ସ୍ବାବଲମ୍ବୀ ହେବାର ରାସ୍ତା ଦେଖାଉଛନ୍ତି ପ୍ରଭାତ: ଓଡ଼ିଆ ଡାଟା ସାଇଣ୍ଟିଷ୍ଟ

କଟକ ଅଫିସ,୩ା୧: କିଛିମାସ ତଳେ ଆମେରିକାର ହ୍ୟୁଷ୍ଟନ ସିଟିରେ ଆୟୋଜିତ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଡାଟା(ତଥ୍ୟ)କୁ ନବ ଭାରତର ‘ସୁନା’ ଓ ‘ତୈଳ’ ସହ ତୁଳନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରିପ୍ରେକ୍ଷୀରେ ଶିଳ୍ପ ବିପ୍ଳବ ସ୍ତରରେ ଭାରତ ବିଶ୍ୱରେ ଅଗ୍ରଣୀ ଭୂମିକା ନେବାର ଦକ୍ଷତା ରଖିଛି ବୋଲି ମୋଦି କହିଥିଲେ। ସମ୍ପ୍ରତି ଯୁଗରେ ଡାଟାର ମହତ୍ତ୍ୱ ବଢିବାରେ ଲାଗିଛି। ଏବେ ଡାଟା ସାଇନ୍ସ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହ ବିଶ୍ୱସ୍ତରରେ ପରିଚୟ ପାଇଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ କଣ୍ଟିଶାଳ ଗ୍ରାମର ପ୍ରଭାତ ରଞ୍ଜନ ଜେନା। ଡାଟା ସାଇଣ୍ଟିଷ୍ଟ ପ୍ରଭାତଙ୍କଠାରୁ ଶିକ୍ଷା ହାସଲ କରି ଓଡ଼ିଶାର ଶତାଧିକ ଯୁବତୀଯୁବକ ଏବେ ଅନ୍ତର୍ଜାତୀୟସ୍ତରର କମ୍ପାନୀରେ କାର୍ଯ୍ୟ କରୁଛନ୍ତି। କୌଣସି କମ୍ପାନୀରେ ଚାକିରି କରିବାକୁ ଅପେକ୍ଷା କରନାହିଁ। ବରଂ ଯୋଗ୍ୟତା ଅନୁସାରେ ନିଜକୁ ସ୍ବାବଲମ୍ବୀ କର ବୋଲି ପ୍ରଭାତ କହିଛନ୍ତି।ନିପଟ ମଫସଲ ଗଁା କଣ୍ଟିଶାଳ। କାଦୁଅ ପଚପଚ କଚା ସଡ଼କ ଦେଇ ସ୍କୁଲ ଯିବାକୁ ପଡୁଥିଲା। ୧୦ମ ଶ୍ରେଣୀ ପାଠ ପଢିବା ପର୍ଯ୍ୟନ୍ତ ଟିଭି କ’ଣ ଆମେ ଦେଖି ନ ଥିଲୁ। ତଥାପି ଇଚ୍ଛା ଥିଲା ଗାଁପିଲା ଓ ଓଡ଼ିଆ ପିଲାଙ୍କ ପାଇଁ କିଛି ଭଲ କାମ କରିବି। ପରବର୍ତ୍ତୀ ସମୟରେ ଏହି ଲକ୍ଷ୍ୟ ନେଇ ସେ ଉଚ୍ଚଶିକ୍ଷା ଲାଭ କରି ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ତେବେ ଦୃଢ ଇଚ୍ଛାଶକ୍ତି ସହିତ ଜ୍ଞାନକୌଶଳର ସଦୁପଯୋଗ ଫଳରେ ସଫଳତା ମିଳିଛି ବୋଲି କହିଛନ୍ତି ଡାଟା ସାଇଣ୍ଟିଷ୍ଟ ପ୍ରଭାତ। ସେ ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟ କରନ୍ତି। ଚାକିରି ବ୍ୟତୀତ ବଳକା ସମୟରୁ ସେ ଡାଟା ସାଇନ୍ସ ଶିକ୍ଷା ଦିଅନ୍ତି। ‘ଡାଟା ଗ୍ୟାନ’ ନାମରେ ତାଙ୍କର ଏକ ଅନୁଷ୍ଠାନ ରହିଛି। ଯେଉଁଠାରେ ବିଶ୍ୱର ଅନେକ ରାଷ୍ଟ୍ରରୁ ମେଧାବୀ ବିଦ୍ୟାର୍ଥୀ ଆସି ଡାଟା ସାଇନ୍ସ ଉପରେ ଶିକ୍ଷା ନେଇଥାନ୍ତି ବୋଲି ସେ କହିଛନ୍ତି।
ବିପିନ ବିହାରୀ ଜେନା ଓ ବାସନ୍ତୀ ମଞ୍ଜରୀ ଜେନାଙ୍କ ସାନପୁଅ ପ୍ରଭାତ। ସେ ଆଇଟିଆର୍‌ କଲେଜରୁ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ପାଠପଢା ସାରିବା ପରେ ବେଙ୍ଗାଲୁରୁର ଏକ କମ୍ପାନୀରେ କାର୍ଯ୍ୟ ଆରମ୍ଭ କରିଥିଲେ। କେବଳ ଚାକିରି ଜୀବନରୁ ଅର୍ଥ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ପ୍ରଭାତଙ୍କର ଲକ୍ଷ୍ୟ ନ ଥିଲା। ନିଜର ପରିଶ୍ରମ ବଳରେ କମ୍ପାନୀର ଯେତେ ଉଚ୍ଚପଦବୀକୁ ଯାଇଥିଲେ ସମାଜ ପାଇଁ କାର୍ଯ୍ୟ କରିବାର ଇଚ୍ଛା ସେତେ ବଢ଼ିଥିଲା। ଆଜିକାଲି କୌଣସି ଘରୋଇ କମ୍ପାନୀ, ସରକାର କିମ୍ବା କୌଣସି ରାଜନୈତିକ ଦଳ, ସମସ୍ତେ ଡାଟା ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ଏପରି କି କମ୍ପାନୀ କୌଣସି ସ୍କିମ୍‌ ଆରମ୍ଭ କରିବା ପୂର୍ବରୁ କିମ୍ବା ସରକାର କୌଣସି ବୈଠକ ଡାକିବା ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କ ମତ କ’ଣ ରହୁଛି ସେ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି। ଏଭଳି ତଥ୍ୟ ଯୋଗାଇବା କାର୍ଯ୍ୟ କରନ୍ତି ପ୍ରଭାତଙ୍କ ଭଳି ଡାଟା ବୈଜ୍ଞାନିକମାନେ। ଏପରିି ଏକ ନିଆରା ଶିକ୍ଷା ହାସଲ କରିବା ଓଡ଼ିଆ ବିଦ୍ୟାର୍ଥୀଙ୍କ ପାଇଁ କଷ୍ଟ ଥିଲେ ମଧ୍ୟ ଏଥିରେ ପାରଙ୍ଗମ ହୋଇ ସାରିଲେଣି ପ୍ରଭାତ। ପ୍ରତିଦିନ ଅପରାହ୍ନ ୨ଟାରେ ପ୍ରଭାତଙ୍କ ଅଫିସ। ଏଣୁ ସକାଳୁ ବିଭିନ୍ନ ରାଜ୍ୟର ବିଦ୍ୟାର୍ଥୀଙ୍କୁ ସେ ଡାଟା ସାଇନ୍ସ ଶିକ୍ଷା ଦେଉଛନ୍ତି। ୫୦୦ରୁ ଅଧିକ ଓଡ଼ିଆ ବିଦ୍ୟାର୍ଥୀ ତାଙ୍କ ନିକଟରେ ଶିକ୍ଷା ହାସଲ କରି ଅନେକ ଅନ୍ତର୍ଜାତୀୟ ସ୍ତରର କମ୍ପାନୀରେ ଏବେ କାର୍ଯ୍ୟ କରୁଛନ୍ତି। ଏବେ ଆଇଆଇଟି ଖଡଗପୁର ସମେତ ଭାରତର କିଛି ପ୍ରମୁଖ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତଙ୍କୁ ଯୋଗାଯୋଗ କରାଯାଇଛି। ଏହି ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ପ୍ରଭାତଙ୍କ ନିକଟକୁ ଇଣ୍ଟର୍ନଶିପ କରିବାକୁ ଆସିବେ। ଲଣ୍ଡନ, ମାଲେସିଆ, ଦୁବାଇ, ଜାପାନର ବିଦ୍ୟାର୍ଥୀ ମଧ୍ୟ ପ୍ରଭାତଙ୍କ ଛାତ୍ର ଅଟନ୍ତି। ତେବେ ଆଗାମୀ ଦିନରେ ଓଡ଼ିଶାରେ ନିଜର ସଂସ୍ଥାକୁ ସବୁଦିନ ପାଇଁ କାର୍ଯ୍ୟକ୍ଷମ କରିବେ ବୋଲି ପ୍ରଭାତ କହିଛନ୍ତି। ବିଶ୍ୱରେ ଯେତେ ନାଁ କମାଇଲେ ବି ନିଜ ଗାଁ ଲୋକଙ୍କ ପାଇଁ କାମ ନ କଲେ ଖୁସି ପରିପୂର୍ଣ୍ଣ ହୁଏନି ବୋଲି ପ୍ରଭାତ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri