ସ୍ଲୁଇସ ଗେଟ୍‌ କାମ ନିମ୍ନମାନର: ପ୍ରଭାବିତ ହେବେ ୫ ପଞ୍ଚାୟତର ଚାଷୀ

ନାଉଗାଁ,୧୧ା୭(ସ୍ବ.ପ୍ର.): ଚାଷ ଜମିରୁ ଉଦ୍‌ବୃତ ଜଳ ନିଷ୍କାସନ ସହିତ ଆବଶ୍ୟକ ସମୟରେ ସଂରକ୍ଷିତ ଜଳକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗୋବରୀ ନଦୀରେ ସ୍ଲୁଇସ ଗେଟ୍‌ ନିର୍ମାଣ କରାଯାଇଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଲୁଇସ ଗେଟ୍‌ ନଷ୍ଟ ହୋଇଗଲାଣି। ସେହିପରି କେତେକ ସ୍ଲୁଇସ ଗେଟ୍‌କୁ ମାଛ ଧରାଳିମାନେ ମନଇଚ୍ଛା ବ୍ୟବହାର କରୁଛନ୍ତି। ଏହି ବ୍ଲକର କୋରୁଅ ପଞ୍ଚାୟତ ଗାରୋଇଠାରେ ଦେବୀ ଓ ଗୋବରୀ ନଦୀର ସଙ୍ଗମ ସ୍ଥଳରେ ନିର୍ମିତ ହୋଇ ଏକ ସ୍ଲୁଇସ ଗେଟ୍‌। ଏହି ଗେଟ୍‌ ୧୯୮୩ ମସିହାରେ ଜଳ ସମ୍ପଦ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହା ମାଧ୍ୟମରେ ଡେରିକି, କୋରୁଅ, ଓଷକଣା, ତିରୁଣା, ଡାବର ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରୁ ବର୍ଷ ଦିନେ ଉଦବୃତ ଜଳ ନିଷ୍କାସିତ ହୋଇଥାଏ। ସେହିପରି ଆବଶ୍ୟକ ସମୟରେ ଏହା ମାଧ୍ୟମରେ ଚାଷୀ ଜଳସେଚନ ସୁବିଧା ପାଇଥାନ୍ତି। ଦୀର୍ଘଦିନ ଧରି ଏହି ସ୍ଲୁଇସ ଗେଟ୍‌ ମାଛ ଧରାଳିଙ୍କ କବ୍‌ଜାରେ ରହିଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅଧିକାଂଶ ଗେଟ୍‌ ନଷ୍ଟ ହୋଇଯାଇଥିଲା। ଫଳରେ ଜଳ ନିଷ୍କାସନ ଓ ସଂରକ୍ଷଣରେ ବାଧା ସୃଷ୍ଟି ହେଉଥିଲା। ଏହାର ମରାମତି ପାଇଁ ଚାଷୀମାନେ ବାରମ୍ବାର ଦାବି କରିବା ପରେ ବିଭାଗ ପକ୍ଷରୁ କିଛିଦିନ ହେଲା ସ୍ଲୁଇସ ଗେଟ୍‌ ମରାମତି କାମ ଆରମ୍ଭ ହୋଇଛି। କିନ୍ତୁ କାମ ହେଉଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁ ନ ଥିବାରୁ ଠିକାଦାର ନିମ୍ନମାନର କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୫ ପଞ୍ଚାୟତର ଚାଷୀ ଏହି ସ୍ଲୁଇସ୍‌ ଗେଟ୍‌ ଉପରେ ନିର୍ଭରଶୀଳ। ତେଣୁ ଏହି ଗେଟ୍‌ ମରାମତି କାର୍ଯ୍ୟ ଠିକ୍‌ ଭାବେ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ସତ୍ୟସାରଥିଙ୍କ ପ୍ରାର୍ଥିତ୍ୱକୁ ନେଇ ଅଡୁଆ ବଢୁଛି

ଜଗତ୍‌ସିଂହପୁର, ୧୭ା୪ (ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟସାରଥି ମହାନ୍ତି ଭାଜପା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ପରେ ଦଳ ପାଇଁ...

ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri