୧୫୨୨ ଛାତ୍ରୀଛାତ୍ରଙ୍କୁ ମିଳିବ ଲ୍ୟାପଟପ୍‌

ବ୍ରହ୍ମପୁର ଅଫିସ୍‌,୧୪ା୧୧-ଯୁକ୍ତ ୨ରେ ଉତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ମାଗଣା ଲ୍ୟାପଟପ୍‌ ପ୍ରଦାନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି । ଗଞ୍ଜାମ ଜିଲାରେ ଚଳିତବର୍ଷ ୧୫୨୨ ଛାତ୍ରୀଛାତ୍ର ଲ୍ୟାପଟପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପ୍ରସ୍ତୁତ କଟ୍‌ଅଫ୍‌ ମାର୍କଠାରୁ ଅଧିକ ମାର୍କ ଆଣିଥିବା ଛାତ୍ରୀଛାତ୍ରମାନେ ଏହି ଲ୍ୟାପଟପ୍‌ ପାଇବେ । ତେବେ କେବେଠୁ ଏହା ବଣ୍ଟନ କରାଯିବ ତାରିଖ ଚୂଡ଼ାନ୍ତ ହୋଇନାହିଁ ।
ଯୁକ୍ତ ୨ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ପ୍ରତିବର୍ଷ ଲ୍ୟାପଟପ୍‌ ଦିଆଯାଉଛି। ଏହିକ୍ରମରେ ଚଳିତବର୍ଷ ଗଞ୍ଜାମ ଜିଲାରେ ମୋଟ ୧୫୨୨ ଛାତ୍ରୀଛାତ୍ରଙ୍କୁ ଲ୍ୟାପଟପ୍‌ ମିଳିବ। ସେମାନଙ୍କ ମଧ୍ୟରେ କଳା ବିଭାଗରେ ସାଧାରଣ ବର୍ଗର ୩୦୬ ଛାତ୍ରୀଛାତ୍ର ରହିଥିବା ବେଳେ ଅନୁସୂଚିତ ଜାତିର ୮୧ ଏବଂ ଅନୁସୂଚିତ ଜନଜାତିର ୧୧୧ଜଣ ରହିଛନ୍ତି । ବିଜ୍ଞାନ ବିଭାଗରେ ସାଧାରଣ ବର୍ଗର ୪୯୦, ଅନୁସୂଚିତ ଜାତିର ୧୩୧ ଏବଂ ଅନୁସୂଚିତ ଜନଜାତି ବର୍ଗର ୧୮୦ ଛାତ୍ରୀଛାତ୍ର ରହିଛନ୍ତି । ବାଣିଜ୍ୟ ବିଭାଗରେ ସାଧାରଣ ବର୍ଗର ୧୩୩, ଅନୁସୂଚିତ ଜାତିର ୩୦ ଏବଂ ଅନୁସୂଚିତ ଜନଜାତିର ୪୦ ଛାତ୍ରୀଛାତ୍ର ଲ୍ୟାପଟପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ସଂସ୍କୃତରେ ମୋଟ ୧୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୯ ଛାତ୍ରୀଛାତ୍ର ଲ୍ୟାପଟପ ପାଇବେ। ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ସହ ତୁଳନା କଲେ ଗଞ୍ଜାମ ଜିଲା ଦ୍ୱିତୀୟ ସ୍ଥାନରେ ରହିଛି । ଖୋର୍ଦ୍ଧା ଜିଲାର ସର୍ବାଧିକ ୧୬୨୪ଜଣ ଛାତ୍ରୀଛାତ୍ର ରହିଛନ୍ତି ।
ଗତ ଯୁକ୍ତ ୨ପରୀକ୍ଷାରେ ଯେଉଁମାନେ ଭଲ ପ୍ରଦର୍ଶନ କରିଥିଲେ, ରାଜ୍ୟବ୍ୟାପୀ ସେଭଳି ମୋଟ ୧୫ହଜାର ଛାତ୍ରୀଛାତ୍ରଙ୍କୁ ଲ୍ୟାପଟପ୍‌ ପ୍ରଦାନ କରାଯିବ । ରାଜ୍ୟରେ ୩୦ ଜିଲା ପାଇଁ ୩୦ ନୋଡ଼ାଲ୍‌ ସେଣ୍ଟର୍‌ କରାଯାଇଛି । ଗଞ୍ଜାମ ଜିଲା ପାଇଁ ଖଲ୍ଲିିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ନୋଡ଼ାଲ୍‌ ସେଣ୍ଟର ରହିଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଲ୍ୟାପଟପ୍‌ଗୁଡ଼ିକ ନୋଡ଼ାଲ ସେଣ୍ଟର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯିବ। ଜିଲାରେ କେବେ ଲ୍ୟାପଟପ୍‌ ବଣ୍ଟାଯିବ ତାହା ସ୍ଥିର ହୋଇନାହିଁ । ତେବେ ଡିସେମ୍ବର ୩୧ତାରିଖ ସୁଦ୍ଧା ନୋଡ଼ାଲ କେନ୍ଦ୍ରରୁ ଛାତ୍ରୀଛାତ୍ରମାନେ ଲ୍ୟାପଟପ୍‌ ସଂଗ୍ରହ କରିପାରିବେ। ଯଦି କୌଣସି ଛାତ୍ରୀଛାତ୍ର ନିଜେ ଆସି ନ ପାରନ୍ତି, ତେବେ ସେ ଯାହାଙ୍କୁ ଲ୍ୟାପଟପ୍‌ ସଂଗ୍ରହ କରିବା ପାଇଁ ପଠାଇବେ, ସେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ଅନ୍ୟପଟେ ସୁରୁଖୁରରେ ଲ୍ୟାପଟପ ବଣ୍ଟନ ପାଇଁ ଜିଲାସ୍ତରରେ କମିଟି ଗଠିତ ହୋଇଛି । ଏହାର ଅଧ୍ୟକ୍ଷ ଜିଲାପାଳ ରହିଥିବା ବେଳେ ସଂଯୋଜକ ଭାବେ ନୋଡ଼ାଲ୍‌ କଲେଜର ଅଧ୍ୟକ୍ଷ ଏବଂ ବଣ୍ଟନ ଦାୟିତ୍ୱରେ ଥିବା ଅଧ୍ୟ୍ୟାପକ ଏହି କମିଟିରେ ସଦସ୍ୟ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୨୦୧୪ ମସିହାରୁ ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଲ୍ୟାପଟପ୍‌ ବଣ୍ଟନ କରାଯାଉଛି । ପ୍ରଥମ ବର୍ଷ ଗଞ୍ଜାମ ଜିଲାର ୧୫୪୨ ଛାତ୍ରୀଛାତ୍ର ଲ୍ୟାପଟପ୍‌ ପାଇଥିଲେ । ୨୦୧୫ରେ ୧୪୩୮, ୨୦୧୬ରେ ୧୩୭୨, ୨୦୧୭ ମସିହାରେ ୧୫୦୧ ଜଣ ଲ୍ୟାପଟପ୍‌ ପାଇଥିଲେ। ୨୦୧୮ରେ ୧୪୫୯ ଛାତ୍ରୀଛାତ୍ର ଲ୍ୟାପଟପ୍‌ ପାଇଥିଲେ । ଗତ ୪ ବର୍ଷକୁ ତୁଳନା କଲେ ଚଳିତ ବର୍ଷ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ଲ୍ୟାପଟପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri