ହଂକଂରେ ସରକାର ବିରୋଧୀ ବିଶାଳ ର଼୍ୟାଲି

ହଂକଂ,୨୨ା୭(ଏଏଫ୍‌ପି): ହଂକଂରେ ସରକାର ବିରୋଧୀ ଆନ୍ଦୋଳନ ଥମିବା ନାଁ ଧରୁନାହିଁ। ରବିବାର ହଜାର ହଜାର ଲୋକ ସରକାର ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ। ଚାଇନା ଶାସନ ବିରୋଧରେ ବର୍ଷ ବର୍ଷ ଧରି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷକୁ ସେମାନେ ପ୍ରକାଶ କରିଛନ୍ତି। ଦୀର୍ଘଦିନ ଧରି ଏହି ଅର୍ଥନୈତିକ କେନ୍ଦ୍ରରେ ଆନ୍ଦୋଳନ ଓ ଉତ୍ତେଜନା ଲାଗି ରହିଛି। ବିଭିନ୍ନ ସମୟରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହିଂସାତ୍ମକ ରୂପ ନେଉଛି। ଏଭଳି ସଙ୍କଟ ନିକଟ ଅତୀତରେ କେବେ ଦେଖାଦେଇ ନ ଥିଲା। ମୁଖ୍ୟ ଭୂଖଣ୍ଡ ଚାଇନାକୁ ପ୍ରତ୍ୟର୍ପଣ ବିଲ୍‌କୁ ନେଇ ଆନ୍ଦୋଳନର ସୂତ୍ରପାତ ହୋଇଥିତ୍ଲା। ଫଳରେ ସରକାର ଉକ୍ତ ବିଲ୍‌କୁ ସ୍ଥଗିତ ରଖିଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ ଅଧିକ ତୀବ୍ର ହୋଇଛି। ଗଣତାନ୍ତ୍ରିକ ସଂସ୍କାର, ସାର୍ବଜନୀନ ମତାଧିକାର ଏବଂ ଅର୍ଦ୍ଧସ୍ବୟଂଶାସିତ ଅଞ୍ଚଳରେ ହ୍ରାସ ପାଉଥିବା ସ୍ବାଧୀନତାକୁ ରୋକିବା ଆଦି ଦାବି ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଆହୁରି ଜୋରଦାର କରିଛନ୍ତି। ଆନ୍ଦୋଳନକାରୀମାନେ ପାର୍ଲାମେଣ୍ଟ ଅଭିମୁଖେ ଅଗ୍ରସର ହେବାରୁ ପୋଲିସକୁ ଲୁହବୁହା ଗ୍ୟାସ୍‌ ଓ ରବର ବୁଲେଟ ମାଡ଼ କରିବାକୁ ପଡିଥିଲା। ୧୯୯୭ରେ ହଂକଂ ଚାଇନା ପରିଚାଳନାକୁ ଆସିବା ପରଠାରୁ ବେଜିଂ କର୍ତ୍ତୃପକ୍ଷ କେବେ ଏଭଳି ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଆଫଗାନିସ୍ତାନ

କାବୁଲ,୧୯।୩: ଆଫଗାନିସ୍ତାନରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ତାଲିବାନ ମୁହଁତୋଡ ଜବାବ ଦେଇଛି। ତାଲିବାନ ସୈନ୍ୟମାନେ ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟକୁ ଧ୍ୱଂସ କରିଛନ୍ତି।...

ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ପାକିସ୍ତାନ

ଇସ୍‌ଲାମାବାଦ/କାବୁଲ,୧୮।୩: ପାକିସ୍ତାନ ସୋମବାର ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କରିବାରୁ ୩ ପିଲାଙ୍କ ସମେତ ୮ଜଣଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ବିଭିନ୍ନ ସହରଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ...

ଏକତରଫା ବିଜୟ ହାସଲ କଲେ ଭ୍ଲାଡିମିର ପୁଟିନ: ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି

ମସ୍କୋ,୧୮।୩: ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ...

ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ଭ୍ଲାଡିମିର ପୁଟିନ

ମସ୍କୋ,୧୮।୩: ରୁଷିଆ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି...

ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ

ଲଣ୍ଡନ,୧୮।୩(ପି.ଟି.): ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି...

ପାର୍ଟନରଙ୍କୁ ବାହାହେଲେ ବହିର୍ବ୍ୟାପାର ମନ୍ତ୍ରୀ

କାନ୍‌ବେରା,୧୮ା୩: ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନ୍ନି ଓ୍ବଙ୍ଗ୍‌ ନିଜ ଦୀର୍ଘଦିନର ମହିଳା ପାର୍ଟନର ସୋଫିଏ ଆଲ୍ଲୋଉଆଚେଙ୍କୁ ବିବାହ କରିଛନ୍ତି। ନିଜ ସମଲିଙ୍ଗୀ ବିବାହ ସମ୍ପର୍କରେ ଓ୍ବଙ୍ଗ୍‌...

ସାଧାରଣ ନିର୍ବାଚନ ପୂର୍ବରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଉଠିଲା ଦାବି

ଲଣ୍ଡନ,୧୭।୩: ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି...

ଇଭିଏମ ଥିଲେ ନିର୍ବାଚନରେ ହୋଇ ନ ଥାଆନ୍ତା କୌଣସି ଅସୁବିଧା: ଇମ୍ରାନ

ଇସଲାମାବାଦ,୧୭।୩: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ବହୁ ଦିନ ହେଲାଣି। ତେବେ ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri