Posted inଖେଳ

ୟୁରୋପିଆନ ମାଷ୍ଟର୍ସ ଗେମ୍ସ: ଇଟାଲୀ ଯିବେ ପାର୍ବତୀ

କଟକ ଅଫିସ,୨୪ା୭-ଓଡ଼ିଶା କ୍ରୀଡ଼ା ଜଗତର ଡିସ୍‌କସ୍‌ ରାଣୀ ଭାବେ ପରିଚିତ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବୁଧବାର ଇଟାଲୀ ଯାତ୍ରା କରିବେ । ଇଟାଲୀର ଟୋରିନୋ ସହରରେ ହେବାକୁ ଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ପାର୍ବତୀ ରାଜ୍ୟ ପକ୍ଷରୁ ଏକମାତ୍ର ଖେଳାଳି ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି । ଭାରତୀୟ ଦଳରେ ସାମିଲ ହୋଇଥିବା ପାର୍ବତୀ ଉକ୍ତ ଟୁର୍ନାମେଣ୍ଟରୁ ପଦକ ଜିତିବା ଆଶା ରଖିଛନ୍ତି ।
ପୂର୍ବରୁ ମାଲେସିଆରେ ଅନୁଷ୍ଠିତ ଏସିଆ ପାସିଫିକ୍‌ ମାଷ୍ଟର୍ସ ଗେମ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ଡିସ୍‌କସ୍‌ ଥ୍ରୋରେ ସ୍ବର୍ଣ୍ଣ ଓ ସଟ୍‌ପୁଟ୍‌ରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଏହାଛଡ଼ା ଭାରତୀୟ ସିନିୟର ଦଳରେ ନିୟମିତ ଖେଳାଳିଭାବେ ସୁଯୋଗ ପାଉଛନ୍ତି ପାର୍ବତୀ । ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଅଲ ଷ୍ଟାର ଟୁର୍ନାମେଣ୍ଟରେ ପାର୍ବତୀଙ୍କ ପ୍ରଦର୍ଶନ ତାଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଥିଲା । କୋଚିରେ ଅନୁଷ୍ଠିତ ଏସିଆନ ଗ୍ରାଁପ୍ରିରେ ମଧ୍ୟ ପାର୍ବତୀ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରି ଅଳ୍ପ ବ୍ୟବଧାନରେ ପଦକରୁ ବଞ୍ଚିତ ହୋଇଥିଲେ । କିଛି ଦିନ ତଳେ ଇଟାଲୀ ସହରରୁ ଭାରତ ପାଇଁ ପଦକ ବିଜୟୀ ହୋଇଥିବା ଓଡ଼ିଶା ଧାବିକା ଦୂତୀ ଚାନ୍ଦଙ୍କ ପରେ ଅନ୍ୟଜଣେ ଓଡ଼ିଆ ପ୍ରତିଭା ଭାବେ ଏବେ ପାର୍ବତୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଦୂତୀ ସିନିୟର ବର୍ଗରୁ ପଦକ ଜିତିଥିବା ବେଳେ ପାର୍ବତୀ ମାଷ୍ଟର୍ସ ବିଭାଗରେ ପଦକ ଜିତୁଛନ୍ତି । ପାର୍ବତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅଭ୍ୟାସ ଜୋରଦାର କରିଛି । ଟୁର୍ନାମେଣ୍ଟ ନିମନ୍ତେ ନିଜକୁ ୨ମାସ ଆଗରୁ ପ୍ରସ୍ତୁତ ଚଳାଇଛି । ସ୍ବାମୀ କୁବେର ବେହେରା ମୋ ଅଭ୍ୟାସରେ ଅନେକ ସହଯୋଗ କରିଛନ୍ତି । ସ୍ବର୍ଣ୍ଣ ପଦକ ବିଜୟୀ ହେବାର ଆଶା ରହିଥିବା ପାର୍ବତୀ ପ୍ରତିକ୍ରିୟାରେ କହିଥିଲେ । ସୂଚନା ଥାଉକି, ପାର୍ବତୀ କଟକ ରେଳବାଇ ବିଭାଗରେ ଟିଟିଆଇ ଭାବେ କାର୍ଯ୍ୟରତ । ପ୍ରତିଯୋଗିତା ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଜଗତସିଂପୁରର ପୂର୍ବତନ ଏମ୍‌ପି ଡ. କୁଳମଣି ସାମଲ, ଓଡ଼ିଶା ମାଷ୍ଟର୍ସ ଗେମ୍ସ ଆସୋସିଏଶନ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ପୂର୍ବତଟ ରେଲଓ୍ବେ, ଖୋର୍ଦ୍ଧା ଡିଭିଜନ ପକ୍ଷରୁ ପାର୍ବତୀଙ୍କୁ ଶୁଭେଚ୍ଛା ଜଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri