Posted inଜାତୀୟ

ହିନ୍ଦୁ ଆତଙ୍କବାଦ ରୂପ ଦେବାକୁ ହୋଇଥିଲା ଚକ୍ରାନ୍ତ

ମୁମ୍ବାଇ,୧୯ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ରୂପ ଦେବା ଲାଗି ଲଶ୍କର-ଇ-ତୋଇବା ଯୋଜନା ପ୍ରସ୍ତୁତ କରିଥିଲା ବୋଲି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ରାକେଶ ମାରିଆ କହିଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଜମଲ କସବଙ୍କୁ ବେଙ୍ଗାଲୁରୁର ସମୀର ଚୌଧ୍‌ରୀ ପରିଚୟରେ ମରିବା ପାଇଁ କୁହାଯାଇଥିଲା। ମାରିଆଙ୍କ ଲିଖିତ ପୁସ୍ତକ ‘ଲେଟ୍‌ ମି ସେ ଇଟ୍‌ ନାଓ’ ସୋମବାର ଉନ୍ମୋଚିତ ହୋଇଛି। ଏଥିରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ସମ୍ପର୍କରେ ଉଲ୍ଲେଖ ରହିଛି। ଉକ୍ତ ପୁସ୍ତକ ଅନୁଯାୟୀ ୨୬/୧୧ ଆକ୍ରମଣର ମୁଖ୍ୟ ପ୍ରମାଣ କସବଙ୍କୁ ଜେଲରେ ହତ୍ୟା କରିବା ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଲଶ୍କର ଆତଙ୍କବାଦୀ ସଂଗଠନ ପକ୍ଷରୁ ଯୋଜନା ହୋଇଥିଲା। ଏହି ଦାୟିତ୍ୱ ଦାଉଦ ଇବ୍ରାହିମଙ୍କ ଗ୍ୟାଙ୍ଗକୁ ଦିଆଯାଇଥିଲା। ସେମାନଙ୍କ ଯୋଜନା ଅନୁଯାୟୀ କାର୍ଯ୍ୟ ହୋଇଥିଲେ କସବ ଜେଲ୍‌ରେ ସମୀର ଚୌଧରୀ ନାମରେ ମରିଥାନ୍ତା ଓ ଗଣମାଧ୍ୟମ ମୁମ୍ବାଇ ଆକ୍ରମଣ ପାଇଁ ହିନ୍ଦୁ ଆତଙ୍କବାଦକୁ ଦାୟୀ କରିଥାନ୍ତା ବୋଲି ମାରିଆ ଲେଖିଛନ୍ତି। ସେଥିପାଇଁ ଭାରତୀୟ ଠିକଣାରେ ଜାଲ୍‌ ପରିଚୟ ପତ୍ର କଶବ ପାଇଁ ପ୍ରସ୍ତୁତ ହୋଇଥିଲା। ସୁରକ୍ଷା କାରଣରୁ ମୁମ୍ବାଇ ପୋଲିସ କସବ ସମ୍ପର୍କିତ ସମସ୍ତ ସୂଚନା ଗୁପ୍ତ ରଖିବାକୁ ଚାହୁଁଥିବାବେଳେ କେନ୍ଦ୍ରୀୟ ସଂସ୍ଥା ତାଙ୍କ ଫଟୋ ଛାଡ଼ିଦେଇଥିଲା ବୋଲି ମାରିଆ କହିଛନ୍ତି। ଏହି ଫଟୋରେ କସବ ଡାହାଣ ହାତରେ ଏକ ଲାଲ୍‌ ସୂତା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା, ଯାହା ଫଳରେ ସେ ଜଣେ ହିନ୍ଦୁ ବୋଲି ବିଶ୍ୱାସ ହେବ। ଏପରିକି ସେତେବେଳେ କେତେକ ଗଣମାଧ୍ୟମ ମୁମ୍ବାଇ ଆକ୍ରମଣରେ ହିନ୍ଦୁ ଆତଙ୍କବାଦୀ ସମ୍ପୃକ୍ତ ବୋଲି ଖବର ପ୍ରକାଶ କରିଥିଲେ। ହେଲେ ଆତଙ୍କବାଦୀଙ୍କ ଯୋଜନା କାମ ନ କରିବାରୁ ୨୬/୧୧ ଆକ୍ରମଣର ଏକମାତ୍ର ଜୀବିତ ଆତଙ୍କବାଦୀ ପାକିସ୍ତାନ ଫରିଦକୋଟର ଅଜମଲ ଅମୀର କସବ ବୋଲି ଜଣାପଡିଯାଇଥିଲା। ସେମାନଙ୍କ ଯୋଜନାକୁ ଭଣ୍ଡୁର କରିବାରେ ମୁମ୍ବାଇ କନ୍‌ଷ୍ଟେବଲ ତୁକାରାମ ଓମ୍ବଲେଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ କସବଙ୍କୁ ଜୀବନ୍ତ କାବୁ କରିଥିଲେ।
ମାରିଆଙ୍କ ପୁସ୍ତକ ଅନୁଯାୟୀ କସବ ଲଶ୍କର ସଂଗଠନରେ ଯୋଗଦେଇଥିଲେ ହେଁ ଜେହାଦ ସହ ତାଙ୍କର ସମ୍ପର୍କ ନ ଥିଲା। ମୁମ୍ବାଇ ଆକ୍ରମଣ ମିଶନରେ ଆସିବା ପୂର୍ବରୁ ତାଙ୍କୁ ୧.୨୫ ଲକ୍ଷ ଟଙ୍କା ଦିଆଯାଇ ସପ୍ତାହେ ଛୁଟିରେ ଛଡ଼ାଯାଇଥିଲା। କସବ ତାଙ୍କ ଭଉଣୀ ବାହାଘର ପାଇଁ ଉକ୍ତ ଟଙ୍କା ପରିବାରକୁ ଦେଇଥିଲେ। ୨୦୦୮ ନଭେମ୍ବର ୨୬ରେ କସବ ସମେତ ୧୦ ସଶସ୍ତ୍ର ଆତଙ୍କବାଦୀ ସମୁଦ୍ରପଥରେ ମୁମ୍ବାଇରେ ପହଞ୍ଚତ୍ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହେବା ସହ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ୯ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିବାବେଳେ ବଞ୍ଚତ୍ୟାଇଥିବା କସବଙ୍କୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?