Posted inଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ: ସିଏସି, ଆଇସିଏରୁ ରଙ୍ଗାସ୍ବାମୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୩୦।୯(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ଶନ୍ଥା ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେଇଛନ୍ତି। ସେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସଭ୍ୟ ପଦରୁ ଓ ଇଣ୍ଡିଆ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଏଥିକ୍ସ ଅଫିସର ତଥା ଲୋକପାଳ ଡି.କେ. ଜୈନ ତାଙ୍କ ନିକଟକୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପାଇଁ ନୋଟିସ ପଠାଇବା ପରେ ସେ ଏହି ଦୁଇ ପଦରୁ ରବିବାର ଇସ୍ତଫା ଦେଇଛନ୍ତି।
ମୋର ଅନ୍ୟ ଯୋଜନା ରହିଛି, ତେଣୁ ଏହି ନିଷ୍ପତ୍ତି ନେଇଛି । ସିଏସିର ବୈଠକ ବର୍ଷରେ ଥରେ କିମ୍ବା ଦୁଇ ବର୍ଷରେ ଥରେ ବସିଥାଏ। ତେଣୁ କେଉଁ ଆଧାରରେ ମୋ ନିକଟରକୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ନୋଟିସ ପଠାଗଲା ତାହା ବୁଝି ପାରୁନାହିଁ ବୋଲି ରଙ୍ଗାସ୍ବାମୀ କହିଛନ୍ତି। ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପାଇଁ ବର୍ତ୍ତମାନ କ୍ରିକେଟ ପ୍ରାଶସକ ଭୂମିକାରେ ଜଣେ ପୂର୍ବତନ କ୍ରିକେଟର ଅବତୀର୍ଣ୍ଣ ହେବା କଷ୍ଟକର। ନିର୍ବାଚନ ପୂର୍ବରୁ ଆଇସିଏ ପଦରୁ ଇସ୍ତଫା ଦେଇଥାନ୍ତି। ତେଣୁ ଦୁଇଟି ପଦରୁ ଇସ୍ତାଫା ଦେବା ଏକ ସଂଯୋଗ ମାତ୍ର ବୋଲି ସେ କହିଛନ୍ତି।
ଉଲ୍ଲେଖଥାଉ କି, ରଙ୍ଗାସ୍ବାମୀ ଦୁଇ ପୂର୍ବତନ କ୍ରିକେଟର କପିଲ ଦେବ ଓ ଅଂଶୁମାନ ଗାଏକ୍ୱାଡଙ୍କ ସମେତ କ୍ରିକେଟ ଉପଦେଷ୍ଟା କମିଟିର ସଦସ୍ୟ ଥିଲେ। ସେ ତାଙ୍କ ଇସ୍ତଫା ପତ୍ର କ୍ରିକେଟ ପ୍ରଶାସକ କମିଟି (ସିଓଏ) ଓ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ନିକଟକୁ ମେଲ ମାଧ୍ୟମରେ ରବିବାର ପୂର୍ବାହ୍ନରେ ପଠାଇଛନ୍ତି।
ପୂର୍ବରୁ ଶନିବାର ଜୈନ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ସିଏସି ସଭ୍ୟମାନଙ୍କ ନିକଟକୁ ନୋଟିସ୍‌ ପଠାଇଥିଲେ। ଅକ୍ଟୋବର ୧୦ ସୁଦ୍ଧା ଜବାବ ଦେବାକୁ ଏମାନଙ୍କୁ କୁହାଯାଇଛି। ସିଏସିର ୩ଜଣ ସଦସ୍ୟଙ୍କ ବିରୋଧରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ) ଆଜୀବନ ସଦସ୍ୟ ସଞ୍ଜିବ ଗୁପ୍ତା ଅଭିଯୋଗ ଦାଖଲ କରିଥିଲେ। ରଙ୍ଗାସ୍ବାମୀ, ଗାଏକ୍ୱାଡ ଓ କପିଳ ଦେବ ଗତ ଅଗଷ୍ଟରେ ଭାରତୀୟ ହେଡ୍‌ କୋଚ୍‌ ଚୟନ କରିଥିଲେ। ବିସିସିଆଇର ସମ୍ବିଧାନ ଅନୁସାରେ କୌଣସି ବ୍ୟକ୍ତି ଏକାଧିକ ପଦରେ ଏକା ସମୟରେ ରହିପାରିବେ ନାହିଁ। ସିଏସି ସଦସ୍ୟମାନେ କ୍ରିକେଟ ସମ୍ପର୍କିତ ଏକାଧିକ ପଦରେ କାର୍ଯ୍ୟ କରୁଛନ୍ତି ବୋଲି ଗୁପ୍ତା ଅଭିଯୋଗ ଆଣିଛନ୍ତି।
କପିଲ ଦେବ ଜଣେ ଭାଷ୍ୟକାର, ଫ୍ଲଡ ଲାଇଟ୍‌ କମ୍ପାନୀର ମାଲିକ, ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ ସଦସ୍ୟ ହେବା ସହିତ ସିଏସିର ସଦସ୍ୟ ଅଛନ୍ତି। ସେହିପରି ଗାଏକ୍ୱାଡ ଗୋଟିଏ କ୍ରିକେଟ ଏକାଡେମୀ ମାଲିକ ରହିଥିବାବେଳେ ବିସିସିଆଇ ଆଫିଲିଏଶନ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ସେହିପରି ରଙ୍ଗାସ୍ବାମୀ ସିଏସି ଓ ଆଇସିଏରେ ଏକାଧିକ ପଦରେ ରହିଛନ୍ତି ବୋଲି ଗୁପ୍ତା ଅଭିଯୋଗ ଆଣିଛନ୍ତି। ସିଏସି ଭାରତୀୟ ମହିଳା ଦଳର କୋଚ୍‌ ଡବ୍ଲ୍ୟୁଭି ରମଣଙ୍କୁ ଡିସେମ୍ବରରେ ନିଯୁକ୍ତ କରିଥିଲେ। କିନ୍ତୁ ସେତେବେଳେ ଏହା ଏକ ଆଡହକ୍‌ କମିଟି ଥିଲା। ସେହିପରି ରବି ଶାସ୍ତ୍ରୀଙ୍କୁ ଭାରତୀୟ ହେଡ୍‌ କୋଚ୍‌ ରୂପେ ସିଏସି ନିଯୁକ୍ତି ଦେଇଥିଲା। ଶାସ୍ତ୍ରୀ ଭାରତରେ ଆୟୋଜନ ହେବାକୁ ଥିବା ୨୦୨୧ ଟି୨୦ ବିଶ୍ୱକପ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ସେ ଚତୁର୍ଥଥର ପାଇଁ ଜାତୀୟ ଦଳ ଲାଗି କାର୍ଯ୍ୟ କରିବାର ସୁଯୋଗ ହାସଲ କରିଛନ୍ତି। ପୂର୍ବରୁ ସେ ୨୦୦୭ ବାଂଲାଦେଶ ଗସ୍ତରେ ଦଳ ସହିତ କ୍ରିକେଟ ମ୍ୟାନେଜର, ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଟିମ୍‌ ଡାଇରେକ୍ଟର ଓ ୨୦୧୭ରୁ ୧୯ ପର୍ଯ୍ୟନ୍ତ ଦଳର ହେଡ୍‌ କୋଚ୍‌ ରୂପେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri