Posted inଫୁରସତ

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ ଟଙ୍କା ଖର୍ଚ୍ଚ ଭଳି ବିଭିନ୍ନ କାରଣରୁ ଅନେକେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଯଦି ଆପଣ ବି ଏଥିପାଇଁ ଦୁଃଖିତ, ତେବେ କିଛି ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍‌ ରଖି ନିଜେ ମଧ୍ୟ ଘରେ ଏକ୍ସରସାଇଜ୍‌ କରି ନିଜକୁ ଫିଟ୍‌ ରଖିପାରିବେ…
ଫିଟ୍‌ନେସ୍‌ ଟ୍ରାକର ବ୍ୟାଣ୍ଡ୍‌ କିମ୍ବା ସ୍ମାର୍ଟ ଓ୍ବାଚ୍‌: ଏହା ବର୍ତ୍ତମାନ ଏକ୍ସରସାଇଜ୍‌ କରୁଥିବା ପ୍ରାୟ ଅଧିକାଂଶଙ୍କ ଲାଗି ଏକ ଅତ୍ୟାବଶ୍ୟକ ଗ୍ୟାଜେଟ୍‌ ପାଲଟି ଗଲାଣି। ଏହାଦ୍ୱାରା ଦିନକୁ କେତେ ଚାଲିଲେ, କେତେ କ୍ୟାଲୋରି ବର୍ନ କଲେ, ହାର୍ଟବିଟ୍‌ ଇତ୍ୟାଦି ସୂଚନା ପାଇପାରିବେ। ଏଥିରେ ୩୦୦ରୁ ଅଧିକ ଗୀତ ଷ୍ଟୋର କରି ରଖିପାରିବେ। ଏହାକୁ ଜିପିଏସ୍‌ ସହ କନେକ୍ଟ କରି ନିଜର ଲୋକେଶନ୍‌ ସମ୍ପର୍କିତ ବିଭିନ୍ନ ତଥ୍ୟ ଜାଣିପାରିବେ।
ଯୋଗ ମ୍ୟାଟ୍‌: ବର୍ତ୍ତମାନ ମାର୍କେଟ୍‌ରେ ସଫ୍ଟ ମ୍ୟାଟେରିଆଲ୍‌ରେ ପ୍ରସ୍ତୁତ ଯୋଗ ମ୍ୟାଟ୍‌ ମିଳୁଛି। ଯାହା ଉପରେ ବସି କିମ୍ବା ଶୋଇ ଯୋଗ କଲେ କହୁଣି, ଆଣ୍ଠୁ ଆଦିରେ ଆଦୌ ଚାପ ପଡୁନାହିଁ। ଏହା ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ ଏବଂ ରୋଲ୍‌ କରି କ୍ୟାରି କରିବା ବି ଖୁବ୍‌ ସହଜ ହେଉଥିବାରୁ ଅନେକେ ଏହା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ମିଳୁଥିବା ସ୍ମାର୍ଟ ଯୋଗ ମ୍ୟାଟ୍‌ରେ ମୋବାଇଲ୍‌ ଫୋନ୍‌ ସହ ବ୍ଳୁଟୁଥ୍‌ କନେକ୍ଟ ହେବାର ସ୍ପେଶାଲ୍‌ ଫିଚର ଫିଟ୍‌ନେସ୍‌ ମନିଟର କରିବାରେ ବେଶ୍‌ ସାହାଯ୍ୟ କରୁଛି।
ଥର୍ମୋସ୍‌ ସ୍ମାର୍ଟ ହାଇଡ୍ରେଶନ୍‌ ବଟଲ୍‌: ଏକ୍ସରସାଇଜ୍‌ ସମୟରେ ଶରୀରର ଜଳୀୟାଂଶ ଠିକ୍‌ ରହୁଛି ନା ନାହିଁ ଜାଣିବା ଲାଗି ବର୍ତ୍ତମାନ ଅନେକେ ବ୍ୟବହାର କରୁଛନ୍ତି ଥର୍ମୋସ୍‌ ସ୍ମାର୍ଟ ହାଇଡ୍ରେଶନ୍‌ ବଟଲ୍‌। ଏହା ଶରୀରକୁ କେବେ ଏବଂ କେତେ ମାତ୍ରାରେ ପାଣି ଆବଶ୍ୟକ ସୂଚାଇ ଦେବାରେ ସାହାଯ୍ୟ କରିଥାଏ।
ବୋଫ୍ଲେକ୍ସ ଡମ୍‌ବେଲ୍‌: ଏହି ଡମ୍‌ବେଲ୍‌ ମଧ୍ୟ ଫୋନ୍‌ ସହ ବ୍ଲୁଟୁଥ୍‌ରେ କନେକ୍ଟ ହୋଇପାରୁଛି, ଯାହାକି ଫିଟ୍‌ନେସ୍‌ ଟ୍ରାକ୍‌ କରି ମୋବାଇଲ୍‌କୁ ଡାଟା ପଠାଇଥାଏ। ଏଥିରେ ୫ ପାଉଣ୍ଡରୁ ୬୦ ପାଉଣ୍ଡ ପର୍ଯ୍ୟନ୍ତ ଓଜନର ରିଙ୍ଗ୍‌ ଲାଗିଛି, ଯାହାକୁ ନିଜର ଆବଶ୍ୟକତା ଅନୁଯାୟୀ ଆଡ୍‌ଜଷ୍ଟ କରାଯାଇପାରୁଛି। ତେଣୁ ଏହି ସ୍ମାର୍ଟ ଡମ୍‌ବେଲ୍‌ ବ୍ୟବହାର କରିବା ଦ୍ୱାରା ଓଜନ ଅନୁଯାୟୀ ପୂର୍ବଭଳି ଆଉ ଅଧିକ ଡମ୍‌ବେଲ୍‌ ରଖିବା ଆବଶ୍ୟକ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri