ସ୍ପଷ୍ଟ କଲା ସାଧାରଣ ପ୍ରଶାସନ ବିଭାଗ: ମାସର ଦ୍ୱିତୀୟ ଶନିବାର ବି ଛୁଟି ରହିବ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂର୍ବଭଳି ମାସର ଦ୍ୱିତୀୟ ଶନିବାର ସରକାରୀ ଛୁଟି ଦିବସ ରହିବ। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସ୍ପଷ୍ଟ କରାଯାଇଛି। ଏଥିସହିତ ପ୍ରତ୍ୟେକ ମାସର ଚତୁର୍ଥ ଶନିବାର ମଧ୍ୟ ଛୁଟିି ରହିବ। ତେବେ ଚତୁର୍ଥ ଶନିବାର ପ୍ରତ୍ୟେକ ବିଭାଗୀୟ ଦପ୍ତର ସକାଳ ୧୦ଟାରୁ ୧ଟା ୩୦ ମିନିଟ ଯାଏ ଖୋଲା ରହିବ। ଏହି ସମୟରେ ପ୍ରଶାସନିକ କାର୍ଯ୍ୟରେ ୫-ଟି (ଟେକ୍ନୋଲୋଜି, ଟିମ୍‌ଓ୍ବାର୍କ, ଟ୍ରାନ୍ସପାରେନ୍ସି, ଟାଇମ ଓ ଟ୍ରାନ୍ସଫରମେଶନ)କୁ କର୍ମଚାରୀମାନେ କିଭଳି ପାଳନ କରୁଛନ୍ତି ସେନେଇ ପ୍ରଶିକ୍ଷଣ ଶିବିର କିମ୍ବା କର୍ମଶାଳାମାନ ଆୟୋଜନ କରାଯିବ। ରାଜ୍ୟର ବିକାଶ କ୍ଷେତ୍ରରେ କର୍ମଚାରୀମାନେ ଏହି କର୍ମଶାଳାରେ ନିଜର ସୁଚିନ୍ତିତ ମତାମତ ଦେଇପାରିବେ। ପ୍ରଶାସନିକ କାର୍ଯ୍ୟକୁ ଚଳଚଞ୍ଚଳ କରିବାକୁ ଏଭଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟରେ ମଙ୍ଗଳବାର ୫ ନୂଆ ବିଚାରପତି ଶପଥ ନେଇଛନ୍ତି। ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚଛି। ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ? ବଡ଼ ସଙ୍କେତ ଦେଲା BCCI

ନୂଆଦିଲ୍ଲୀ,୨।୬: ଯେତେବେଳେ ବି IPLର 19ତମ ସିଜିନ ବିଷୟରେ ଆଲୋଚନା ହୁଏ, ସମସ୍ତଙ୍କ ମୁହଁରେ ପ୍ରଥମେ ନାମ ନିଶ୍ଚିତ ଭାବରେ 15 ବର୍ଷୀୟ ଯୁବ ସେନସେସନ ବୈଭବ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

୧୯ ବର୍ଷ ପରେ ଆସିଲା ରାୟ: ଗାଣ୍ଡୁ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ୨୦୦୭ ମସିହାର ଏକ ବଧୂ ହତ୍ୟା ମାମଲାର ବିଚାରଣ କରି ଅଭିଯୁକ୍ତ ସ୍ବାମୀଙ୍କୁ ପ୍ରମାଣ ଅଭାବରୁ…

ବଲିଉଡ ଅଭିନେତ୍ରୀଙ୍କ ମାଆଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ

ନୂଆଦିଲ୍ଲୀ,୨।୭: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପରିବାର ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ରବୀନା ଟଣ୍ଡନଙ୍କ ମାଆଙ୍କ…

କାହିଁକି ସବୁବେଳେ ଧଳା ଶର୍ଟ-କଳା ବ୍ଲେଜର ପିନ୍ଧୁଛନ୍ତି ଥଲାପତି ବିଜୟ: ନିଜେ କଲେ ଖୁଲାସା

ଚେନ୍ନାଇ,୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଏକ ‘ସିଗ୍ନେଚର’ ଲୁକ ଅଛି। ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ପୋଷାକ ପ୍ରାୟତଃ ଆଲୋଚନାର ବିଷୟ ହୋଇଆସିଛି। ସେ…

ନିର୍ବାଚନ ହାରୁ ହାରୁ TMC ଦୁଇ ଫାଳ! ସାମ୍ନାକୁ ଆସିଲା କନ୍ଦଳ; ଦଳକୁ କେମିତି ବଞ୍ଚାଇବେ ମମତା ବାନାର୍ଜୀ?

କୋଲକାତା,୨।୬: ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ, ମମତା ବାନାର୍ଜୀଙ୍କ ପତନ ଆରମ୍ଭ ହୋଇଯାଇଛି। ପରିସ୍ଥିତି ବଢୁଥିବାରୁ ତୃଣମୂଳ କଂଗ୍ରେସ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେବ ବୋଲି ସୂଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri