ହାତମୁଠା ଭାଙ୍ଗିଯାଉ, ମୁଠା ନ ଫିଟୁ

ସତ୍ୟାଗ୍ରହ ସଂଗ୍ରାମ, ଗୋଟିଏ ନୂତନ କୌଶଳ ଓ ନୂତନ ପ୍ରେରଣାର ଉଦ୍ଦେଶ୍ୟ ନେଇ ଇଂରେଜ ସରକାରଙ୍କ ଅନ୍ୟାୟ ଓ ଯଥେଚ୍ଛାପୂର୍ଣ୍ଣ ଦମନ ନୀତିର ଉତ୍ତର ଦେବା ପାଇଁ ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହର ପରିକଳ୍ପନା। କୌଣସି ନୂତନ ପନ୍ଥା ଅବଲମ୍ବନ କରିବା ପୂର୍ବରୁ ଗାନ୍ଧିଜୀ ତାହା ଅପରପକ୍ଷକୁ ନ ଜଣାଇ କିଛି କରନ୍ତି ନାହିଁ କିମ୍ବା କହନ୍ତି ନାହିଁ। ସତ୍ୟାଗ୍ରହ ସଂଗ୍ରାମର ଏହା ହିଁ ହେଉଛି ବିଶେଷତ୍ୱ। ଏହା ହିଁ ସତ୍ୟର ସଂଗ୍ରାମ ଓ ସତ୍ୟକୁ ଲୁଚାଇ କିଛି କରିବା ସତ୍ୟାଗ୍ରହର ପରିପନ୍ଥୀ। ଗୁଜରାଟର ସୁରଟ ଜିଲା ଧର୍ଷଣାରେ ସରକାରଙ୍କ ଏକ ବଡ଼ ଲୁଣଗୋଲା ଥାଏ। ଧର୍ଷଣା ଲୁଣଗୋଲା ଆକ୍ରମଣ କରିବା ପୂର୍ବରୁ ଗାନ୍ଧିଜୀ ଲର୍ଡ ଇରଉଇନ୍‌ଙ୍କୁ ଜଣାଇ ଦେଇଥିଲେ। ଯୁଦ୍ଧରେ ସେନାପତି ତା’ର ରଣକୌଶଳ ଅପରପକ୍ଷଙ୍କୁ ଜଣାଏ ନାହିଁ କିନ୍ତୁ ଗାନ୍ଧିଜୀ ବଡ଼ଲାଟ୍‌ଙ୍କୁ ଏହା ଜଣାଇ ଦେବା ଦ୍ୱାରା ସରକାର ସାବଧାନ ହୋଇ ସମ୍ମୁଖୀନ ହେବା ପାଇଁ କଠୋର ବ୍ୟବସ୍ଥା ଅବଲମ୍ବନ କଲେ। ଅତର୍କିତ ଆକ୍ରମଣ କରି ଲୁଣଗୋଲାରୁ ଲୁଣ ଲୁଟ୍‌କରି ଆଣିବା ଅତି ସହଜ ହୋଇଥାନ୍ତା। କିନ୍ତୁ ଏହା ହିଁ ଥିଲା ଗାନ୍ଧୀ ନୀତିର ମହତ୍ତ୍ୱ। ଲୁଣ ଲୁଟ୍‌ କରି ଆଣିବା ଲକ୍ଷ୍ୟ ନ ଥିଲା ବରଂ ଉଦ୍ଦେଶ୍ୟ ଭାରତବାସୀ ଭୀରୁ, ଦୁର୍ବଳ ଓ ନିଃସହାୟ ନୁହନ୍ତି ସୂଚେଇ ଦେବା। ଲୁଣ ଲୁଟ୍‌ କରିବାର ପ୍ରଶ୍ନ ଅପେକ୍ଷା ଲୁଣ ଗୋଲା ଆକ୍ରମଣ କରି ଲୁଣ ଲୁଟ୍‌କରି ଆଣି ନ ପାରିଲେ ସତ୍ୟାଗ୍ରହର ଉଦ୍ଦେଶ୍ୟ ବିଫଳ ହେଲା ଓ ସତ୍ୟାଗ୍ରହୀ ହାର୍‌ ମାନିଲେ ବୋଲି ଏକ ନକାରାତ୍ମକ ବାର୍ତ୍ତାର ସୁଦୂର ପ୍ରସାରୀ ପ୍ରଭାବ ପରିଲକ୍ଷିତ ହେବ। ସରକାରୀ କର୍ମଚାରୀ ଚାହିଁଥିବେ ସେମାନଙ୍କ ଆଖି ଆଗରେ ଲୁଣ ଆଇନ ଭଙ୍ଗକରି ଲୁଣମାରି ଲୋକେ ନେଇଯାଉଥିବେ। ଏହା ଅଧିକ ଦିନ ସହ୍ୟ କରିବା ଅସମ୍ଭବ, କାରଣ ଏହା ହେଲେ ପରାକ୍ରମୀ ଇଂରେଜ ଶାସନର ଅସ୍ତିତ୍ୱ୍‌ ନ ଥିବା ପ୍ରମାଣିତ ହେବ। ତେଣୁ ସତ୍ୟାଗ୍ରହୀଙ୍କୁ ଜେଲ, ଜରିମାନା, ଲାଠିମାଡ଼, ତଳେ ପକାଇ ଘୋଷାରିବା ଓ ଶେଷରେ ଗୁଳି ମଧ୍ୟ ଚାଲିଲା। ତଥାପି ଲୋକେ ଡରିଲେ ନାହିଁ କି ଆନ୍ଦୋଳନ ଦବିଗଲା ନାହିଁ, ଲୁଣମାରି ସେହି ଲୁଣକୁ ବିକ୍ରି କରିବା କାର୍ଯ୍ୟକୁ ପରମ ସୌଭାଗ୍ୟ ମନେକଲେ।
ଲୁଣଗୋଲା ଆକ୍ରମଣ କରିବାର କଳ୍ପନା ଓ ତାକୁ ରୂପାନ୍ବିତ କରିବା ପାଇଁ ଗାନ୍ଧିଜୀଙ୍କର ଆହ୍ବାନ ଥିଲା ‘ହାତମୁଠା ଭାଙ୍ଗିଯାଉ କିନ୍ତୁ ମୁଠା ନ ଫିଟୁ’। କିନ୍ତୁ ହାତମୁଠା ଭାଙ୍ଗି ନିର୍ଯାତନା ସହିବାର ସୀମା ବି ଅଛି। ଲାଠିମାଡ଼ରେ କାହାର ଆଖି ଫୁଟିଯାଉଛି, କାହାର ଗୋଡ଼ ହାତ ଭାଙ୍ଗିଯିବାରୁ ସେ ଅକର୍ମଣ୍ୟ। ଲାଠିମାଡ଼ ଖାଇ ଅଚେତ ଅବସ୍ଥାରେ ପଡ଼ିଥିବା ସତ୍ୟାଗ୍ରହୀଙ୍କ ଉପେର ଘୋଡ଼ା ଚଢ଼େଇ ଦିଆଯାଉଛି, ଅଚେତ ସତ୍ୟାଗ୍ରହୀଙ୍କୁ ଉଠାଇ କଣ୍ଟାବୁଦା ଉପରକୁ ଫିଙ୍ଗି ଦେଉଛନ୍ତି। ସତ୍ୟାଗ୍ରହ ସଂଗ୍ରାମକୁ ଦମନ କରିବା ପାଇଁ ଦିନକୁ ଦିନ ନୂଆ ଉପାୟ ଅବଲମ୍ବନ କରି ନିଷ୍ଠୁର କର୍ମ କରିବାରେ ସରକାରୀ କର୍ମଚାରୀମାନେ ତିଳେମାତ୍ର ଦ୍ୱିଧାବୋଧ କରୁନାହାନ୍ତି। ପରିସ୍ଥିତିର ଭୟାବହତା ଦେଖି ଗାନ୍ଧିଜୀ କହିଲେ, ସରକାରଙ୍କ ହିଂସା ପ୍ରଣୋଦିତ କ୍ଷୁଧା ଯେପରି ପ୍ରବଳ ଆକାର ଧାରଣ କରୁଛି, ସେଥିରେ ଲାଠିମାଡ଼ ଖାଇ ଭୂପତିତ ସତ୍ୟାଗ୍ରହୀର ରୁଧିରରେ ସେ କ୍ଷୁଧା ତୃପ୍ତି ହେବନାହିଁ। ସତ୍ୟାଗ୍ରହୀର ଜୀବନଦାନରେ ତାହା ତୃପ୍ତିଲାଭ କରିବ। କେବଳ ଧର୍ଷଣା ଲୁଣଗୋଲା ନୁହେଁ ବରଂ ଯେଉଁଠାରେ ସରକାରୀ ଲୁଣ କାରଖାନା ଅଛି ସେ ସବୁ ଲୁଟ୍‌ କରି ନେବାକୁ ଗାନ୍ଧିଜୀଙ୍କର ବାର୍ତ୍ତା ଥିଲା।
ଇଂରେଜ ସରକାର ପ୍ରଥମେ ଏହି ଆନ୍ଦୋଳନ ପ୍ରତି ଗୁରୁତ୍ୱ ଦେଉ ନ ଥିଲେ ଓ ଦେଶର ନରମପନ୍ଥୀମାନେ ଉପହାସ କରି କହୁଥିଲେ, ଲୁଣମାରି ଦେଶକୁ ସ୍ବାଧୀନ କରାଯାଇ ନ ପାରେ। ତେଣୁ ଏହି ଆନ୍ଦୋଳନକୁ ଭ୍ରୂକ୍ଷେପ ନ କଲେ ଏହା ଆପେ ଆପେ ମିଳେଇଯିବ। କିନ୍ତୁ ଏହା ଧିମେଇ ନ ଯାଇ ବରଂ ତୀବ୍ର ରୂପ ଧାରଣ କଲା ଓ ସତ୍ୟାଗ୍ରହୀମାନେ ଲୁଣ ମାରି ତାଙ୍କୁ ଆଣି ହାଟ ବଜାରରେ ବିକ୍ରି କଲେ ଓ ଏହା ସରକାରଙ୍କ ଅସହ୍ୟ ହୁଅନ୍ତେ ଆନ୍ଦୋଳନକୁ ସମୂଳେ ଉତ୍ପାଟନ କରିବା ପାଇଁ ଦମନମୂଳକନୀତି ଅବଲମ୍ବନ କଲେ। ଲୁଣ ଲୁଟ୍‌, ଆନ୍ଦୋଳନ ଚାଲିଥିବା ବେଳେ ଗାନ୍ଧିଜୀଙ୍କୁ ଲୋକେ ଅତି ଶ୍ରଦ୍ଧାରେ ‘ନମକ ଚୋର ଗାନ୍ଧୀ’ ବୋଲି କହିବା ଆରମ୍ଭ କଲେ। ଏହା ଶୁଣିବା ପରେ ଗାନ୍ଧିଜୀଙ୍କ ପ୍ରତିକ୍ରିୟା ଥିଲା, ଭାରତରେ ମହାତ୍ମା ପାଇବା ଅତି ସହଜ କିନ୍ତୁ ନମକ ଚୋର ପଦ ପାଇବା ସହଜ ନୁହେଁ। ଧର୍ଷଣା ଲୁଣଗୋଲା ଦଖଲ ନ କଲା ପର୍ଯ୍ୟନ୍ତ ମତେ ନମକ ଚୋର କହିବାର କୌଣସି ଅର୍ଥ ନାହିଁ। ଲୁଣ ଗୋଲାରୁ ଲୁଣ ଆଣିଲା ବେଳେ ତାହାର ପରିମାଣ ପ୍ରତି ଦୃଷ୍ଟିଦେବା ଉଚିତ ନୁହେଁ, ତାହା ସେର, ଏକ ମୁଠା ଓ ଚିମୁଟା ଲୁଣ ହୋଇପାରେ, ଏହା ସ୍ବାଭିମାନର କଥା। ସରକାର ଏହାକୁ ପିଲାଖେଳ ଭାବିପାରନ୍ତି କିନ୍ତୁ ଏହି ପିଲାଖେଳରୁ ହିଁ ମହାଭାରତର ମହାସମର ସୃଷ୍ଟି ହେବ। ଗାନ୍ଧିଜୀଙ୍କର ଏହି ଉଦ୍‌ବୋଧନ ପରେ ସରକାର କ୍ରୋଧାନ୍ବିତ ହେଲେ ଓ ଗାନ୍ଧିଜୀ ଅଟକ ହୋଇପାରନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଲୋକଙ୍କ ମନରେ ଭାବନା ସୃଷ୍ଟି ହେଲା। ସତକୁ ସତ ଦିନେ ଗାନ୍ଧିଜୀ ଗୋଟିଏ ଗଛ ତଳେ ଖଣ୍ଡିଏ ଦଉଡ଼ିଆ ଖଟରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଧରି ନେଇଥିଲେ। ଗାନ୍ଧିଜୀ ଧରାହୋଇ ଅଟକବନ୍ଦୀ କରିବାକୁ ଯାଇଥିବା ମାଜିଷ୍ଟ୍ରେଟ୍‌ ଭାବବିହ୍ବଳ ହୋଇ ଭାବିଲେ, ଏହି ବ୍ୟକ୍ତି କ’ଣ ସେହି ଗାନ୍ଧୀ ଯାହାଙ୍କ କଥା ଆଜି ପୃଥିବୀରେ ଚହଳ ପକାଇ ଦେଇଛି; ଯାହାଙ୍କ କାର୍ଯ୍ୟ ପ୍ରବଳ ପରାକ୍ରମୀ ଇଂରେଜ ସରକାରଙ୍କୁ ବିବ୍ରତ କରିପକାଇଛି। ଗାନ୍ଧିଜୀ ଧରାହୋଇ ଅଟକବନ୍ଦୀ ହୋଇ ରହିବା ଖବର ପ୍ରଚାରିତ ହେବା ପରେ ଭାରତର କୋଣ ଅନୁକୋଣରୁ ଅସଂଖ୍ୟ ନରନାରୀ ସମରଯାତ୍ରା ଆରମ୍ଭ କରି ଲୁଣମାରି ତାକୁ ବିକ୍ରି କରିବା କାର୍ଯ୍ୟରେ ଆତ୍ମହରା ହୋଇପଡ଼ିଲେ। ଗୁଜରାଟର ଧର୍ଷଣା ଓ ବମ୍ବେ ନିକଟସ୍ଥ ଓ୍ବାଦଲା ଲୁଣଗୋଲାରେ ଆକ୍ରମଣ ହେଲା।
ଧର୍ଷଣା ଲୁଣଗୋଲା ଚାରିପାଖରେ ପାଣି ଭର୍ତ୍ତି ଗଭୀର ଖାଇ ଓ ଖାଲର ଉଭୟ ପାର୍ଶ୍ୱରେ ପୋଲିସ ଫୌଜଙ୍କ ପହରା। ଲୁଣ ଲୁଟ୍‌ କରିବାକୁ ହେଲେ ପୋଲିସ ଧାଡ଼ିକୁ ଅତିକ୍ରମ କରି ଖାଇ ପାରହେବ ତା’ପରେ ଦ୍ୱିତୀୟ ପୋଲିସ ଧାଡ଼ି ପାର ହୋଇ ଲୁହାକଣ୍ଟାର ବାଡ଼ଡେଇଁ ଗୋଲା ଭିତରେ ପ୍ରବେଶ କରିପାରିଲେ ଲୁଣ ଆଣିପାରିବ। ଲୁଣ ଧରି ଫେରିଲା ବେଳକୁ ପୂର୍ବପରି ଲୁହାକଣ୍ଟାର ତାରବାଡ଼ ଡେଇଁ ପୋଲିସ ଧାଡ଼ି ଓ ଖାଇ ପାରହୋଇ ଫୁଣି ଥରେ ପୋଲିସ ଘେର ଭାଙ୍ଗି ଲୁଣ ଧରି ବାହାରିବାକୁ ପଡ଼ିବ। ଧର୍ଷଣା ଆକ୍ରମଣ ଧରାବକ୍ଷରେ ହିଂସା- ଅହିଂସା ଆୟୁଧର ଶକ୍ତି ଓ ସାମର୍ଥ୍ୟର ପରୀକ୍ଷା କେନ୍ଦ୍ର ପାଲଟି ଯାଇଥିଲା। ଏହା ଥିଲା ଲବଣ ସତ୍ୟାଗ୍ରହ ସଂଗ୍ରାମର ବିଭୀଷିକା, ଯାହା ଭାରତର ଆବାଳ ବୃଦ୍ଧବନିତାଙ୍କ ହୃଦୟକୁ ସ୍ପର୍ଶ କରିପାରିଥିଲା ଓ ରକ୍ତ ମାଂସଧାରୀ ମଣିଷର ପରାକାଷ୍ଠା ପ୍ରଦର୍ଶନ, ଯାହା ବିଶ୍ୱକୁ ବିସ୍ମିତ କରିପାରିଥିଲା।
ସତ୍ୟ ଓ ଅହିଂସାକୁ ପାଥେୟ କରି ୧୯୩୦ ମାର୍ଚ୍ଚ ୧୨ରେ ମହାତ୍ମାଗାନ୍ଧୀ ସାବରମତି ଆଶ୍ରମରୁ ଆରମ୍ଭ କରିଥିଲେ ଭାରତୀୟଙ୍କ ପାଇଁ ଏକ ସମର ଯାତ୍ରା – ଦାଣ୍ଡିଯାତ୍ରା। ଓଡ଼ିଶାରେ ହରେକୃଷ୍ଣ ମହତାବ ବାଲେଶ୍ୱରର ଇଞ୍ଚୁଡ଼ିକୁ ପ୍ରଥମ ରଣ ପ୍ରାଙ୍ଗଣରେ ପରିଣତ କରିବା ପ୍ରସ୍ତାବକୁ ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିଆରୀ, ଗୋପବନ୍ଧୁ ଚୌଧୁରୀ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ନୀଳକଣ୍ଠ ଦାସ, ଜଗନ୍ନାଥ ରଥ ପ୍ରମୁଖ ସମର୍ଥନ କରିଥିଲେ। ‘ସର୍ଦ୍ଦାର ସୁରେନ୍ଦ୍ର’ ନାମରେ ଖ୍ୟାତି ଅର୍ଜନ କରିଥିବା ବାଲେଶ୍ୱରର ସଂଗ୍ରାମୀ ସୁରେନ୍ଦ୍ର ନାଥ ଦାସ ସତ୍ୟାଗ୍ରହୀଙ୍କ ପାଇଁ ଇଞ୍ଚୁଡ଼ିରେ ସଂଗଠନ ଦାୟିତ୍ୱ ବହନ କରିଥିଲେ। ମୁଣ୍ଡିତ ମସ୍ତକ, କପାଳରେ ସିନ୍ଦୂର ଟୋପା, ପରିଧାନରେ ଖଣ୍ଡିଏ କ୍ଷୁଦ୍ର ଧୋତି, ହସ୍ତରେ ପତାକା ଶୋଭିତ ଯଷ୍ଟି ଧରି ମୁକ୍ତିବାହିନୀର ପ୍ରଥମ ସେନାପତି ଭାବେ ଗୋପବନ୍ଧୁ ଚୌଧୁରୀ ପ୍ରାୟ ୨୧ଜଣ ସ୍ବେଚ୍ଛାସେବୀଙ୍କୁ ଧରି ଇଞ୍ଚୁଡ଼ି ଅଭିମୁଖେ କଟକରୁ ବାହାରିଥିଲେ। ଗୋପବନ୍ଧୁ ଚୌଧୁରୀ ଗିରଫ ହେଲାପରେ ଆଚାର୍ଯ୍ୟ ହରିହର ଦାସ ପ୍ରଥମ ବାହିନୀର ଅଧ୍ୟକ୍ଷ ଭାବେ ଇଞ୍ଚୁଡ଼ି ଅଭିମୁଖେ ଗଲେ। ଏହାପରେ ମଦନମୋହନ ପଟ୍ଟନାୟକ ଦ୍ୱିତୀୟ ବାହିନୀର ସେନାପତି ଭାବେ ଇଞ୍ଚୁଡ଼ି ଯାତ୍ରା କଲେ।
ଶକ୍ତି ନଗର, କଟକ
ମୋ: ୯୪୩୮୫୩୨୪୫୭


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri