ହୋମ୍‌ ଡେକୋରେଶନ

ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା। କିନ୍ତୁ ହୋମ୍‌ ଡେକୋରେସନ୍‌ ଜିନିଷର ଦାମ୍‌ ଦେଖି ବେଳେବେଳେ ମନ ଫିକା ପଡିଯାଏ। ତେବେ କମ୍‌ ସମୟ ଓ କମ୍‌ ଖର୍ଚ୍ଚରେ କିପରି ଘରକୁ ସୁନ୍ଦର ଭାବେ ସଜାଇପାରିବେ, ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ…

ସୁନ୍ଦରତାକୁ ବଢ଼ାଇବାରେ ଫ୍ଲୋରିଂର ରହିଛି ଢେର୍‌ ଭୂମିକା। ତେଣୁ ଅଳ୍ପ ସମୟ ମଧ୍ୟରେ ଫ୍ଲୋରିଂର ରୂପରେଖ ବଦଳାଇବାକୁ ଚାହୁଁଥିଲେ, କଲରଫୁଲ୍‌ କାର୍ପେଟ୍‌ ଚୟନ କରନ୍ତୁ।
– ଘରର କାନ୍ଥକୁ ଓ୍ବାଲ୍‌ ପେପର ସାହାଯ୍ୟରେ ହାଇଲାଇଟ୍‌ କରନ୍ତୁ। ଏହା କମ୍‌ ସମୟ ମଧ୍ୟରେ ଘରକୁ ନୂଆ ଲୁକ୍‌ ଦେବ।
ଲାଗିଥିବା ପୁରୁଣା ଟ୍ୟୁବ୍‌ ଲାଇଟ୍‌ଗୁଡିକୁ ବଦଳାଇ ତା’ ସ୍ଥାନରେ ନୂଆ ଡେକୋରେଟିଭ୍‌ ଲାଇଟ୍‌ ଲଗାନ୍ତୁ।
ପାଣି ଭର୍ତ୍ତିକରି ସେଥିରେ ଫ୍ଲୋଟିଂ କ୍ୟାଣ୍ଡେଲ୍‌ କିମ୍ବା ଫୁଲର ପାଖୁଡ଼ା ପକାଇ ସଜାନ୍ତୁ। ଏହା ଘର ଭିତରରେ ପ୍ରାକୃତିକ ବାତାବରଣ ସୃଷ୍ଟି କରିବାରେ ସାହାଯ୍ୟ କରିବ।
ଲାଗିଥିବା ପେଣ୍ଟିଂଗୁଡିକୁ ମଧ୍ୟ ନଜର ଦିଅନ୍ତୁ। ଯଦି ତାହା ପୁରୁଣା ଲାଗୁଥାଏ ତେବେ ତା’ ସ୍ଥାନରେ ଏପରି ପେଣ୍ଟିଂ କିମ୍ବା ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ଲଗାନ୍ତୁ, ଯାହାକି ଘରର ଆକର୍ଷଣ ବୃଦ୍ଧି କରିବ।
– ଯଦି ଘରେ ପୁରୁଣା ସାଜସଜ୍ଜା ସାମଗ୍ରୀ ଯଥା ଲ୍ୟାମ୍ପ୍‌ଶେଡ୍‌, ବକ୍ସ, ମୂର୍ତ୍ତି, ଫୁଲଦାନି ଆଦି ଅଛି ତେବେ ତାହାକୁ ଭଲଭାବେ ସଫା କରନ୍ତୁ। ସବୁକୁ ଗୋଟିଏ ସ୍ଥାନରେ ନ ରଖି ଭିନ୍ନ ଭିନ୍ନ ସ୍ଥାନରେ ରଖନ୍ତୁ।
ଚାହିଁଲେ ଘର କୋଣରେ ଛୋଟ ଛୋଟ ପ୍ଲାଣ୍ଟ୍‌ ରଖି ତାହାକୁ କଲରଫୁଲ୍‌ ଲାଇଟ୍‌ରେ ସଜାଇପାରିବେ।
ଫ୍ଲୋରିଂ ପରି ହାର୍ଡ ଫ୍ଲୋରିଂ ଆପଣାନ୍ତୁ। କାର୍ପେଟ୍‌ ଓ ଦରି ପରି ଏହାକୁ ବାରମ୍ବାର ବଦଳାଇବା କିମ୍ବା ସେତେ ଅଧିକ ଯତ୍ନ ନେବାକୁ ପଡ଼ି ନ ଥାଏ।
ସଜାଇବା ପାଇଁ କେବଳ ଯେ ଦାମୀ ଏବଂ ଭାରି ପରଦା ଲଗାଇବା ଆବଶ୍ୟକ ତାହା ନୁହେଁ, ଏହା ବଦଳରେ କମ୍‌ ଖର୍ଚ୍ଚରେ ଆପଣ ହାଲ୍‌କା ପରଦା ଲଗାନ୍ତୁ। କିନ୍ତୁ ପରଦା କିଣିବା ପୂର୍ବରୁ ଏହାର ପ୍ରିଣ୍ଟ୍‌ ଓ ଘର କଲର ପ୍ରତି ଧ୍ୟାନ ରଖନ୍ତୁ।
କଲର କରିବାବେଳେ ଦୁଇ ତିନି ପ୍ରକାର ରଙ୍ଗ ଆପଣାନ୍ତୁ। ଏହାଦ୍ୱାରା ଛୋଟ ଘର ବଡ଼ ପରି ଦେଖାଯାଏ। ଏହା ଘରକୁ ଡିଜାଇନର ଲୁକ୍‌ ଦେଇଥାଏ।
ଏକ ବଡ଼ ଫର୍ନିଚର ରଖିବା ଦ୍ୱାରା ଘର ଭର୍ତ୍ତି ହେବାପରି ଲାଗେ। ତେଣୁ ଏହା ବଦଳରେ ଛୋଟ ଛୋଟ ଫର୍ଡ଼ିଚର ରଖନ୍ତୁ, ଯାହା କମ୍‌ ଦାମ୍‌ ସହ ଘରକୁ ସୁନ୍ଦର ଦେଖାଯିବ।
ବଜାରରେ ଯେଉଁଭଳି ଡେକୋରେଟିଭ୍‌ ଲାଇଟ୍‌ ମିଳୁଛି, ତାହାକୁ କିଣି ଅଧିକ ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ। ବରଂ ଘରେ ପୂର୍ବରୁ ଯେଉଁ ଲାଇଟ୍‌ ଅଛି ତାହାକୁ କ୍ରିଏଟିଭ୍‌ ଭାବେ ଲଗାନ୍ତୁ। ଏହାଛଡ଼ା ପୁରୁଣା ଲ୍ୟାମ୍ପ୍‌ ଥିଲେ ତାହାକୁ ସଜେଇ ନୂଆ ରୂପ ଦେଇପାରିବେ।
ଥିବା ଆଇନାଗୁଡିକୁ ଠିକ୍‌ ସ୍ଥାନରେ ଲଗାଇ ଜାଣିଲେ ସାଧାରଣ ଘର ବି ଡିଜାଇନିଂ ଲାଗିଥାଏ। ଏଥିପାଇଁ ଆପଣ ଚାହିଁଲେ ଆଇନାଗୁଡିକୁ ଫ୍ରେମିଂ କରି ବ୍ୟବହାର କରିପାରିବେ।
ରୁମ୍‌କୁ ମେଟାଲିକ୍‌ ଟଚ୍‌ ଦିଅନ୍ତୁ। ଘରର କାନ୍ଥ ପାଇଁ ଧଳା ଓ ମେଟାଲିକ୍‌ ସିଲ୍‌ଭର କମ୍ବିନେଶନ ବ୍ୟବହାର କରିପାରିବେ। ମେଟାଲିକ୍‌ ବେସ୍‌ଡ ଫର୍ନିଚର ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri