ସ୍ବଚ୍ଛତା ପାଇଁ ଗଠନଧର୍ମୀ ପ୍ରସ୍ତାବ ଦେଲେ କର୍ମଚାରୀ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ଗତ ୧୦ ତାରିଖରେ ଏକ ସଂକଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପଦୋନ୍ନତି ଦେବା ପାଇଁ ଚୟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଏକ ବର୍ଷର ପଦୋନ୍ନତି ପାଇଁ ପୂର୍ବବର୍ଷର ଡିସେମ୍ବର ଶେଷପକ୍ଷରେ ଚୟନ ପ୍ରକ୍ରିୟା ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଫଳରେ ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଇବେ। ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀ ମହଲରେ ସ୍ବାଗତ କରାଯାଇଛି।
ପଦୋନ୍ନତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ ଚଳିତ ମାସ ଶେଷ ସପ୍ତାହରୁ ପଦୋନ୍ନତି ଅଦାଲତ ମାଧ୍ୟମରେ କର୍ମଚାରୀଙ୍କ ଅଭିଯୋଗ ଶୁଣାଣି କରିବେ। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପ୍ରକାଶିତ ନିୟମ ଅନୁସାରେ, ବର୍ଷର ଅର୍ଥ ଜାନୁୟାରୀରୁ ଡିସେମ୍ବର ବୋଲି ଧରାଯାଏ। ଏହି ସମୟ ମଧ୍ୟରେ ଖାଲି ପଦବୀର ମଧ୍ୟ ଆକଳନ କରାଯିବା କଥା। ଜାନୁୟାରୀ ମାସରେ ହିଁ ଚୟନ କମିଟି ବସିବ ବୋଲି ଧାର୍ଯ୍ୟ କରାଯାଇଛି। ଉକ୍ତ କମିଟିର ତାଲିକା ଅବଧି ଜାନୁୟାରୀରୁ ଡିସେମ୍ବର ରହିଛି। ଅପରପକ୍ଷରେ ପଦୋନ୍ନତି କମିଟି ଅତୀତରେ ଧାର୍ଯ୍ୟ ସମୟରେ ପ୍ରାୟତଃ ବସେନାହିଁ। ବିଳମ୍ବରେ କମିଟି ବସିଆସୁଥିବାରୁ ଚୟନରେ ମଧ୍ୟ ବିଳମ୍ବ ହୋଇଆସୁଛି। ଏହା ଦ୍ୱାରା ପଦବୀ ଖାଲି ଥାଇ ସୁଦ୍ଧା ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଉ ନ ଥିଲେ। ଏହା ଆର୍ଥିକ କ୍ଷତି ସହ ପରବର୍ତ୍ତୀ ପଦୋନ୍ନତି ପାଇଁ ଆବଶ୍ୟକ ସର୍ବନିମ୍ନ ଚାକିରିକାଳ କ୍ଷେତ୍ରରେ ମଧ୍ୟ କର୍ମଚାରୀମାନେ କ୍ଷତି ସହିଥାଆନ୍ତି। କେତେକ ସମୟରେ କମିଟି ଦ୍ୱାରା ପ୍ରସ୍ତୁତ ତାଲିକାକୁ ବଳବତ୍ତର ରଖାଯାଇ ପରବର୍ତ୍ତୀ ବର୍ଷର ଖାଲି ପଦବୀକୁ ମଧ୍ୟ ସେଥିରୁ ପୂରଣ କରାଯାଇଥାଏ। ଏହା ଆଇନର ବିରୁଦ୍ଧାଚରଣ କରୁଥିବା କର୍ମଚାରୀ ମତ ରଖିଛନ୍ତି, ଯାହା ପଦୋନ୍ନତି କମିଟି ବିଳମ୍ବ ବସିବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି। ନୂତନ ନିୟମ କାର୍ଯ୍ୟକାରୀ ହେଲେ ଧାର୍ଯ୍ୟ ସମୟରେ ପଦୋନ୍ନତି ମିଳିବ। ହେଲେ ସଚିବାଳୟର କେତେକ ବରିଷ୍ଠ କର୍ମଚାରୀ କୁହନ୍ତି ଯେ ଧାର୍ଯ୍ୟ ସମୟରେ ଯଦି ପଦୋନ୍ନତି ନ ହୁଏ, ତେବେ କର୍ମଚାରୀଙ୍କ କ୍ଷତି କିପରି ଭରଣା ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରାଯାଇନାହିଁ। ନିଜ ଭୁଲ୍‌ ପାଇଁ ଅଧିକାରୀ ଦଣ୍ଡ ପାଇପାରନ୍ତି ହେଲେ ଏହା ଦ୍ୱାରା କର୍ମଚାରୀଙ୍କ ଲାଭ କ’ଣ ବୋଲି କେତେକେ ପ୍ରଶ୍ନ କରିଛନ୍ତି। ଏପରି କି ସରକାରୀସ୍ତରରେ ବିଳମ୍ବ ହେଲେ ଯେଉଁଦିନ ପଦୋନ୍ନତି ଅଧିସୂଚନା ପ୍ରକାଶ ପାଉନା କାହିଁକି, ପଦୋନ୍ନତି ଜାନୁୟାରୀ ପହିଲା କିମ୍ବା ପଦବୀ ଖାଲି ହେଲା ଦିନଠାରୁ ପିଛିଲା ଭାବେ ଲାଗୁ କରାଯାଉ ବୋଲି ଦାବି ଉଠିଛି। ସର୍ବଭାରତୀୟ ସେବାରେ ଏପରି ବ୍ୟବସ୍ଥା ରହିଛି। ଅନୁରୂପ ଭାବେ ରାଜ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ଏହାକୁ ପ୍ରଚଳନ ପାଇଁ ଦାବି ଉଠିଛି। ଗୁପ୍ତ ଚରିତ୍ର ପଞ୍ଜିକା(ସିସିଆର୍‌) ନ ମିଳିବା ବା ରେକର୍ଡ ନ ହେବା କାରଣରୁ ମଧ୍ୟ କର୍ମଚାରୀମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏପରିସ୍ଥଳେ ପୂର୍ବ ବର୍ଷର ସିସିଆର୍‌କୁ ବିଚାରକୁ ନେବା ପାଇଁ ଦାବି ହୋଇଛି। ସୂଚନା ଅନୁସାରେ, ଗୃହ ବିଭାଗର ଏଏସ୍‌ଓରୁ ଏସ୍‌ଓକୁ ପଦୋନ୍ନତି ୨୦୧୮, ୨୦୧୯ ମସିହାରେ ହୋଇନାହିଁ। ଏହିପରି ଗୃହ ବିଭାଗ ଅଧୀନରେ ଥିବା ଦିଲ୍ଲୀସ୍ଥିତ ଆବାସିକ କମିଶନଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦୀର୍ଘବର୍ଷ ହେଲା ପଦୋନ୍ନତି ପାଉନାହାନ୍ତି। ଏହି କାରଣରୁ ଇସ୍ପାତ ଓ ଖଣି ବିଭାଗ ନିର୍ଦ୍ଦେଶାଳୟର କର୍ମଚାରୀମାନେ ଦୀର୍ଘଦିନ ଧରି ପଦୋନ୍ନତି ପାଇପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri