ୟୁରୋପ ଜାଣୁ ଚାଇନା କ’ଣ

ୟୁରୋପର ଜନସାଧାରଣ, ୟୁରୋପର ରାଜନେତା କିମ୍ବା ବ୍ୟବସାୟୀମାନେ କେହି ବି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଧମକକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁନାହାନ୍ତି। ଯଦିଓ ଏକଚ୍ଛତ୍ରବାଦୀ ଜିନ୍‌ପିଙ୍ଗ୍‌ ଚାଇନାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ନିଜ ଦେଶକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଛନ୍ତି, ତଥାପି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଚାଇନାକୁ ପ୍ରାରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସହଯୋଗୀ ମାନ୍ୟତା ଦେଇଛନ୍ତି। ଜିନ୍‌ପିଙ୍ଗ୍‌ ରାଷ୍ଟ୍ରପତି ଓ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ସାଧାରଣ ସମ୍ପାଦକ ହେବା ପରଠୁ ଯେଉଁ ମୂଲ୍ୟବୋଧ ଆଧାରରେ ୟୁରୋପୀୟ ସଂଘ (ଇୟୁ) ଗଢ଼ି ଉଠିଥିଲା, ତାହାକୁ ବିରୋଧ କରାଯାଉଛି। ହେଲେ ଇୟୁରୁ ନିଜକୁ ଅଲଗା କରିବାକୁ ପ୍ରସ୍ତୁତ ବ୍ରିଟେନ୍‌ ଜିନ୍‌ପିଙ୍ଗ୍‌ଙ୍କୁ କୋଳେଇ ନେବା ଲାଗି ଅଧିକ ଆଗ୍ରହ ଦେଖାଇଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ଶନ ଶୀଘ୍ର ଇୟୁରୁ ଅଲଗା ହୋଇ ଏକ ମୁକ୍ତ ଅର୍ଥନୀତି ଆପଣାଇବାକୁ ଅଧିକ ଆଗ୍ରହୀ। ସେଥିପାଇଁ ସେ ଚାଇନା ଆଡ଼କୁ ଢଳି ସମ୍ଭାବ୍ୟ ସହଯୋଗୀ ହେବାକୁ ଚାହୁଁଛନ୍ତି। ଅନ୍ୟପଟେ ଚାଇନା ଓ ଆମେରିକା ବାଣିଜ୍ୟ ଯୁଦ୍ଧ ଦୁଇ ଦେଶ ମଧ୍ୟରେ ତିକ୍ତଭାବ ସୃଷ୍ଟି କରିଛି। ସେଥିଲାଗି ଟ୍ରମ୍ପ୍‌ ପ୍ରଶାସନ ଚାଇନାର ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘ହୁଓ୍ବେଇ’ ସମେତ ଅନେକ କମ୍ପାନୀର ଦ୍ରବ୍ୟ ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି କରିଛି। ଉଲ୍ଲେଖଯୋଗ୍ୟ, ହୁଓ୍ବେଇ ଏବେ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଭାବେ ଉଭା ହୋଇଛି। ଏହାର ପ୍ରତିଷ୍ଠାତା ରେନ୍‌ ଝେଙ୍ଗଫେଇ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ଠାରୁ ବୈଷୟିକ ଶିକ୍ଷା ଗ୍ରହଣ କରିଥିଲେ। ଆଜି କମ୍ପାନୀକୁ ସର୍ବୋଚ୍ଚ ସ୍ତରକୁ ନେଇପାରିଥିବାରୁ ପିଏଲ୍‌ଏ ଏହାର ବୃହତ୍‌ ଖାଉଟି ପାଲଟିପାରିଛି। ୧୯୮୭ରେ ଯେତେବେଳେ ହୁଓ୍ବେଇ ପ୍ରତିଷ୍ଠା ହେଲା, ସେତେବେଳେ ଏହାର ପ୍ରଯୁକ୍ତିବିଦ୍ୟାକୁ ରେନ୍‌ ବିଦେଶରୁ ମଗାଉଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଗବେଷକଙ୍କ ସହାୟତାରେ ଏହାକୁ ବିକଶିତ କରିବାରେ ସଫଳ ହୋଇଥିଲେ। ୧୯୯୩ ବେଳକୁ ଚାଇନାର ସବୁଠାରୁ କ୍ଷମତାସମ୍ପନ୍ନ ଟେଲିଫୋନ୍‌ ସୁଇଚ୍‌ ହୁଓ୍ବେଇ ଦ୍ୱାରା ଉପଲବ୍‌ଧ ଥିଲା। ଏବେ ପିଏଲ୍‌ଏର ବରାଦ ଅନୁଯାୟୀ ପ୍ରଥମ ଜାତୀୟ ଟେଲିକମ୍ୟୁନିକେଶନ ନେଟ୍‌ଓ୍ବର୍କ ସ୍ଥାପନ ଲାଗି ହୁଓ୍ବେଇ ଚୁକ୍ତି କରିଛି। ୨୦୦୫ରେ ହୁଓ୍ବେଇର ରପ୍ତାନି ନିଜ ଦେଶରେ ବ୍ୟବହୃତ ଦ୍ରବ୍ୟକୁ ଟପିଯାଇଥିଲା। ଫଳରେ ୨୦୧୦ରେ ଏହା ଫର୍ଚୁନ୍‌ ପତ୍ରିକାର ୫୦୦ ବୃହତ୍‌ କମ୍ପାନୀ ତାଲିକାରେ ସାମିଲ ହୋଇଥିଲା।
ଇୟୁ ବର୍ତ୍ତମାନ ଜଳବାୟୁ ପରବର୍ତ୍ତନଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ୟୁରୋପୀୟ ସପକ୍ଷବାଦୀ ମତ ଦେଉଛନ୍ତି। କିନ୍ତୁ ବଜେଟକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି। ସମ୍ପର୍କ ବଜାୟ ରଖିବା ଅପେକ୍ଷା ସେମାନେ ଜିନ୍‌ପିଙ୍ଗ୍‌ଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ୫ଜି ବଜାର ଉପରେ ହୁଓ୍ବେଇର ଆଧିପତ୍ୟ ରହିଛି। ଆମେରିକା-ଇୟୁ କିମ୍ବା କେବଳ ଇୟୁ ହୁଓ୍ବେଇ ବିରୋଧରେ ନ ଯାଇ ଏରିକ୍‌ସନ୍‌ ଓ ନୋକିଆ କମ୍ପାନୀକୁ ସୁଦୃଢ଼ କରିବା ଉଚିତ। ଆସନ୍ତା ସେପ୍ଟେମ୍ବରରେ ଜିନ୍‌ପିଙ୍ଗ୍‌ ଇୟୁ ସଦସ୍ୟ ରାଷ୍ଟ୍ରମୁଖ୍ୟ ସମୂହଙ୍କୁ ଭେଟିବାର ଅଛି। ତିବ୍ବତ, ଜିନ୍‌ଜିଆଙ୍ଗ ଏବଂ ହଂକଂରେ ମାନବାଧିକାର ସୁରକ୍ଷାରେ ବିଫଳତା ସମ୍ପର୍କରେ ପ୍ରଶ୍ନ କରା ନ ଗଲେ ଏହା ଜିନ୍‌ପିଙ୍ଗ୍‌ଙ୍କ ପାଇଁ ଏକ ଜରୁରୀ ରାଜନୈତିକ ବିଜୟ ଆଣିଦେବ। ଏ କଥା ୟୁରୋପୀୟମାନେ ବୁଝିବା ଦରକାର। ଜିନ୍‌ପିଙ୍ଗ୍‌ଙ୍କ ଭବିଷ୍ୟତ କେବଳ ଚାଇନାର ନେତୃବୃନ୍ଦ ସ୍ଥିର କରିପାରିବେ। କରୋନା ଭୂତାଣୁ ମାଡ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣାଧୀନ କରିବା ସମୟରେ ପରିଚାଳନାଗତ ଭୁଲ ଏତେ ଦୃଶ୍ୟମାନ ହେଉଛି ଯେ, ଚାଇନାବାସୀ ତଥା ପଲିଟ୍‌ ବ୍ୟୁରୋ ବୁଝିବା ଦରକାର। ଜିନ୍‌ପିଙ୍ଗ୍‌ଙ୍କ ରାଜନୈତିକ ଉତ୍ଥାନ ପାଇଁ ଇୟୁ ଜାଣିଶୁଣି ପ୍ରଶ୍ରୟ ଦେବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?