ହସ୍ପିଟାଲକୁ ଆତଙ୍କବାଦୀଙ୍କ ଟାର୍ଗେଟ: ୧୬ ନିହତ

କାବୁଲ,୧୪ା୫: ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମପାର୍ଶ୍ୱରେ ଥିବା ଏକ ହସ୍ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ନବଜାତ ଶିଶୁ, ସେମାନଙ୍କ ମାଆ ଓ କେତେଜଣ ନର୍ସ ଅଛନ୍ତି। ସୁରକ୍ଷା କର୍ମୀ ଉକ୍ତ ପ୍ରସୂତି ହସ୍ପିଟାଲରୁ ଶିଶୁ ଓ ମାଆମାନଙ୍କୁ ଅନ୍ୟତ୍ର ନେଇଯାଇଥିଲେ। କାବୁଲରେ ଏହି ହସ୍ପିଟାଲ ଡକ୍ଟର୍ସ ଓ୍ବିଦାଉଟ୍‌ ବର୍ଡର ନାମକ ସହାୟତା ପ୍ରଦାନକାରୀ ସଂଗଠନ ଦ୍ୱାରା ଚାଲୁଥିଲା।
ମଙ୍ଗଳବାର କାବୁଲ ବାହାରେ ଦୁଇଟି ବିସ୍ଫୋରଣ ଘଟିଛି। ନଙ୍ଗରହାର ପ୍ରଦେଶରେ ଏକ ଅନ୍ତ୍ୟେଷ୍ଟିକ୍ରିୟା ବେଳେ ଆତ୍ମଘାତୀ ବିସ୍ଫୋରଣ ହେବାରୁ ୨୪ ଜଣ ପ୍ରାଣ ହରାଇଥିବାବେଳେ ୬୮ ଆହତ ହୋଇଛନ୍ତି। ସେହିପରି ଖୋଷ୍ଟ ପ୍ରଦେଶରେ ଥିବା ଏକ ବଜାରରେ ବିସ୍ଫୋରଣ ଯୋଗୁ ଜଣେ ଶିଶୁର ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଛନ୍ତି। କାବୁଲରେ ତାଲିବାନ ଏବଂ ଆଇଏସ୍‌ ବାରମ୍ବାର ସେନା ଓ ସୁରକ୍ଷା ବଳକୁ ଟାର୍ଗେଟ କରୁଥିଲେ ହେଁ ହସ୍ପିଟାଲ ଆକ୍ରମଣ ଘଟଣାରେ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri