୧୨୦ ଏସିଡ୍‌ ପୀଡିତାଙ୍କୁ ସାହାଯ୍ୟ କରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ଦରିୟା ଦିଲ୍‌ ଦେଖିବାକୁ ମିଳିଛି। ଏବେ ତାଙ୍କ ଫାଉଣ୍ଡେଶନ ପ୍ରାୟ ୧୨୦ ଏସିଡ୍‌ ପୀଡିତାଙ୍କୁ ସହାୟତା ଯୋଗାଇ ଦେବ ବୋଲି ଶୁଣିବାକୁ ମିଳିଛି। ନିକଟରେ ଶାହାରୁଖ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଜଣେ ଏସିଡ୍‌ ପୀଡିତାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ମିର୍‌ ଫାଉଣ୍ଡେଶନ ଦ୍ୱାରା ଏବେ ୧୨୦ ଜଣ ଏସିଡ୍‌ ପୀଡିତାଙ୍କ ସର୍ଜରୀ ଚାଲିଥିବା ସେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଶାହାରୁଖ ୨୦୧୩ରେ ତାଙ୍କ ପିତା ମିର୍‌ ତାଜ ମହମ୍ମଦ ଖାଁଙ୍କ ନାମ ଅନୁସାରେ ମିର୍‌ ଫାଉଣ୍ଡେଶନର ପ୍ରତିଷ୍ଠା କରିଥିଲେ। ସେମିତି ଫାଦର୍ସ ଡେ ଅବସରରେ ସେ ଏହାର ଓ୍ବେବସାଇଟ୍‌ Meerfoundation.org ଲଞ୍ଚ କରିଥିଲେ। ଶାହାରୁଖଙ୍କ ମିର୍‌ ଫାଉଣ୍ଡେଶନ ଏସିଡ୍‌ ପୀଡିତାଙ୍କ ଚିକିତ୍ସାଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦେଇଥାଏ। ଏହାସହ ବେସାହାରା ମହିଳା ଓ ଶିଶୁଙ୍କୁ ଦେଖାଶୁଣା କରିବା, ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା, ପାରା ଆଥଲେଟ୍‌ଙ୍କୁ ହ୍ବିଲ ଚେୟାର ପ୍ରଦାନ କରିବା ଓ ନିକଟରେ କେରଳ ବନ୍ୟା ପୀଡିତଙ୍କୁ ମଧ୍ୟ ଏହି ଫାଉଣ୍ଡେଶନ ଦ୍ୱାରା ସହାୟତା ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri