତ୍ରପୁର,୨୨ା୧୧(ଦିଲୀପ ସାମଲ): ଜୀବନ ପାଇଁ ଦୁଇ ବୁନ୍ଦା, ଜନ୍ମରୁ ୫ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ ଦୁଇ ବୁନ୍ଦା। ପୋଲିଓ ମୁକ୍ତ ଭାରତ ଲକ୍ଷ୍ୟରେ ଚାଲିଥିବା ପୋଲିଓ…

ଭାରତ ଆସି ବଡ଼ ବୟାନ ଦେଲେ ପାକିସ୍ତାନ ମନ୍ତ୍ରୀ, ଆତଙ୍କବାଦ ମୁକାବିଲା ପାଇଁ ରଖିଲେ ବଡ଼ ପ୍ରସ୍ତାବ

ନୂଆଦିଲ୍ଲୀ,୨୨।୧୧: ଆତଙ୍କବାଦ ପ୍ରସଙ୍ଗରେ ଯେକୌଣସି ଆଲୋଚନା ଠୋସ୍‌ ପ୍ରମାଣ ଆଧାରରେ ହେବା ଉଚିତ । ଏଥିପାଇଁ ଏକ ସାଧାରଣ ମଞ୍ଚ ଗଠନ କରାଯାଇ ସମସ୍ତ ଦେଶ ପରସ୍ପର…

କ୍ୟାଚ୍ ଧରିବା ପଡ଼ିଲା ମହଙ୍ଗା, ଷ୍ଟାର ଖେଳାଳିଙ୍କ ଭାଙ୍ଗିଗଲା ହାତ

ନୂଆଦିଲ୍ଲୀ,୨୨।୧୧: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ୍ ଦଳକୁ ବଡ଼ ଝଟକା ଲାଗିଛି । ଦଳର ଉପଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ୱିଲ୍ ଜ୍ୟାକ୍ସ ଡାହାଣ ହାତର…

୭ ଦଫା ଦାବିରେ ଅଙ୍ଗନଓ୍ବାଡିକର୍ମୀଙ୍କ ଆନ୍ଦୋଳନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ….

ଗୁଡାରି,୨୨।୧୧(ପ୍ରମୋଦ କୁମାର ପତି): ସୋମବାର ଠାରୁ ଗୁଡାରି ବ୍ଲକର ସମସ୍ତ ୧୩୩ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି…

ସୋମବାର ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କ୍ଷତିଗ୍ରସ୍ତ ଅଞ୍ଚଳର କରିବେ ସମୀକ୍ଷା

ଛତ୍ରପୁର,୨୨।୧୧(ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ…

ମହିଳା ଏସ୍‌ଆଇ ପ୍ରଭାସିନୀଙ୍କ ମୃତ୍ୟୁରେ ସ୍ତବ୍ଧ ପୁରୁଷୋତ୍ତମପୁର, ନିରପେକ୍ଷ ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୨୨।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ମହିଳା ସବ୍‌ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଥାନା ପରିଷର କ୍ବାଟରୁ ମିଳିବା ଘଟଣା ଚର୍ଚ୍ଚାର ବିଷୟ ସାଜିଛି…

ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ, ସାଇବର ଠକେଇଠାରୁ ବାଲ୍ୟ ବିବାହ ରୋକିବା ଉପରେ ଗୁରୁତ୍ୱ

ହାଟଡ଼ିହୀ/ଛେନାପଦୀ,୨୨l୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ରମ୍ପାସ ଜପିଦାସ ବିଦ୍ୟା ମନ୍ଦିରରେ ନନ୍ଦିପଦା ଥାନା ଆମ ପୋଲିସ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?