Posted inଖେଳ

ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌: ଓଡ଼ିଶା ଏଫ୍‌ସି ୟୁଥ୍‌ ଟିମ୍‌ ବିଜୟୀ

ଭୁବନେଶ୍ୱର, ୫।୧ (ସ୍ପୋଟର୍‌ସ ବ୍ୟୁରୋ)- ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିର ଯୁବ (୧୮ ବର୍ଷରୁ କମ୍‌) ଦଳ ୫-୩ ଗୋଲରେ କନ୍‌ସିଏଣ୍ଟ ଫୁଟ୍‌ବଲ ଦଳକୁ ପରାସ୍ତ କରିଛି। ଭାରତର ଶ୍ରେଷ୍ଠ ଫୁଟ୍‌ବଲ ଦଳ କନ୍‌ସିଏଣ୍ଟ ଫୁଟ୍‌ବଲ ବିପକ୍ଷରେ ଓଡ଼ିଶା ଏଫ୍‌ସି ପ୍ରଭାବ ବିସ୍ତାର କରି ଖେଳିଥିଲା। ବିଜୟୀ ଓଡ଼ିଶା ଏଫ୍‌ସି ପକ୍ଷରୁ ରିଷଭ ଡୋବ୍ରିୟାଲ ୨ଟି ଏବଂ ଅଖୁନ୍ନ ତ୍ୟାଗୀ, ପିୟୂଷ ଭଣ୍ଡାରୀ ଓ ରମସିମ କାଇଓ୍ବଙ୍ଗନାଓ ଗୋଟିଏ ଲେଖାଏ ଗୋଲସ୍କୋର କରିଥିଲେ।
ପ୍ରାରମ୍ଭରୁ ଓଡ଼ିଶା ଏଫ୍‌ସିର ୟୁଥ୍‌ ଦଳ ଅଗ୍ରଣୀ ହାସଲ କରିଥିଲା। ୧୮ତମ ମିନିଟ୍‌ରେ ତ୍ୟାଗୀଙ୍କ ଗୋଲ ବଳରେ ଓଡ଼ିଶା ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଏହାପରେ ପ୍ରଥମାର୍ଦ୍ଧର ଅନ୍ତିମ ମୁହୂର୍ତ୍ତରେ ଡୋବ୍ରିୟାଲ (୪୩ତମ) ଓଡ଼ିଶା ପାଇଁ ୨ୟ ଗୋଲ କରିଥିଲେ। ଦ୍ୱିତୀୟାର୍ଦ୍ଧର ଆରମ୍ଭରୁ ଡୋବ୍ରିୟାଲ ନିଜର ୨ୟ ଗୋଲ ଦେଇ ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ। ତେବେ ୫ ମିନିଟ୍‌ ଅନ୍ତରରେ କନ୍‌ସିଏଣ୍ଟ ଫୁଟ୍‌ବଲ ଦଳ ୨ଟି ଗୋଲ ଦେଇ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଓଡ଼ିଶା ଏଫ୍‌ସି ଯୁବ ଦଳ ପକ୍ଷରୁ ପିୟୂଷ (୭୪ତମ) ଓ ରାମସିମ (୮୫ତମ) ୧୧ ମିନିଟ୍‌ ବ୍ୟବଧାନରେ ୨ଟି ଗୋଲ କରି ଦଳକୁ ୫-୨ରେ ଅଗ୍ରଣୀ କରାଇଥିଲେ। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟସୀମା ଗୋଟିଏ ମିନିଟ ପୂର୍ବରୁ କନ୍‌ସିଏଣ୍ଟ ଫୁଟ୍‌ବଲ ଦଳର ଆର୍ଯ୍ୟାନ ସାହନି ମହାନ୍ତି ଗୋଟିଏ ଗୋଲସ୍କୋର କରି (୫-୩) ପରାଜୟ ବ୍ୟବଧାନକୁ କମାଇଥିଲେ। ଓଡ଼ିଶା ଏଫ୍‌ସି ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ପଞ୍ଜାବ ଫୁଟ୍‌ବଲ କ୍ଲବକୁ ଜାନୁୟାରୀ ୯ରେ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri