ସ୍ବଳ୍ପ ମୂଲ୍ୟର ଭେଣ୍ଟିଲେଟର ତିଆରି କଲା ସିଟିଟିସି

ଭୁବନେଶ୍ୱର(ବ୍ୟୁରୋ), ୨୧ା୪: କୋଭିଡ୍‌-୧୯ର ମୁକାବିଲା ଲାଗି ସହଯୋଗର ହାତ ବଢ଼ାଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର (ସିଟିଟିସି)। କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଭେଣ୍ଟିଲେଟରର ଆବଶ୍ୟକତା ସର୍ବାଧିକ ରହିଥିବାବେଳେ ଦେଶ ଓ ରାଜ୍ୟରେ ଏହାର ଅଭାବ ଦେଖାଦେଇଛି। ଏହି ସମସ୍ୟା ଦୂର ପାଇଁ ସିଟିଟିସି ଭୁବନେଶ୍ୱର ପକ୍ଷରୁ ଏକ ଭିନ୍ନ ଧରଣର ଆମ୍ବୁବ୍ୟାଗ୍‌ ଭେଣ୍ଟିଲେଟର ବିକଶିତ କରାଯାଇଛି। ଏହି ଭେଣ୍ଟିଲେଟର ୧/୧ – ୧/୪ ଆଇ/ଇ ରେସିଓ ଏବଂ ୨୦୦ରୁ ୮୦୦ ମିଲିଲିଟର ଟାଇଡାଲ ଭଲ୍ୟୁମରେ ୮ରୁ ୪୦ ରେସ୍ପିରେଟୋରି ରେଟ୍‌ କ୍ଷମତାସମ୍ପନ୍ନ ବୋଲି କୁହାଯାଇଛି। ଏମ୍‌ଆଇଟି ଇ- ଭେଣ୍ଟ୍‌ ଓପନସୋର୍ସଠାରୁ ପ୍ରେରିତ ହୋଇ ଏହି ଭେଣ୍ଟିଲେଟର ନିର୍ମାଣ କରାଯାଇଥିଲେ ମଧ୍ୟ ଏହାକୁ ସ୍ବଳ୍ପ ମୂଲ୍ୟଯୁକ୍ତ କରିବାକୁ ଏଥିରେ ପାରମ୍ପରିକ ଉପକରଣ ଖଞ୍ଜାଯାଇଛି। ସିଟିଟିସିର ଏକ ସ୍ବତନ୍ତ୍ର ଟିମ୍‌ ସହ ଉଡିଏଟ୍‌ ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ ମିଳିତଭାବେ ଏହି ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି। ଏହି ଭେଣ୍ଟିଲେଟର ଖୁବ୍‌ଶୀଘ୍ର ଉପଲବ୍ଧ ହେବା ସହ ବଜାର ଦାମ୍‌ ମାତ୍ର ୩୦ ହଜାର ଟଙ୍କା ରହିବ, ଯାହାକି ଅନ୍ୟ ଭେଣ୍ଟିଲେଟର ଦାମ୍‌ ତୁଳନାରେ ଅପେକ୍ଷାକୃତ କମ୍‌। ଏହାସହ ନିର୍ମାତା ଏହାର ମେଣ୍ଟେନାନ୍ସ ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରିବେ। ଆଗାମୀ ଦିନରେ ଏହି ଭେଣ୍ଟିଲେଟରକୁ କିଭଳି ଅଧିକ ଉନ୍ନତ କରିହେବ ତାହା ଉପରେ ଟିମ୍‌ ଏବେ ଗୁରୁତ୍ୱ ଦେଉଥିବାବେଳେ ଏଥିରେ ମଲ୍ଟିପୁଲ୍‌ ବ୍ୟାଗ୍‌ ବ୍ୟବସ୍ଥା ରଖିବା ଉପରେ ଗବେଷଣା ଜାରି ରହିଛି। ଫଳରେ ଏକାସଙ୍ଗେ ଅଧିକ ରୋଗୀଙ୍କୁ ଏହି ଭେଣ୍ଟିଲେଟର ସେବା ଯୋଗାଇ ପାରିବ ବୋଲି ସିଟିଟିସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri