ଗଞ୍ଜାମରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଭାଙ୍ଗିଲା ଇଲେକ୍ଟ୍ରି ଖୁଣ୍ଟ ସହ ବଡ଼ବଡ଼…

ଗଞ୍ଜାମ,୨୮ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ବଡ଼ ବଜାର ଠାରେ ଗତ ଅଗଷ୍ଟ ୩୧ରେ ଉଦ୍‌ଘାଟନ ହୋଇଥିବା ବିଦ୍ୟୁତ୍‌ ଖୁଣ୍ଟ ବୁଧବାର ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏଥିସହ ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ପଡିଛି। ଗତ ଦୁଇଦିନ ହେବ ଏହି ଅଧିକ ପବନ ସାଙ୍ଗକୁ ଲଗାଣ ବର୍ଷା ଯୋଗୁ ତ୍ରିବେଣୀ ମଠ ଛକଠାରୁ ଆହାର କେନ୍ଦ୍ର ପର୍ଯ୍ୟନ୍ତ ବର୍ଷା ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଓ୍ବାର୍ଡ ନଂ ୭ ସନ୍ତୋଷୀ ନାୟକଙ୍କ ଘର ଉପରୁ ପାଲ ଉଡ଼ିଯାଇଛି। ଏକ କୋଠ ଘରେ ଆଶ୍ରୟ ନେଇଛନ୍ତି ସନ୍ତୋଷୀ ଓ ତାଙ୍କ ଝିଅ। ଜରି ପାଲ ଚାଳ ଛପର ଘର ବର୍ଷା ପବନ ଜୋର୍‌ରେ ହେଉଥିବାରୁ ଜୀବନ ବିକଳରେ ଘରୁ ପଦାକୁ ବାହାରି ଯାଇଥିଲେ ମା’ ଝିଅ। ସାହି ବସିନ୍ଦାଙ୍କ ସହଯୋଗରେ ସେମାନେ ଏବେ କୋଠ ଘରେ ଆଶ୍ରୟ ନେଉଛନ୍ତି। ଏଭଳି ପରିସ୍ଥିତିରେ ଏନ୍‌ଏସି ପ୍ରଶାସନ କିମ୍ବା ଲୋକ ପ୍ରତିନିଧିଙ୍କ ଦେଖା ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ। କିଛି ବଡ଼ ଅଘଟଣ ହେଲେ ନେତା ଠାରୁ ମନ୍ତ୍ରୀ ଉଚ୍ଚ ପ୍ରଶାସନ ମାଳମାଳ ଦେଖାଦେବେ ବୋଲି ସାହି ବାସିନ୍ଦା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି କିନ୍ତୁ ଏନ୍‌ଏସି ପ୍ରଶାସନ ଏହାର ବ୍ୟତିକ୍ରମ କରୁଥିବା ଅଭିଯୋଗ ହେଉଛି। ଜିଲା ଉଚ୍ଚ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ୱିକେଟ ନେଇ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ଅର୍ଶଦୀପ ସିଂହ, ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ କଲେ ଏମିତି

ନୂଆଦିଲ୍ଲୀ,୨୮।୧୦: ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ୱିକେଟ ନେଇ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇତିହାସ ପୃଷ୍ଠାରେ ନିଜ ନାମ…

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନିକ ତତ୍ପରତା

କୋରାପୁଟ, ୨୮।୧୦ (ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ତଦାରଖ ଜାରି ରହିଛି। ଜିଲାର…

କୋରାପୁଟରେ ୮୫୪.୩ ମିମି ବର୍ଷା

କୋରାପୁଟ, ୨୮/୧୦ (ଅମିତାଭ ବେହେରା): ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ବର୍ଷା ଜାରି ରହିଛି। ଗତକାଲି ସକାଳ ୮ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି…

ଭାରତୀୟ ରେଳବାଇର ବଡ଼ ଘୋଷଣା; ଏଣିକି ଟ୍ରେନରେ କରିପାରିବେନି ମୋବାଇଲ ଚାର୍ଜ, ଲାଗିଲା କଟକଣା

ନୂଆଦିଲ୍ଲୀ,୨୮।୧୦: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଯାତ୍ରା କରିବା ସମୟରେ ରାତି ହେବା ପୂର୍ୱରୁ ହିଁ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ…

ମୁକେଶ ଅମ୍ବାନୀଙ୍କ ଆଖିରେ ଲୁହ: ଝିଅ ଇଶାଙ୍କ କଥା ଶୁଣି ହୋଇପଡ଼ିଲେ ଭାବବିହ୍ବଳ, ୧୯୭୭ରେ….

ମୁମ୍ବାଇ,୨୮।୧୦: ବର୍ଷ ବର୍ଷର କଠିନ ପରିଶ୍ରମ ପରେ ପରିବାରର ସ୍ବପ୍ନ ସାକାର ହେଲେ ଆଖିରେ ଖୁସିର ଲୁହ ଆସିଯାଏ। ଜିଓ ପ୍ଲାଟଫର୍ମସ ଆଇପିଓ ଲିଷ୍ଟିଂ ଅବସରରେ ଏଭଳି…

୧ରୁ ନୂଆ ଜିଏସ୍‌ଟି ସଂସ୍କାର: ଡିସ୍‌କାଉଣ୍ଟ ସରଳ, ତୁରନ୍ତ ୯୦% ରିଫଣ୍ଡ

ନୂଆଦିଲ୍ଲୀ, ୨୮।୧୦(ଆଇଏଏନ୍‌ଏସ୍‌): ଦେଶର ବ୍ୟବସାୟୀ, ଖୁଚୁରା ବିକ୍ରେତା ଏବଂ ସେବା ରପ୍ତାନିକାରୀଙ୍କ ପାଇଁ ଏକ ବଡ଼ ଖବର। ବିକ୍ରି ପରବର୍ତ୍ତୀ ରିହାତି (ପୋଷ୍ଟ ସେଲ୍‌ ଡିସ୍‌କାଉଣ୍ଟ) ସରଳୀକରଣ…

ଚାମେଲୀଙ୍କ ବିରୋଧରେ ଅନାସ୍ଥାକୁ ଅସିଦ୍ଧ ଘୋଷଣା କଲେ କୋର୍ଟ: ରହିଲା ସରପଞ୍ଚ ପଦ, ଚାମେଲୀ କହିଲେ…

ମହାକାଳପଡ଼ା/କଟକ,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ/ପ୍ରଭୁକଲ୍ୟାଣ ପାଲ୍‌): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି। ଚାମେଲୀଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?