ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ଗତ ୧୦ ତାରିଖରେ ଏକ ସଂକଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପଦୋନ୍ନତି ଦେବା ପାଇଁ ଚୟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଏକ ବର୍ଷର ପଦୋନ୍ନତି ପାଇଁ ପୂର୍ବବର୍ଷର ଡିସେମ୍ବର ଶେଷପକ୍ଷରେ ଚୟନ ପ୍ରକ୍ରିୟା ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଫଳରେ ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଇବେ। ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀ ମହଲରେ ସ୍ବାଗତ କରାଯାଇଛି।
ପଦୋନ୍ନତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ ଚଳିତ ମାସ ଶେଷ ସପ୍ତାହରୁ ପଦୋନ୍ନତି ଅଦାଲତ ମାଧ୍ୟମରେ କର୍ମଚାରୀଙ୍କ ଅଭିଯୋଗ ଶୁଣାଣି କରିବେ। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପ୍ରକାଶିତ ନିୟମ ଅନୁସାରେ, ବର୍ଷର ଅର୍ଥ ଜାନୁୟାରୀରୁ ଡିସେମ୍ବର ବୋଲି ଧରାଯାଏ। ଏହି ସମୟ ମଧ୍ୟରେ ଖାଲି ପଦବୀର ମଧ୍ୟ ଆକଳନ କରାଯିବା କଥା। ଜାନୁୟାରୀ ମାସରେ ହିଁ ଚୟନ କମିଟି ବସିବ ବୋଲି ଧାର୍ଯ୍ୟ କରାଯାଇଛି। ଉକ୍ତ କମିଟିର ତାଲିକା ଅବଧି ଜାନୁୟାରୀରୁ ଡିସେମ୍ବର ରହିଛି। ଅପରପକ୍ଷରେ ପଦୋନ୍ନତି କମିଟି ଅତୀତରେ ଧାର୍ଯ୍ୟ ସମୟରେ ପ୍ରାୟତଃ ବସେନାହିଁ। ବିଳମ୍ବରେ କମିଟି ବସିଆସୁଥିବାରୁ ଚୟନରେ ମଧ୍ୟ ବିଳମ୍ବ ହୋଇଆସୁଛି। ଏହା ଦ୍ୱାରା ପଦବୀ ଖାଲି ଥାଇ ସୁଦ୍ଧା ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଉ ନ ଥିଲେ। ଏହା ଆର୍ଥିକ କ୍ଷତି ସହ ପରବର୍ତ୍ତୀ ପଦୋନ୍ନତି ପାଇଁ ଆବଶ୍ୟକ ସର୍ବନିମ୍ନ ଚାକିରିକାଳ କ୍ଷେତ୍ରରେ ମଧ୍ୟ କର୍ମଚାରୀମାନେ କ୍ଷତି ସହିଥାଆନ୍ତି। କେତେକ ସମୟରେ କମିଟି ଦ୍ୱାରା ପ୍ରସ୍ତୁତ ତାଲିକାକୁ ବଳବତ୍ତର ରଖାଯାଇ ପରବର୍ତ୍ତୀ ବର୍ଷର ଖାଲି ପଦବୀକୁ ମଧ୍ୟ ସେଥିରୁ ପୂରଣ କରାଯାଇଥାଏ। ଏହା ଆଇନର ବିରୁଦ୍ଧାଚରଣ କରୁଥିବା କର୍ମଚାରୀ ମତ ରଖିଛନ୍ତି, ଯାହା ପଦୋନ୍ନତି କମିଟି ବିଳମ୍ବ ବସିବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି। ନୂତନ ନିୟମ କାର୍ଯ୍ୟକାରୀ ହେଲେ ଧାର୍ଯ୍ୟ ସମୟରେ ପଦୋନ୍ନତି ମିଳିବ। ହେଲେ ସଚିବାଳୟର କେତେକ ବରିଷ୍ଠ କର୍ମଚାରୀ କୁହନ୍ତି ଯେ ଧାର୍ଯ୍ୟ ସମୟରେ ଯଦି ପଦୋନ୍ନତି ନ ହୁଏ, ତେବେ କର୍ମଚାରୀଙ୍କ କ୍ଷତି କିପରି ଭରଣା ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରାଯାଇନାହିଁ। ନିଜ ଭୁଲ୍ ପାଇଁ ଅଧିକାରୀ ଦଣ୍ଡ ପାଇପାରନ୍ତି ହେଲେ ଏହା ଦ୍ୱାରା କର୍ମଚାରୀଙ୍କ ଲାଭ କ’ଣ ବୋଲି କେତେକେ ପ୍ରଶ୍ନ କରିଛନ୍ତି। ଏପରି କି ସରକାରୀସ୍ତରରେ ବିଳମ୍ବ ହେଲେ ଯେଉଁଦିନ ପଦୋନ୍ନତି ଅଧିସୂଚନା ପ୍ରକାଶ ପାଉନା କାହିଁକି, ପଦୋନ୍ନତି ଜାନୁୟାରୀ ପହିଲା କିମ୍ବା ପଦବୀ ଖାଲି ହେଲା ଦିନଠାରୁ ପିଛିଲା ଭାବେ ଲାଗୁ କରାଯାଉ ବୋଲି ଦାବି ଉଠିଛି। ସର୍ବଭାରତୀୟ ସେବାରେ ଏପରି ବ୍ୟବସ୍ଥା ରହିଛି। ଅନୁରୂପ ଭାବେ ରାଜ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ଏହାକୁ ପ୍ରଚଳନ ପାଇଁ ଦାବି ଉଠିଛି। ଗୁପ୍ତ ଚରିତ୍ର ପଞ୍ଜିକା(ସିସିଆର୍) ନ ମିଳିବା ବା ରେକର୍ଡ ନ ହେବା କାରଣରୁ ମଧ୍ୟ କର୍ମଚାରୀମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏପରିସ୍ଥଳେ ପୂର୍ବ ବର୍ଷର ସିସିଆର୍କୁ ବିଚାରକୁ ନେବା ପାଇଁ ଦାବି ହୋଇଛି। ସୂଚନା ଅନୁସାରେ, ଗୃହ ବିଭାଗର ଏଏସ୍ଓରୁ ଏସ୍ଓକୁ ପଦୋନ୍ନତି ୨୦୧୮, ୨୦୧୯ ମସିହାରେ ହୋଇନାହିଁ। ଏହିପରି ଗୃହ ବିଭାଗ ଅଧୀନରେ ଥିବା ଦିଲ୍ଲୀସ୍ଥିତ ଆବାସିକ କମିଶନଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦୀର୍ଘବର୍ଷ ହେଲା ପଦୋନ୍ନତି ପାଉନାହାନ୍ତି। ଏହି କାରଣରୁ ଇସ୍ପାତ ଓ ଖଣି ବିଭାଗ ନିର୍ଦ୍ଦେଶାଳୟର କର୍ମଚାରୀମାନେ ଦୀର୍ଘଦିନ ଧରି ପଦୋନ୍ନତି ପାଇପାରିନାହାନ୍ତି।
‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍
କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...
ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍…
ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...
ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ
ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...
ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ୍, କହିଲେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା ତାଙ୍କୁ…
ଭୁବନେଶ୍ୱର,୧୧ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମାଲୋଚନା କରି କହିଛନ୍ତି,...
ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ
ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...
କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…
ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...
ବସ୍-ବାଇକ୍ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...
ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…
ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...
Archives


