Posted inଖେଳ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ସିକ୍କିମ ବିପକ୍ଷରେ ଓଡ଼ିଶାର ସହଜ ବିଜୟ

କଟକ ଅଫିସ,୧୨ା୧୧-
ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଓଡ଼ିଶା ୭ ଉଇକେଟରେ ସିକ୍କିମ୍‌କୁ ପରାସ୍ତ କରିଛି। ସିକ୍କିମ ପକ୍ଷରୁ ଧାର୍ଯ୍ୟ ୧୨୨ ରନର ବିଜୟ ଲକ୍ଷ୍ୟର ପିଛା କରି ଓଡ଼ିଶା ୧୭.୧ ଓଭରରେ ୩ ଉଇକେଟ ହରାଇ ୧୨୫ ରନ ସଂଗ୍ରହ କରି ନେଇଥିଲା।
ପ୍ରତିଯୋଗିତାରେ ଓଡ଼ିଶାର ଏହା ଥିଲା ପ୍ରଥମ ବିଜୟ। ପୂର୍ବରୁ ଝାଡ଼ଖଣ୍ଡ ଓ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ ହୋଇଛି। ମଙ୍ଗଳବାର ଜମ୍ମୁ-କାଶ୍ମୀର ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ ।
ସିକ୍କିମ୍‌ ବିପକ୍ଷ ମ୍ୟାଚ୍‌ରେ ଉଇକେଟ କିପର ପ୍ରବୀଣ ଲୋହାଙ୍କୁ ପଦାର୍ପଣ ସୁଯୋଗ ଦିଆଯାଇଥିଲା। ସକ୍କିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪ର୍ଥ ଓଭର ଶେଷ ବଲରେ ସ୍ପିନର ପପୁ ରାୟ ଓପନର ବିବେକ ଦିୱାଲିଙ୍କୁ ଉଇକେଟ କିପର ପ୍ରବୀଣଙ୍କ ଦ୍ୱାରା କ୍ୟାଚ୍‌ ଆଉଟ କରାଇଥିଲେ। ବିବେକ ୧୦ରନରେ ଆଉଟ ହୋଇଥିବା ବେଳେ ସିକ୍କିମ୍‌ର ଦଳୀୟ ସ୍କୋର ଥିଲା ୨୧। ଅନ୍ୟତମ ଓପନର ଆଶିଷ ଥାପ୍ପା ଓ ବ୍ୟାଟିଂ କ୍ରମ ୩ନଂରେ ଆସିଥିବା ଯଶପାଲ ସିଂ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୫୦ ଅତିକ୍ରମ କରାଇଥିଲେ । ଆଶିଷ ଧିମା ଗତିରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ୩୬ବଲରୁ ୨୬ରନ କରିଥିବା ବେଳେ ଆଶିଷ ସନ୍ଦୀପ ପଟ୍ଟନାୟକଙ୍କ ଦ୍ୱାରା ରନଆଉଟ ହୋଇଥିଲେ। ଅଧିନାୟକ ଇକବାଲ ଅବଦୁଲା ୭ରନ ଓ ପାଲଜୋର ତମାଙ୍ଗ ୫ରନରେ ଯଥାକ୍ରମେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଙ୍କିତ ଯାଦବଙ୍କ ଶିକାର ହୋଇଥିଲେ। ଯଶପାଲ ୬୩ ଓ ଇଶ୍ୱର ଚୌଧୁରୀ ୬ରନକରି ଅନ୍ତିମ ପର୍ଯ୍ୟନ୍ତ ଅପରାଜିତ ଥିଲେ। ସିକ୍କିମ୍‌ ୪ ଉଇକେଟ ହରାଇ ୧୨୧ରନ କରିଥିଲା। ଅଙ୍କିତ ଯାଦବଙ୍କ ୪ ଓଭର ବୋଲିଂ ସ୍ପେଲ ପ୍ରଭାବଶାଳୀ ଥିଲା। ୧୭ରନ ବିନିମୟରେ ଅଙ୍କିତ ଗୋଟିଏ ଉଇକେଟ ଦଖଲ କରିଥିଲେ। ସୂର୍ଯ୍ୟକାନ୍ତ ଓ ପପୁ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ୩ ଉଇକେଟ ହରାଇବା ସହ ୧୭ଟି ବଲ ବାକି ରଖି ଓଡ଼ିଶା ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୪୪ରନ କରିଥିଲେ। ସେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଓପନିଂରେ ଆସିଥିବା ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨୪ ଓ ସନ୍ଦୀପ ପଟ୍ଟନାୟକ ୨୦ରନର ଦ୍ରୁତ ଇନିଂସ ଖେଳିଥିଲେ। ବିପ୍ଳବ ସାମନ୍ତରାୟ ମଧ୍ୟକ୍ରମରେ ୩୦ରନର ଉପଯୋଗୀ ଇନିଂସ ଖେଳିଥିଲେ। ସିକ୍କିମର ପାଲଜୋର ତମାଙ୍ଗ ୨୦ରନ ବିନିମୟରେ ସର୍ବାଧିକ ୨ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଅଧିନାୟକ ଇକବାଲଙ୍କୁ ଗୋଟିଏ ଉଇକେଟ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri