କୋରାପୁଟ, ୨୮/୧୦ (ଅମିତାଭ ବେହେରା): ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ବର୍ଷା ଜାରି ରହିଛି। ଗତକାଲି ସକାଳ ୮ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି ବ୍ଲକ୍ରେ ମୋଟ ୮୫୪.୩ ମିମି ବର୍ଷା ରେକର୍ଡ ହୋଇଛି। ଜିଲାରେ ହାରାହାରି ବର୍ଷା ପରିମାଣ ୬୧.୦୨ ମିମି ରହିଛି।
ସର୍ବାଧିକ ପଟ୍ଟାଙ୍ଗି ବ୍ଲକ୍ରେ ୧୮୮ ମିମି ବର୍ଷା ହୋଇଥିବା ବେଳେ ସେମିଳିଗୁଡ଼ାରେ ୧୪୩.୧ ମିମି, ନାରାୟଣପାଟଣାରେ ୯୭.୪ ମିମି, ଲକ୍ଷ୍ମୀପୁରରେ ୮୩.୯ ମିମି ଓ ବୈପାରିଗୁଡ଼ାରେ ୧୫ ମିମି ବର୍ଷା ରେକର୍ଡ ହୋଇଛି।
ସେହିପରି କୋରାପୁଟରେ ୩୯.୬ ମିମି, ଲମତାପୁଟରେ ୩୧.୫ ମିମି, ବନ୍ଧୁଗାଁରେ ୭୭ ମିମି, ନନ୍ଦପୁରରେ ୫୭.୨ ମିମି, ଦଶମନ୍ତପୁରରେ ୪୧ ମିମି, ଜୟପୁରରେ ୨୦.୬ ମିମି, କୋଟପାଡ଼ରେ ୨୧ ମିମି, କୁନ୍ଦ୍ରାରେ ୧୮.୨ ମିମି ଓ ବୋରିଗୁମ୍ମାରେ ୨୦.୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡ଼ିଛି।

