୧ରୁ ଚାଲିଛି ଠିକାଦାର ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ଅଧାପନ୍ତରିଆ ହୋଇ ପଡ଼ିଛି କାର୍ଯ୍ୟ

ନୟାଗଡ଼ ଅଫିସ,୨୦।୧୧-ନୟାଗଡ଼ ସହରରେ ନିର୍ମାଣାଧୀନ ଅତ୍ୟାଧୁନିକ ବଲାଙ୍ଗୀ ପାର୍କର କାର୍ଯ୍ୟ ୧୮ ଦିନ ହେଲାଣି ବନ୍ଦ ରହିଛି। ସେହିଭଳି ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଛି। ଖାଲି ସେତିକି ନୁହେଁ ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ବନ୍ଦ ରହିଛି। ରାଜ୍ୟ ଠିକାଦାର ସଂଘ ଡାକରାରେ ୧୦ ଦଫା ଦାବିରେ ନୟାଗଡ଼ ଜିଲା ଠିକାଦାର ସଂଘ ପକ୍ଷରୁ ଗତ ୧ ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିଛିି। କାର୍ଯ୍ୟ ବନ୍ଦ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ପ୍ରକଳ୍ପଠାରୁ ଆରମ୍ଭକରି ରାସ୍ତାଘାଟ ସବୁ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ରାଜ୍ୟ ସରକାର ଠିକାଦାର ସଂଘର ଦାବି ପୂରଣ ନ କରିଥିବାରୁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଏଥିଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି। କେତେବେଳେ କାର୍ଯ୍ୟ ଆରମ୍ଭ ହେବ ସେ ନେଇ ଲୋକମାନେ ଚାହିଁ ରହିଛନ୍ତି। ନୟାଗଡ଼ ପୂର୍ତ୍ତ ବିଭାଗ ଦ୍ୱାରା ନୟାଗଡ଼ ବ୍ଲକର ପୁରୁଷୋତ୍ତମପୁର-ନୋତର ରାସ୍ତା, ବାରବାଟୀ-ଗୁଣ୍ଟୁଣୀ ରାସ୍ତା କାର୍ଯ୍ୟ , ଜିଲାପାଳଙ୍କ କାର୍ଯ୍ୟାଳୟର ମରାମତି କାର୍ଯ୍ୟ, ଜିଲା ଜଜ୍‌ କୋର୍ଟର କାର୍ଯ୍ୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ କାର୍ଯ୍ୟ, ନବଘନପୁରସ୍ଥିତ ଆରଟିଓ ଅଫିସର ଟେଷ୍ଟିଂ ଟ୍ରାକ୍‌ କାର୍ଯ୍ୟ ଭଳି ଜିଲାର ଅନେକ କାର୍ଯ୍ୟ ବନ୍ଦହୋଇ ପଡ଼ିରହିଛି। ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଡିଆପଡ଼ା-ବାରପଲ୍ଲା ରାସ୍ତା କାର୍ଯ୍ୟ, ଜିଲାପାଳଙ୍କ ଆବାସିକଠାରୁ ଭାଟସାହି ରାସ୍ତା , ପାଟକୁରା, ଲାଠିପଡ଼ା, ଫାଶିପଡା ଗ୍ରାମକୁ ହେଉଥିବା ରାସ୍ତା ଭଳି ଅନେକ କାର୍ଯ୍ୟ ଜିଲାରେ ବନ୍ଦ ହୋଇ ପଡ଼ି ରହିଛି। କାମ ବନ୍ଦ ଯୋଗୁ କାର୍ଯ୍ୟର ଅଗ୍ରଗତି ହୋଇପାରୁ ନାହିଁ। ଯେଉଁ ଲକ୍ଷ୍ୟରେ କାର୍ଯ୍ୟ ହେଉଥିଲା, ତାହା ପୂରଣ ହୋଇପାରୁ ନ ଥିବା ଦେଖିବାକୁ ମିଳିଛି। ବିଭିନ୍ନ କାର୍ଯ୍ୟ ବନ୍ଦ ହୋଇ ପଡ଼ିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି।
ଯେ ୨୦୧୪ରେ ସ୍ଥିରୀକୃତ ସିଡ଼ୁଲେଟରର ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟାବୁକ୍‌ ତୁରନ୍ତ ପ୍ରଚଳନ, ଟେଣ୍ଡର ନିୟମାବଳୀରେ ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ -୧୪.୯୯%ର ସମୂର୍ଣ୍ଣ ପ୍ରତ୍ୟାହାର, ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରିର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ୍‌ ସମ୍ପର୍କିତ ପ୍ରାପ୍ୟ ପ୍ରଦାନ, ତେଲଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସ୍‌ଟି ପାଇଁ ୧୦% ଅଧିକ ପ୍ରାପ୍ୟ ପ୍ରଦାନ, ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍‌ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ , ବ୍ୟବସ୍ଥା ନ ଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲଟି ରସିଦ ଉପରେ ନିର୍ଦ୍ଦେଶର ତୁରନ୍ତ ପ୍ରତ୍ୟାହାର ଭଳି ୧୦ ଦଫା ଦାବିରେ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ରହିଛି। ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ ଜାରି ରହିବ ବୋଲି ଗତ ୫ ତାରିଖରେ ଜିଲାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଘ ପକ୍ଷରୁ ସୂଚନା ଦିିଆଯାଇଥିଲା।
ନେଇ ନୟାଗଡ଼ ଠିକାଦାର ସଂଘର ଜିଲା ସଭାପତି ଅବଦୁଲ ଆରିଫ ଖାଁ କୁହନ୍ତି ଆମ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଜାରି ରହିବ। ସେହିଭଳି ଆସନ୍ତା ୨୫ ତାରିଖରେ ରାଜ୍ୟ ଠିକାଦାର ସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri