ଆନ୍ତର୍ଜାତିକ ମହିଳା ଦିବସ ଆଜି: ସୁପର ମଡେଲ ଆଶାରେ ସ୍ବୀକୃତି

ଖଇରା, ୮।୩(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ଗଁ। ମାଟିର ଝିଅ ସ୍ବୀକୃତି ମଡେଲିଂ ଦୁନିଆର ଆକର୍ଷଣରେ ଏବେ ବାନ୍ଧି ହୋଇପଡିଛନ୍ତି। ର଼୍ୟାମ୍ପ ଓ୍ବାକ ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେ ସୃଷ୍ଟି କରୁଛନ୍ତି କିଛି ଭିନ୍ନ ଚମକ। ମିସ୍‌ ଆଣ୍ଡ ମିଷ୍ଟର ଏସିଆ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୨୦୧୯-୨୦ରେ ମିସ୍‌ ଓଡ଼ିଶା ଏସିଆ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଭାବେ ରାଜ୍ୟ ପଦକ ଜିତିବାର ସୌଭାଗ୍ୟ ତାଙ୍କୁ ଆଗକୁ ବଢିବା ଲାଗି ଯୋଗାଇଛି ପ୍ରେରଣା। ଘରୋଇ ଭାବେ ତାଲିମ ନେଇ ସେ ଏବେ ନିୟମିତ ର଼୍ୟାମ୍ପ ୱାକ ଅଭ୍ୟାସ ଜାରି ରଖିଛନ୍ତି। ଫେମିନା ମିସ ଇଣ୍ଡିଆ ଭଳି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି। ଲକ୍ଷ୍ୟ ନିଜକୁ ସୁପର ମଡେଲ କରି ଗଢିବା।
ଖଇରା ବ୍ଲକ ସୁଣ୍ଢିରା ପଞ୍ଚାୟତ ଅଧୀନ ଅଘାପଦା ଗ୍ରାମର ବସନ୍ତ ସାହୁଙ୍କ ଝିଅ ସ୍ବୀକୃତି । ଭାରତୀୟ ସେନା ବାହିନୀରେ ତାଙ୍କ ବାପା କାର୍ଯ୍ୟ କରୁଥିବାରୁ ସେ ବାଙ୍ଗାଲୋର ଚାଲିଯାଇ ସେଠାରେ ପାଠ ପଢି ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସ୍ବୀକୃତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆଗକୁ ବଢିବା ପାଇଁ ତାଙ୍କର ଦୃଢ ଇଚ୍ଛାଶକ୍ତି ରହିଛି। ଦିନେ ନା ଦିନେ ସେ ନିଜ ଲକ୍ଷ୍ୟରେ ସଫଳ ହୋଇପାରିବେ। ମିସ ଆଣ୍ଡ ମିଷ୍ଟର ଏସିଆ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୨୦୧୯-୨୦ ପ୍ରତିଯୋଗିତାରେ ଭାଗ ନେଇ ମିସ୍‌ ଓଡିଶା ଏସିଆ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଭାବେ ରାଜ୍ୟ ପଦକ ପ୍ରତିଯୋଗିତା ଜିତିବା ଥିଲା ତାଙ୍କ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ। ଗ୍ଲୋବାଲ ଇଣ୍ଡିଆ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ଆନୁକୂଲ୍ୟରେ ଦିଲ୍ଲୀର ମହିପାଲପୁରର ଗ୍ଲିଜ ୱେଷ୍ଟର୍ନ ଇନ୍‌ରେ ଗତ ଜାନୁୟାରୀ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଗ୍ରୋମିଂ ପର୍ଯ୍ୟାୟରେ ପ୍ରଥମ ୨୦ଜଣଙ୍କ ତାଲିକାରେ ସେ ସ୍ଥାନ ପାଇଥିଲେ। ୨୮ତାରିଖରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ତାଙ୍କୁ ଓଡ଼ିଶା ପାଇଁ ମିଳିଥିଲା ବିଜୟ ପଦକ। ଭାରତୀୟ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠାନର ଅଧ୍ୟକ୍ଷ ରଣଦୀପ ପାଲ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ । ପାଠପଢା ସମୟରେ ନିଜେ ସଂଘର୍ଷ କରି ବହୁ ବାଧାବିଘ୍ନ ଅତିକ୍ରମ କରି ସେ ଲକ୍ଷ୍ୟପଥରେ ଆଗେଇ ଚାଲିଛନ୍ତି। ୨୦୧୯ ଡିସେମ୍ବର ୧୩ତାରିଖରେ ସିଏମଓଏଫ୍‌ ଗ୍ଲୋବାଲ୍ସ ତରଫରୁ ହାଇଦ୍ରାବାଦଠାରେ ଶିଳ୍ପକଳା ଭେଦିକା ପକ୍ଷରୁ ଆୟୋଜିତ ମିସ ଆଣ୍ଡ ମିଷ୍ଟର ଅର୍ବାନ ଇଣ୍ଡିଆ ପ୍ରତିଯୋଗିତାରେ ସେ ୧୦ଜଣଙ୍କ ମଧ୍ୟରେ ନିଜ ସ୍ଥାନ ପକ୍କା କରିଥିଲେ । ଓଡିଶା ମାଟିର ଝିଅ ଭାବେ ସେ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri