Posted inଜାତୀୟ

ହୋଟେଲ ହେବ ଲୋକପାଳଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୨୩ା୪: ଭାରତର ପ୍ରଥମ ଲୋକପାଳଙ୍କ କାର୍ଯ୍ୟାଳୟ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ ଆରମ୍ଭ ହେବ। ଏହି ହୋଟେଲ ପରିସରରେ ଲୋକପାଳ ଅଧ୍ୟକ୍ଷ ଓ ତାଙ୍କର ୮ଜଣିଆ ସଦସ୍ୟ ଓ ସହଯୋଗୀମାନଙ୍କୁ ରହିବା ଲାଗି ସୁବିଧା ଯୋଗାଇ ଦିଆଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ହୋଟେଲ ‘ଦ ଅଶୋକ’ରେ ଲୋକପାଳଙ୍କ କାର୍ଯ୍ୟାଳୟ କିଛିଦିନ ଚାଲିବ। ଗତ ମାର୍ଚ୍ଚ ୨୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ପ୍ରଥମ ଲୋକପାଳ ଅଧ୍ୟକ୍ଷଭାବେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କୁ ଶପଥ ପାଠ କରାଇଥିଲେ। ପରେ ମାର୍ଚ୍ଚ ୨୭ ତାରିଖରେ ଜଷ୍ଟିସ ଘୋଷ ଲୋକପାଳର ଅନ୍ୟ ୮ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ବିଭିନ୍ନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଡି. ବି. ଭୋସଲେ, ପି. କେ . ମହାନ୍ତି, ଅଭିଳାଷା କୁମାରୀ, ଏ. କେ. ତ୍ରିପାଠୀ ପ୍ରମୁଖ ଲୋକପାଳର ନ୍ୟାୟିକ ସଦସ୍ୟଭାବେ ଶପଥ ଗ୍ରହଣ କରିଥିଲେ। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅର୍ଚ୍ଚନା ରାମସୁନ୍ଦରମ, ଦୀନେଶ କୁମାର ଜୈନ, ଇନ୍ଦ୍ରଜିତ ପ୍ରସାଦ ଗୌତମ ଲୋକପାଳ ସଦସ୍ୟଭାବେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ ଚୟନ କମିଟି ଲୋକପାଳ ଅଧ୍ୟକ୍ଷ ଓ ଏହାର ସଦସ୍ୟମାନଙ୍କୁ ସ୍ବୀକୃତି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ହର୍ମୁଜ ପ୍ରଣାଳୀରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନରେ ଭାରତ ସରକାର

ନୂଆଦିଲ୍ଲୀ,୧୪।୭: ହର୍ମୁଜ ପ୍ରଣାଳୀରେ ୟୁଏଇ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି, ଯାହା ଭାରତ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

ପ୍ରେମରେ ଅନ୍ଧ ହେଲେ ୯ ସନ୍ତାନର ମା’, କାଠ ଫାଳିଆରେ ଛେଚି ସ୍ବାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୪।୭: ଗୁଜୁରାଟର ବନାସକାଣ୍ଠା ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରାରମ୍ଭରେ, ଘଟଣାଟି ପ୍ରାକୃତିକ କିମ୍ବା ସାଧାରଣ ମୃତ୍ୟୁ ମାମଲା ପରି ମନେ ହେଉଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri