ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ଅଣଦେଖା: ଥାନାକୁ ଆଣି ଜେଲ ହାଜତରେ ପୂରାଇଲେ, ସମାଧାନ ପାଇଁ ଅପହରଣ ଧମକ

ନୟାଗଡ଼ ଅଫିସ/ରଣପୁର,୧୬ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ବି ଖାତିର କରୁନି। ବେଲ୍‌ ଅର୍ଡର ଦେଖାଉଥିବା ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ୨ଘଣ୍ଟା ହାଜତରେ ରଖିଲେ। ପରେ ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କଠାରୁ ବେଲ୍‌ ଅର୍ଡର ରଖି ଛାଡିଥିଲେ। ଏତିକିରେ କଥା ସରି ନ ଥିଲା। ଛାଡିବା ସମୟରେ ତୁରନ୍ତ ମକଦ୍ଦମା ଫଏସଲା ନ କଲେ ବ୍ରହ୍ମପୁରର ଯୁବକ ଅପହରଣ କରିନେବେ ବୋଲି ଧମକ ଦେଲେ। ଏପରି କି ଥାନା ହାଜତରେ ରଖିବା ସମ୍ପର୍କରେ କାହାରିକୁ ନ କହିବାକୁ ମଧ୍ୟ ଧମକ ଦେଲେ। ଏଭଳି ଘଟଣା ରବିବାର ରଣପୁର ଏନ୍‌ଏସି ହଂସରାରେ ଘଟିଛି। ପୋଲିସର ଏପରି କାଣ୍ଡ ସାଧାରଣରେ ଭୟ ସଞ୍ଚାର କରିଛି।
ଅଭିଯୋଗ ଅନୁସାରେ ବ୍ରହ୍ମପୁରର ନରେଶ ମିଶ୍ରଙ୍କ ସହ ରଣପୁର ସିନ୍ଦୂରିଆର ରଞ୍ଜନ କୁମାର ସ୍ବାଇଁ(୪୦), ହଂସରାର ସମେନ୍ଦୁ ସୁନ୍ଦର ସାହୁ (୩୫) ଓ ସ୍ବପ୍ନେନ୍ଦୁ ସାହୁ(୨୮), ଶ୍ରୀକୃଷ୍ଣପୁରର ଉପେନ୍ଦ୍ର ସ୍ବାଇଁ (୩୮) ମିଳିତ ଭାବେ ହଂସରାରେ କେବୁଲ ଚ୍ୟାନେଲ ଦେଇଥିଲେ। ସଂସ୍ଥା ଭଲରେ ଚାଲିବା ପରେ ବ୍ରହ୍ମପୁରର ନରେଶ ମିଶ୍ରଙ୍କ ସହ ୪ ଯୁବକଙ୍କ ବିବାଦ ଉପୁଜିଥିଲା। ୫୦ ଲକ୍ଷ ଟଙ୍କା ଠକେଇ ଥିଲା ବିବାଦର କାରଣ। ଅକ୍ଟୋବର ୨୩ରେ ଉପେନ୍ଦ୍ର ସ୍ବାଇଁ ନରେଶ ମିଶ୍ରଙ୍କ ନାଁରେ କେବୁଲ ସଂସ୍ଥାର ଠକେଇ ସମ୍ପର୍କରେ ରଣପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଆପୋସ ସମାଧାନ କରିବାକୁ କହି ଅଭିଯୋଗ ରଖି ନ ଥିଲା। କିଛିଦିନ ପରେ ନରେଶଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ରଞ୍ଜନ, ସମେନ୍ଦୁ, ସ୍ବପ୍ନେନ୍ଦୁ ଓ ଉପେନ୍ଦ୍ରଙ୍କ ନାମରେ ୪୧/୧୦।୨।୨୦୨୦ରେ ମାମଲା ରୁଜୁ କରିଥିଲା। ଏପରି କି ୫୦ ଲକ୍ଷ ଟଙ୍କା ନରେଶଙ୍କୁ ଦେବା ପାଇଁ ୪ଜଣ ଯୁବକଙ୍କ ଉପରେ ଚାପ ପ୍ରୟୋଗ କରିଥିଲା। ଟଙ୍କା ନ ଦେଲେ ଗିରଫ କରି ଜେଲ ପଠାଯିବ ବୋଲି ଧମକ ଦିଆଯାଇଥିଲା । ପୋଲିସ ନିର୍ଯାତନାରେ ଅତିଷ୍ଠ ହୋଇ ୪ ଯୁବକ ହାଇକୋର୍ଟରେ ବେଲ୍‌ ପାଇଁ ଆବେଦନ କରିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ୫।୩।୨୦୨୦ରେ ୪ଜଣଙ୍କୁ ୨୦୨୦ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କେସ୍‌ ଡାଇରି ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଉପେନ୍ଦ୍ରଙ୍କ ଅଭିଯୋଗକୁ ଗ୍ରହଣ କରି ନରେଶଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୋଲିସ ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରିଥିଲା। ଘଟଣା ସମ୍ପର୍କରେ ଶରଣକୁଳ ଏସଡିପିଓ ଏସ୍‌. ଟପୋଙ୍କୁ ପଚାରିବାରୁ ସେ ଉପେନ୍ଦ୍ର ସ୍ବାଇଁଙ୍କ ଅଭିଯୋଗର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।
ଆଇଆଇସିଙ୍କ ନିଲମ୍ବନ ଦାବି
ରଣପୁର ଥାନା ଆଇଆଇସିଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ପୋଲିସ ନିର୍ଯାତନାର ଶିକାର ହୋଇଥିବା ହଂସରାର ସମେନ୍ଦୁ ସୁନ୍ଦର ସାହୁ କୁହନ୍ତି, ହାଇକୋର୍ଟଙ୍କ ଅର୍ଡର ଅନୁସାରେ ମୁଁ ପୋଲିସକୁ ସହଯୋଗ କରିଥିଲି। ହେଲେ ଆଇଆଇସି ମୋତେ ଉଠାଇନେଇ ୨ଘଣ୍ଟା ଜେଲ ହାଜତରେ ପୂରାଇ ନିର୍ଯାତନା ଦେଲେ। ପ୍ରଥମତଃ ଆମ ଅଭିଯୋଗକୁ ଗ୍ରହଣ କଲେ ନାହିଁ। ପଛରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଅଭିଯୋଗକୁ ନେଇ ଆମ ୪ଜଣଙ୍କ ନାଁରେ ମାମଲା ରୁଜୁ କଲେ। ଅଭିଯୋଗ ନ ରଖିବା ଅପରାଧ। ପୁଣି ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରିବା ଗୁରୁତର ଅପରାଧ। ଏଭଳି ଅଫିସରଙ୍କୁ ନିଲମ୍ବନ କଲେ ବି ଦଣ୍ଡ ଠିକ୍‌ ହେବ ନାହିଁ। ଏସ୍‌ପି ଓ ଜିଲାପାଳ ସତ୍ୟାସତ୍ୟ ଅନୁଧ୍ୟାନ କରି ପଦକ୍ଷେପ ନେବା ଉଚିତ। ମୋ ଘଟଣାରେ ଆଇଆଇସି ଦଣ୍ଡ ନ ପାଇଲେ ଲୋକଙ୍କ ଭରସା ଆଉ ଥାନା ଉପରେ ରହିବ ନାହିଁ। ମୋ ସରକାର ଓ ୫ ଟି ମଧ୍ୟ ବିଶ୍ୱାସ ହରାଇବ। ଘଟଣା ସମ୍ପର୍କରେ ମୁଁ ରବିବାର ନୟାଗଡ଼ ଏସ୍‌ପିଙ୍କୁ ଅବଗତ କରାଇଛି। ଆଶା ରଖିଛି ନ୍ୟାୟ ନିଶ୍ଚିତ ମିଳିବ।
ତଦନ୍ତ ଆଦେଶ ଦେଲେ ଏସ୍‌ପି
ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରି ହଂସରାର ସମେନ୍ଦୁଙ୍କୁ ଥାନାରେ ୨ ଘଣ୍ଟା ଅଟକ ରଖିବା ଘଟଣାର ତଦନ୍ତ କରାଯିବ। ତଦନ୍ତରେ ଆଇଆଇସିଙ୍କ ସମ୍ପୃକ୍ତି ଜଣାପଡିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ଧରିତ୍ରୀକୁ ସୂଚନା ଦେଇଛନ୍ତି। ଏ ନେଇ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କୁହନ୍ତି, ରଣପୁର ଆଇଆଇସିଙ୍କୁ ବଦଳି କରିବାକୁ ମୁଁ ବିଭିନ୍ନ ସମୟରେ ଡିଜି ଓ ଡିଆଇଜିଙ୍କୁ ଅବଗତ କରାଇଛି । ତେବେ ଏଯାବତ କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ରଣପୁର ଥାନା ଅଂଚଳରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି। ଲୋକେ ପୋଲିସ ଉପରୁ ଆସ୍ଥା ହରାଉଛନ୍ତି। ଆଇଆଇସିଙ୍କ ତୁରନ୍ତ ବଦଳି ନ ହେଲେ ଲୋକେ ଆନ୍ଦୋଳନ କରିବାକୁ କହୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

କ’ଣ CJP ମୁଖ୍ୟ ଅଭିଜିତ ଦିପକେ ୩ ପ୍ରବକ୍ତାଙ୍କୁ ଦେବେ ଦରମା, ସୋସଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଭାରତ ଫେରିବା ଏବଂ ଜୁନ ୬ ତାରିଖରେ ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥିର ହେବାର କିଛି ଦିନ…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri