Posted inଖେଳ

୧୦ ମିଟର ଏୟାର ରାଇଫଲରେ ଅପୂର୍ବୀଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୭ା୫(ପି.ଟି.)-ଭାରତର ଅପୂର୍ବୀ ଚାଣ୍ଡେଲା ତାଙ୍କ ଫର୍ମ ଜାରି ରଖିବା ସହ ଜର୍ମାନୀର ମ୍ୟୁନିକ୍‌ଠାରେ ଚାଲିଥିବା ଚଳିତବର୍ଷର ତୃତୀୟ ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌), ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ ଷ୍ଟେଜ୍‌ର ମହିଳା ୧୦ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଜୟପୁରର ଏହି ଶୁଟର ଫାଇନାଲରେ ୨୫୧ ସ୍କୋର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଚାଇନାର ଓ୍ବାଙ୍ଗ୍‌ ଲୁୟାଓ ୨୫୦.୮ ସ୍କୋର ସହ ରୌପ୍ୟ ଜିତିଥିବା ବେଳେ ଅନ୍ୟ ଜଣେ ଶୁଟର ଜୁ ହଙ୍ଗ୍‌ ୨୨୯.୪ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅପୂର୍ବୀ ଓ ଓ୍ବାଙ୍ଗ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିିତା ହୋଇଥିଲା। ଫେବୃୟାରୀରେ ନୂଆଦିଲ୍ଲୀରେ ଏକ ବିଶ୍ୱ ରେକର୍ଡ ସ୍କୋର ପରେ ଏହାଥିଲା ଅପୂର୍ବୀଙ୍କ ଦ୍ୱିତୀୟ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ସ୍ବର୍ଣ୍ଣ। ବେଜିଂରେ ଅନୁଷ୍ଠିତ ଦ୍ୱିତୀୟ ଷ୍ଟେଜ୍‌ରେ ଚତୁର୍ଥ ସ୍ଥାନ ସହ ସେ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ରହିଥିଲେ। ଅନ୍ୟପକ୍ଷରେ ଅପୂର୍ବୀଙ୍କ କ୍ୟାରିୟରରେ ଏହା ହେଉଛି ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ପଦକ। ଏହି ବିଭାଗରେ ଭାଗ ନେଇଥିବା ଅନ୍ୟ ଜଣେ ଭାରତୀୟ ଇଲାଭେନିଲ ଭାଲାରିଭାନ ମଧ୍ୟ ଟିମ୍‌ମେଟ ଅପୂର୍ବୀଙ୍କ ସହ ଫାଇନାଲକୁ ଉନ୍ନୀତ ହୋଇଥିଲେ। କିନ୍ତୁ ସେ ଚତୁର୍ଥ ସ୍ଥାନରେ ରହିଥିଲେ। ଶନିବାର ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ଦୁଇଟି କୋଟା ଉପଲବ୍ଧ ଥିଲା। ମହିଳା ୧୦ମିଟର ଏୟାର ରାଇଫଲରେ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନ ସହ ରୋମାନିଆର ଲାଉରା ଜର୍ଜେଟା କୋମାନ ଏବଂ ୧୬ ବର୍ଷୀୟ ହଙ୍ଗେରୀର ଏସ୍‌ଜର ମେସ୍‌ଜାରସ ଏହି କୋଟା ହାସଲ କରିଥିଲେ। ସୂଚନାଯୋଗ୍ୟ, ଅପୂର୍ବୀ, ଅଞ୍ଜୁମ ମୋଦଗିଲ, ସୌରଭ ଚୌଧାରୀ, ଅଭିଷେକ ବର୍ମା ଏବଂ ଦିବ୍ୟାଂଶ ସିଂ ପନଓ୍ବାର ଦେଶ ପାଇଁ ପୂର୍ବରୁ କୋଟା ହାସଲ କରିସାରିଛନ୍ତି। ଭାରତର ଅନ୍ୟ ଏକ କୋଟା ପୁରୁଷ ୧୦ମିଟର ଏୟାର ରାଇଫଲରେ ରହିଛି। ସୋମବାର ୩ଟି ଇଭେଣ୍ଟର ଫାଇନାଲ ହେବ। ଟୋକିଓ ଲାଗି ୬ଟି କୋଟା ଚୂଡ଼ାନ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri