ସ୍ବାସ୍ଥ୍ୟୋପକାରୀ ଗାଜର ପତ୍ର

ଗାଜରକୁ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି। ଭୋଜିଭାତରେ ଏହାର ବହୁଳ ବ୍ୟବହାର ହୋଇଥାଏ। କିନ୍ତୁ ଏହାର ପତ୍ରର ବ୍ୟବହାର ବିଷୟରେ ଆମର ଧାରଣା କମ୍‌, ସାଧାରଣତଃ ଏହାର ପତ୍ରକୁ ବ୍ୟବହାର ନ କରି ନଷ୍ଟ କରିଥାଉ। କିନ୍ତୁ ପତ୍ରରେ ବହୁ ଔଷଧୀୟ ଗୁଣ ଅଛି। ଆସନ୍ତୁ, ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ।
ପତ୍ରରେ କ୍ୟାଲୋରି, ଡାଇଟୋରି ତନ୍ତୁ, ପ୍ରୋଟିନ, ଜୀବସାର-ଏ, ସି, କ୍ୟାଲସିୟମ, ଲୌହ ପ୍ରଚୁର ପରିମାଣରେ ଥାଏ।
-ଗାଜରପତ୍ରକୁ ଖାଦ୍ୟରେ ନିୟମିତ ବ୍ୟବହାର କଲେ ଏହା ଶରୀରରେ ଟ୍ୟୁମରର କୋଷକୁ ବୃଦ୍ଧି କରିବାକୁ ଦେଇ ନ ଥାଏ।
ନିୟମିତ ଗାଜରପତ୍ର ସାମିଲକଲେ ଶରୀରରେ ଅଧିକ ପାଣି ଜମାଟ ହେବାକୁ ଦେଇ ନ ଥାଏ। ଏହା ଶରୀରର ବର୍ଜ୍ୟବସ୍ତୁକୁ ପରିସ୍ରା ମାଧ୍ୟମରେ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ।
ପଥୁରୀ ବା ଷ୍ଟୋନ ସମସ୍ୟା ଥିଲେ ପେଟରେ ଯନ୍ତ୍ରଣା ହୋଇଥାଏ, ଗାଜର ପତ୍ର ନିୟମିତ ସେବନ କଲେ ଏହା ଶରୀରକୁ ଡି-ଟୋକ୍‌ସିଫାୟ କରିବା ସହିତ କିଡ୍‌ନୀ ରକ୍ତରୁ କ୍ଷତିକାରକ ବର୍ଜ୍ୟବସ୍ତୁକୁ ଛାଣି ବାହାରକୁ କାଢ଼ିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଖାଦ୍ୟ ହଜମରେ ସାହାଯ୍ୟ କରିବା ସହିତ ଶରୀରରେ ନ୍ୟୁଟ୍ରିଏଣ୍ଟସକୁ ଆବ୍‌ଜରଭ କରିଥାଏ।
ପୋଟ୍ଟାସିୟମ ପ୍ରଚୁର ପରିମାଣରେ ଥିବାରୁ ଏହା ରକ୍ତଚାପକୁ କମ୍‌ କରିବା ସହ ହୃଦ୍‌ଘାତ ଆଶଙ୍କା ଦୂରକରିଥାଏ, ଉଚ୍ଚ ରକ୍ତଚାପ ରୋଗୀ ନିୟମିତ ଖାଦ୍ୟରେ ଏହାକୁ ବ୍ୟବହାର କରିବା ଦରକାର।
ପତ୍ରରେ ମ୍ୟାଗ୍ନେସିୟମ, ପୋଟ୍ଟାସିୟମ ଥିବାରୁ ଏହା ଶରୀରର ମାଂସପେଶୀକୁ ମଜଭୁତ କରିବା ସହ ରକ୍ତ ସଞ୍ଚାଳନକୁ ତ୍ୱରାନ୍ବିତକରି ଶରୀରକୁ ଦିନତମାମ ଶକ୍ତି ପ୍ରଦାନ କରିଥାଏ। ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି ଗାଜରପତ୍ର ଖାଦ୍ୟରେ ବ୍ୟବହାର କରିବା ଦରକାର।
ପତ୍ରରେ ଅଧିକ ପରିମାଣରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଜୀବସାର‘କେ’ ଥିବାରୁ ଏହା ହାଡ଼ର ଡେନ୍‌ସିଟି ବଢ଼ାଇବାରେ ସାହାଯ୍ୟ କରିଥାଏ। ଆଣ୍ଠୁଗଣ୍ଠି ରୋଗୀ ଏହାକୁ ଖାଦ୍ୟରେ ବ୍ୟବହାର କଲେ ସେମାନଙ୍କର ହାଡ଼ ସୁସ୍ଥ ରହିବା ସହ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ।
ଜୀବସାର‘ଏ’ ପ୍ରଚୁର ପରିମାଣରେ ଥିବାରୁ ଏହା ଆଖି ପାଇଁ ଅତି ଦରକାରୀ। ଆଖିରେ ସମସ୍ୟା ଥିଲେ ନିୟମିତ ଗାଜର ଓ ଗାଜରପତ୍ର ଖାଦ୍ୟରେ ବ୍ୟବହାର କରିବା ଦରକାର।
ରୋଗୀଙ୍କ ପାଇଁ ଏହା ମହୌଷଧି ପରି କାମ କରିଥାଏ। ଯଦି ପ୍ରତିଦିନ ଖାଦ୍ୟ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ ଏହା ଲାଲ ରକ୍ତକଣିକାରେ ହିମୋଗ୍ଲୋବିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ। ଫଳରେ ରକ୍ତହୀନତା ସମସ୍ୟାରୁ ମୁକ୍ତି ମିଳିଥାଏ।
ପିଟ୍ୟୁଟାରି ଗ୍ଲାଣ୍ଡକୁ ଷ୍ଟିମୁଲେଟ କରି ସେକ୍ସ ହର୍‌ମୋନ ସ୍ଖଳନ କରିବାରେ ତ୍ୱରାନ୍ବିତ କରିଥାଏ ଏବଂ ମହିଳାମାନଙ୍କର ମାସିକ ଋତୁସ୍ରାବକୁ କଣ୍ଟ୍ରୋଲ କରିଥାଏ। ଏହାର ପତ୍ରକୁ ଗର୍ଭବତୀ ସେବନ କରିବା ମନା।
ସାଲଟ କରି ବା ଜୁସ୍‌ କରି ସେବନକଲେ ଏହା ମାଇଗ୍ରେନ୍‌ ପରି ଯନ୍ତ୍ରଣାଦାୟକ ଅଧକପାଳି ବିନ୍ଧାରୁ ରକ୍ଷା କରିଥାଏ। କିଛିଦିନ ସେବନ କଲେ ଏହା ପୁନର୍ବାର ହୋଇ ନ ଥାଏ।

ପୀତାମ୍ବର କର

-ମୁକୁନ୍ଦ ମିଶ୍ର ନଗର, ଗୋପୀନାଥପୁର,ପୁରୀ-୨


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri