ହିତାଧିକାରୀ ବଛାନିଛାରେ ଗପଲତି ଅଭିଯୋଗ:ଆବାସ ଯୋଜନାରୁ ବଁଚିତ୍‌ ହକ୍‌ଦାର ହିତାଧିକାରୀ

ଲୋଇସିଂହା,୩।୮(ଡି.ଏନ୍‌.ଏ.):
୨୦୨୨ ତକ୍‌ ଦେଶର ସବୁ ମାଟି ଘର ପକାଘରରେ ପରିନତ କରବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଯୋର ଦେଇ କହୁଛନ୍‌। ଇଆଡ଼େ ନିହାତି ଗରିବ୍‌ ଦୁଖି, ହକ୍‌ଦାର ହିତାଧିକାରୀ ବଛାନିଛାରେ ଗପଲତି ଲାଗି ଯୋଜନାର ଲାଭ ନାଇଁପାଏବାର। ସେନ୍‌ତା ଥିଲାବାଲା ଲୋକ୍‌ ଧରାକରା, ଲଁାଚ୍‌ଖୁଁଚ୍‌ ଦେଇ ଯୋଜନାର ଲାଭ ହାତଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଁଚେତ୍‌ ସଦର ଗଁାରେ।
ସୂଚନା ଅନ୍‌ସାରେ ହୀରାପୁର ଗଁାର ଧନ ସାହୁ। ପରିବାର କହେଲେ ମାଏକିନା ଆର ୨ ପୁଓକେ ନେଇ ତାକର ସଁସାର। ଧନ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ ନଁା’କେ ଝନେ ଚାଷୀ। ସେ କୁଲି ମଜୁରି କରି ଯାହା କମଉଛନ୍‌ ସେଥ୍‌ରେ ୪ ପରାନୀ କୁଟୁମ ଚଲୁଛନ୍‌। ପଁଚେତ୍‌ରୁ ଘର ଖଁଡ଼େ ମିଲବା ବଲି ସୁନି ପରିବାରର ଖୁସିର ଠିକାନା ନାଇଁଥାଇ। ହେଲେ ତାଲିକାରେ ଥିଲାବାଲା ଲୁକ୍‌କୁ କାର୍ଯ୍ୟାଦେଶ ମିଲିଥିଲାବେଲେ ଧନ ଉପେକ୍ଷିତ ହେଇଥିବାର ଅଭିଯୋଗ କରିଛନ୍‌। ଇ ଘଟନାକେ ନେଇ ଗଁାରେ ଅସନ୍‌ତୋଷ ପରକାଶ ପାଇଛେ। ଘଟନା ବାବ୍‌ଦେ ମତାମତ ନେବାର ଲାଗି ପିଇଓ ଲୋକନାଥ ନାଏକକଁର ମୋବାଇଲ ନଂ.୯୪୮୦୦୧୧୬୧ରେ ଯୋଗାଯୋଗ କରାଯାଇଥିଲା। ହେଲେ ମୋବାଇଲ ସ୍ବିଚ୍‌ଅଫ୍‌ ଥିବାରଲାଗି ତାକର ମତାମତ ନାଇଁ ମିଲିପାରି। ଜିଲା ପରଶାନ ପଁଚେତ୍‌ରେ ହେଉଥିବାର ହିତାଧିକାରୀ ଚୟନ ଉପରେ ତଦଁତ୍‌ କରି ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଘାଟିତ, ବିଧାୟକ ଯୋଗ ଦେଇ…

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହି ଗାନ୍ଧୀ ଛକରେ ଦୁଇଦିନବ୍ୟାପୀ ଖେମୁଣ୍ଡି ଲୋକ କଳା ମହୋତ୍ସବ ସୋମବାର ପୂର୍ବାହ୍ନ ସାଢ଼େ ୧୧ ଟାରେ…

ଧୂଷୁରୀ ଅଞ୍ଚଳରେ ରହସ୍ୟମୟ ମୃତ୍ୟୁ: ନାଳରେ ଭାସୁଛି ଅଜଣା ମୃତଦେହ

ଧାମନଗର,୨୦ା୭(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଧୀନ ବୟାଙ୍ଗଡିହି ପଞ୍ଚାୟତର ନୂଆଗାଁ ବଜାର ନିକଟସ୍ଥ ଏକ ନାଳରୁ ସୋମବାର ସକାଳେ ଜଣେ…

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

ବହି ଅଛି, ହେଲେ ପିଲାଙ୍କ ପାଖରେ ପହଞ୍ଚୁନି: ସ୍କୁଲ ଖୋଲିବାର ମାସେ ବିତିଲାଣି…

ଅମରପାଲି, ୨୦।୭ (ପୀତାମ୍ବର ସାହୁ): ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ସହ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯାଇଛି। କିନ୍ତୁ ସୁବର୍ଣ୍ଣପୁର ଜିଲାର…

ସାଧାରଣ ଲୋକଙ୍କ ଦାବି, ସପ୍ତାହକୁ ଦୁଇଦିନ ହେଉ ଜମି ରେଜିଷ୍ଟ୍ରେସନ

କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି କର୍ଲାମୁଣ୍ଡା ତହସିଲ୍ ଠାରେ ସପ୍ତାହକୁ ମାତ୍ର ଗୋଟିଏ ଦିନ ସବରେଜେଷ୍ଟ୍ରା ଅଫିସ ଚାଲୁଅଛି । ଏଠାରେ କେବଳ ପ୍ରତି ସପ୍ତାହରେ ଶୁକ୍ରବାର…

ବିଦେଶରେ ଥାଇ ଗାଁର ମହକ ଭୁଲିନାହାନ୍ତି ଚିଦାନନ୍ଦ, ୨୨ ବର୍ଷ ବୟସରେ କୃଷକଙ୍କ ପାଇଁ କରୁଛନ୍ତି ଏମିତି ଚିନ୍ତା…

ମହାକାଳପଡ଼ା,୨୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ ଅନ୍ତର୍ଗତ ନଛିପଡ଼ା ଗାଁର ୨୨ବର୍ଷୀୟ ସୋମିତ୍ରୀ ଚିଦାନନ୍ଦ ଦାସ କାନାଡାରେ ଚାକିରି କରୁଛନ୍ତି। ବିଦେଶରେ…

ହଠାତ୍ ଜଳିଗଲା ATM, ଧୂଆଁ ବାହାରିବା ଦେଖି ଲୋକେ….

ବେଲପାହାଡ଼,୨୦ା୭(ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଏକ ଏଟିଏମରେ ରବିବାର ସକାଳେ ଅଚାନକ ଅଗ୍ନିକାଣ୍ଡ…

ଆଜି ହେରାପଞ୍ଚମୀ -ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ

ପୁରୀ,୨୦।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri