ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ଅଣଦେଖା: ଥାନାକୁ ଆଣି ଜେଲ ହାଜତରେ ପୂରାଇଲେ, ସମାଧାନ ପାଇଁ ଅପହରଣ ଧମକ

ନୟାଗଡ଼ ଅଫିସ/ରଣପୁର,୧୬ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ବି ଖାତିର କରୁନି। ବେଲ୍‌ ଅର୍ଡର ଦେଖାଉଥିବା ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ୨ଘଣ୍ଟା ହାଜତରେ ରଖିଲେ। ପରେ ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କଠାରୁ ବେଲ୍‌ ଅର୍ଡର ରଖି ଛାଡିଥିଲେ। ଏତିକିରେ କଥା ସରି ନ ଥିଲା। ଛାଡିବା ସମୟରେ ତୁରନ୍ତ ମକଦ୍ଦମା ଫଏସଲା ନ କଲେ ବ୍ରହ୍ମପୁରର ଯୁବକ ଅପହରଣ କରିନେବେ ବୋଲି ଧମକ ଦେଲେ। ଏପରି କି ଥାନା ହାଜତରେ ରଖିବା ସମ୍ପର୍କରେ କାହାରିକୁ ନ କହିବାକୁ ମଧ୍ୟ ଧମକ ଦେଲେ। ଏଭଳି ଘଟଣା ରବିବାର ରଣପୁର ଏନ୍‌ଏସି ହଂସରାରେ ଘଟିଛି। ପୋଲିସର ଏପରି କାଣ୍ଡ ସାଧାରଣରେ ଭୟ ସଞ୍ଚାର କରିଛି।
ଅଭିଯୋଗ ଅନୁସାରେ ବ୍ରହ୍ମପୁରର ନରେଶ ମିଶ୍ରଙ୍କ ସହ ରଣପୁର ସିନ୍ଦୂରିଆର ରଞ୍ଜନ କୁମାର ସ୍ବାଇଁ(୪୦), ହଂସରାର ସମେନ୍ଦୁ ସୁନ୍ଦର ସାହୁ (୩୫) ଓ ସ୍ବପ୍ନେନ୍ଦୁ ସାହୁ(୨୮), ଶ୍ରୀକୃଷ୍ଣପୁରର ଉପେନ୍ଦ୍ର ସ୍ବାଇଁ (୩୮) ମିଳିତ ଭାବେ ହଂସରାରେ କେବୁଲ ଚ୍ୟାନେଲ ଦେଇଥିଲେ। ସଂସ୍ଥା ଭଲରେ ଚାଲିବା ପରେ ବ୍ରହ୍ମପୁରର ନରେଶ ମିଶ୍ରଙ୍କ ସହ ୪ ଯୁବକଙ୍କ ବିବାଦ ଉପୁଜିଥିଲା। ୫୦ ଲକ୍ଷ ଟଙ୍କା ଠକେଇ ଥିଲା ବିବାଦର କାରଣ। ଅକ୍ଟୋବର ୨୩ରେ ଉପେନ୍ଦ୍ର ସ୍ବାଇଁ ନରେଶ ମିଶ୍ରଙ୍କ ନାଁରେ କେବୁଲ ସଂସ୍ଥାର ଠକେଇ ସମ୍ପର୍କରେ ରଣପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଆପୋସ ସମାଧାନ କରିବାକୁ କହି ଅଭିଯୋଗ ରଖି ନ ଥିଲା। କିଛିଦିନ ପରେ ନରେଶଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ରଞ୍ଜନ, ସମେନ୍ଦୁ, ସ୍ବପ୍ନେନ୍ଦୁ ଓ ଉପେନ୍ଦ୍ରଙ୍କ ନାମରେ ୪୧/୧୦।୨।୨୦୨୦ରେ ମାମଲା ରୁଜୁ କରିଥିଲା। ଏପରି କି ୫୦ ଲକ୍ଷ ଟଙ୍କା ନରେଶଙ୍କୁ ଦେବା ପାଇଁ ୪ଜଣ ଯୁବକଙ୍କ ଉପରେ ଚାପ ପ୍ରୟୋଗ କରିଥିଲା। ଟଙ୍କା ନ ଦେଲେ ଗିରଫ କରି ଜେଲ ପଠାଯିବ ବୋଲି ଧମକ ଦିଆଯାଇଥିଲା । ପୋଲିସ ନିର୍ଯାତନାରେ ଅତିଷ୍ଠ ହୋଇ ୪ ଯୁବକ ହାଇକୋର୍ଟରେ ବେଲ୍‌ ପାଇଁ ଆବେଦନ କରିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ୫।୩।୨୦୨୦ରେ ୪ଜଣଙ୍କୁ ୨୦୨୦ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କେସ୍‌ ଡାଇରି ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଉପେନ୍ଦ୍ରଙ୍କ ଅଭିଯୋଗକୁ ଗ୍ରହଣ କରି ନରେଶଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୋଲିସ ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରିଥିଲା। ଘଟଣା ସମ୍ପର୍କରେ ଶରଣକୁଳ ଏସଡିପିଓ ଏସ୍‌. ଟପୋଙ୍କୁ ପଚାରିବାରୁ ସେ ଉପେନ୍ଦ୍ର ସ୍ବାଇଁଙ୍କ ଅଭିଯୋଗର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।
ଆଇଆଇସିଙ୍କ ନିଲମ୍ବନ ଦାବି
ରଣପୁର ଥାନା ଆଇଆଇସିଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ପୋଲିସ ନିର୍ଯାତନାର ଶିକାର ହୋଇଥିବା ହଂସରାର ସମେନ୍ଦୁ ସୁନ୍ଦର ସାହୁ କୁହନ୍ତି, ହାଇକୋର୍ଟଙ୍କ ଅର୍ଡର ଅନୁସାରେ ମୁଁ ପୋଲିସକୁ ସହଯୋଗ କରିଥିଲି। ହେଲେ ଆଇଆଇସି ମୋତେ ଉଠାଇନେଇ ୨ଘଣ୍ଟା ଜେଲ ହାଜତରେ ପୂରାଇ ନିର୍ଯାତନା ଦେଲେ। ପ୍ରଥମତଃ ଆମ ଅଭିଯୋଗକୁ ଗ୍ରହଣ କଲେ ନାହିଁ। ପଛରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଅଭିଯୋଗକୁ ନେଇ ଆମ ୪ଜଣଙ୍କ ନାଁରେ ମାମଲା ରୁଜୁ କଲେ। ଅଭିଯୋଗ ନ ରଖିବା ଅପରାଧ। ପୁଣି ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରିବା ଗୁରୁତର ଅପରାଧ। ଏଭଳି ଅଫିସରଙ୍କୁ ନିଲମ୍ବନ କଲେ ବି ଦଣ୍ଡ ଠିକ୍‌ ହେବ ନାହିଁ। ଏସ୍‌ପି ଓ ଜିଲାପାଳ ସତ୍ୟାସତ୍ୟ ଅନୁଧ୍ୟାନ କରି ପଦକ୍ଷେପ ନେବା ଉଚିତ। ମୋ ଘଟଣାରେ ଆଇଆଇସି ଦଣ୍ଡ ନ ପାଇଲେ ଲୋକଙ୍କ ଭରସା ଆଉ ଥାନା ଉପରେ ରହିବ ନାହିଁ। ମୋ ସରକାର ଓ ୫ ଟି ମଧ୍ୟ ବିଶ୍ୱାସ ହରାଇବ। ଘଟଣା ସମ୍ପର୍କରେ ମୁଁ ରବିବାର ନୟାଗଡ଼ ଏସ୍‌ପିଙ୍କୁ ଅବଗତ କରାଇଛି। ଆଶା ରଖିଛି ନ୍ୟାୟ ନିଶ୍ଚିତ ମିଳିବ।
ତଦନ୍ତ ଆଦେଶ ଦେଲେ ଏସ୍‌ପି
ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରି ହଂସରାର ସମେନ୍ଦୁଙ୍କୁ ଥାନାରେ ୨ ଘଣ୍ଟା ଅଟକ ରଖିବା ଘଟଣାର ତଦନ୍ତ କରାଯିବ। ତଦନ୍ତରେ ଆଇଆଇସିଙ୍କ ସମ୍ପୃକ୍ତି ଜଣାପଡିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ଧରିତ୍ରୀକୁ ସୂଚନା ଦେଇଛନ୍ତି। ଏ ନେଇ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କୁହନ୍ତି, ରଣପୁର ଆଇଆଇସିଙ୍କୁ ବଦଳି କରିବାକୁ ମୁଁ ବିଭିନ୍ନ ସମୟରେ ଡିଜି ଓ ଡିଆଇଜିଙ୍କୁ ଅବଗତ କରାଇଛି । ତେବେ ଏଯାବତ କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ରଣପୁର ଥାନା ଅଂଚଳରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି। ଲୋକେ ପୋଲିସ ଉପରୁ ଆସ୍ଥା ହରାଉଛନ୍ତି। ଆଇଆଇସିଙ୍କ ତୁରନ୍ତ ବଦଳି ନ ହେଲେ ଲୋକେ ଆନ୍ଦୋଳନ କରିବାକୁ କହୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri