ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନର ଜାତୀୟ ମାନ ନିର୍ଦ୍ଧାରଣ ହେବ: ପ୍ରସ୍ତୁତି ଚାଲିଛି ନୂଆ ଆପ୍‌, ମିଳିବ ସମସ୍ତ ତଥ୍ୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ମୋବାଇଲରେ ଜାଣିହେବ ଦେଶରେ ଥିବା ସ୍ମାର୍ଟସିଟିଗୁଡ଼ିକର ସବିଶେଷ ତଥ୍ୟ। ବିଶେଷକରି ପାର୍କ, ମାର୍କେଟ, ଐତିହ୍ୟସ୍ଥଳ, ଜଳାଶୟ, ରାସ୍ତା ଆଦି ସର୍ବସାଧାରଣ ସ୍ଥାନ ସଂକ୍ରାନ୍ତରେ ଜାଣିବା ପାଇଁ ସ୍ମାର୍ଟ ସିଟି ମିଶନ ପକ୍ଷରୁ ନୂଆ ଆପ୍‌ କାର୍ଯ୍ୟକାରୀ କରାଯିବ। ସ୍ମାର୍ଟସିଟି ଭୁବନେଶ୍ୱରରେ ପ୍ରଥମେ ଏହି ଆପ୍ଲିକେଶନ (ଆପ୍‌)କୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯିବ। ପ୍ରସ୍ତୁତିରେ ଥିବା ଏହି ଆପ୍‌/ଡିଜିଟାଲ ପ୍ଲାଟ୍‌ଫର୍ମ ବିଶେଷକରି ବାହାରର ଅତିଥି ବା ସହରର ନାଗରିକଙ୍କ ପାଇଁ ବେଶ୍‌ ସହାୟକ ହେବ। ଉକ୍ତ ସ୍ଥାନର ଅବସ୍ଥିତି, ରୁଟ୍‌ ମ୍ୟାପ୍‌, ରହିଥିବା ସୁବିଧାସୁଯୋଗ ଓ ସୁରକ୍ଷା ଆଦି ବିଭିନ୍ନ ବ୍ୟବସ୍ଥା ସଂକ୍ରାନ୍ତରେ ସୂଚନା ଦେବ। ଏହି ଆପ୍‌ ଜରିଆରେ ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନଗୁଡ଼ିକର ଜାତୀୟ ରେଟିଂ କରାଯିବ।
ଏହି ପରିପ୍ରେକ୍ଷୀରେ ସ୍ମାର୍ଟ ସିଟି ଫେଲୋ ଶୁଭାଶ୍ବେତୀ ସିହ୍ନା, ମାନସୀ ନାଇଡୁ ଓ କୀର୍ତ୍ତି କାୱାଲେ ଏବେ ଭୁବନେଶ୍ୱର ଆସି ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ସେମାନେ କହିଛନ୍ତି, ଏହାଦ୍ବାରା ସମସ୍ତ ସ୍ମାର୍ଟ ସିଟି ମିଶନ ଅଧିନ ସହରରେ ଥିବା ପାର୍କ ଓ ସର୍ବସାଧାରଣ ସ୍ଥାନଗୁଡ଼ିକର ଏକ ଜାତୀୟ ମାନ ନିର୍ଦ୍ଧାରଣ ପାଇଁ ବାଟ ଫିଟିବ। ସବୁଠାରୁ ଉପଯୋଗୀ ପଦକ୍ଷେପ ସ୍ବରୂପ ନାଗରିକଙ୍କ ମତାମତକୁ ଗୁରୁତ୍ୱ ଦିଆଯାଇ ଏହି ଆପ୍‌ ତିଆରି ହେବ। ବ୍ୟବହାରକାରୀଙ୍କ ଦ୍ୱାରା ଦିଆଯାଉଥିବା ମତାମତ ଓ ସମସ୍ତ ଅପ୍‌ଡେଟ୍‌ ଆପ୍‌ର ମୁଖ୍ୟ ପେଜ୍‌ରେ ପ୍ରଦର୍ଶିତ କରାଯିବ। ଯଦି ଲୋକେ ଗୋଟିଏ ପାର୍କ ବା ସର୍ବସାଧାରଣ ସ୍ଥାନକୁ ୧୦ରୁ ୬.୫ ନମ୍ବର ଦେଲେ ତେବେ ଆହୁରି ଉନ୍ନତୀକରଣ ଦିଗରେ କାର୍ଯ୍ୟ କରାଯିବ। ୮.୫ କିମ୍ବା ୯ ନମ୍ବର ରହିଲେ ତା’ହେଲେ ଉକ୍ତ ସ୍ଥାନର ସ୍ଥିତି ସେମାନଙ୍କୁ ସନ୍ତୋଷଜନକ ବୋଲି ଜଣାପଡିବ। ଏହି ଅନୁସାରେ ଜାତୀୟ ମାନ ନିର୍ଦ୍ଧାରଣ କରାଯିବ ବୋଲି ସ୍ମାର୍ଟସିଟି ଫେଲୋମାନେ ସୂଚନା ଦେଇଛନ୍ତି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନ୍ତର୍ଗତ ସ୍ମାର୍ଟ ସିଟି ମିଶନ ଅଧୀନରେ ବିଶିଷ୍ଟ ନଗର ଉନ୍ନୟନ ବିଶାରଦ ପ୍ରଫେସର କେ.ଟି. ରବୀନ୍ଦ୍ରନ୍‌ଙ୍କ ତତ୍ତ୍ୱାବଧାନରେ ସ୍ମାର୍ଟ ସିଟି ଫେଲୋମାନେ କାର୍ଯ୍ୟକରୁଛନ୍ତି। ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ଏହି ଫେଲୋମାନେ ଭାରତର ସମସ୍ତ ସ୍ମାର୍ଟସିଟିକୁ ଗସ୍ତ କରି ଅଭିଜ୍ଞତା ଓ ତଥ୍ୟ ସଂଗ୍ରହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri