ସ୍ଥିତି ସୁଧୁରିବାକୁ ଲାଗିପାରେ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୪।୫: କରୋନା ଲଢ଼େଇ ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଫଳରେ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଛି। ବଜାରରେ ସ୍ଥିତି ସୁଧାର ଆସିବାକୁ ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ଅନୁମାନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସରେ କମ୍ପାନୀଗୁଡିକର ରାଜସ୍ବ ପ୍ରାୟ ୬୦% ଖସିଯିବ ବୋଲି ବଜାର ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ପ୍ରମୁଖ କମ୍ପାନୀଗୁଡିକର ସିଇଓଙ୍କୁ ଏ ନେଇ ହୋଇଥିବା ସର୍ଭେରେ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି।
ରିପୋର୍ଟରେ କୁହାଯାଇଛି ଯେ, ଦେଶର ଆର୍ଥତ୍କ କାର୍ଯ୍ୟକଳାପ କ୍ଷେତ୍ରରେ ଉପୁଜିଥିବା ମାନ୍ଦାବସ୍ଥା ଦୀର୍ଘଦିନ ଧରି ରହିପାରେ। ଲକ୍‌ଡାଉନ ଶେଷ ହେବା ପରେ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ୪୫% ସିଇଓ ଆଶଙ୍କା କରିଛନ୍ତି। ୩୦୦ ସିଇଓଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନରେ ପ୍ରାୟ ୨ ତୃତୀୟାଂଶ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହ ଜଡିତ ପ୍ରତିନିଧି ରହିଛନ୍ତି। ସେହିଭଳି ପ୍ରାୟ ୪୫% କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ହ୍ରାସ ହେବା ନେଇ ଆଶଙ୍କା ରହିଛି। କ୍ଷେତ୍ରଗୁଡିକରେ ୧୫ରୁ ୩୦% ନିଯୁକ୍ତି ହ୍ରାସ ହେବା ନେଇ ସିଇଓ ଆଶଙ୍କା କରିଛନ୍ତି।
୨ ତୃତୀୟାଂଶ ସିଇଓ କହିଛନ୍ତି ଯେ, ସେମାନେ କାର୍ଯ୍ୟରତ ଫାର୍ମଗୁଡିକରେ ବର୍ତ୍ତମାନ ଯାଏ କର୍ମଚାରୀଙ୍କ ବେତନ ହ୍ରାସ କରାଯାଇନାହିଁ। ଲକ୍‌ଡାଉନ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଏହା ଜାରି ରହିଥିବାରୁ ଏହାର ପରିଣାମ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସାଂଘାତିକ ହୋଇଥିବା ସେମାନେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ ଆର୍ଥତ୍କ ବର୍ଷରେ କମ୍ପାନୀଗୁଡିକର ରାଜସ୍ବ ଗୁରୁତର ଭାବେ ପ୍ରଭାବିତ ହେବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜସ୍ବ ୪୦% କ୍ଷତିଗ୍ରସ୍ତ ହେବା ନେଇ ୩୩% ଫାର୍ମ ମତ ଦେଇଛନ୍ତି। ସେହିଭଳି ୩୨% ଫାର୍ମ କହିଛନ୍ତି ଯେ, ସେମାନଙ୍କ ରାଜସ୍ବ ୨୦%ରୁ ୪୦% ହ୍ରାସ ହୋଇପାରେ।
ବର୍ତ୍ତମାନ ବାଣିଜ୍ୟ କାରବାର ଗଭୀର କ୍ଷତିଗ୍ରସ୍ତ ହୋଇଥିବା ପ୍ରତି ୪ରୁ ୩ଟି ଫାର୍ମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେହିଭଳି ଚାହିଦା ନ ଥିବାରୁ ଏହା କାରବାରକୁ ପ୍ରଭାବିତ କରୁଥିବା ଅର୍ଦ୍ଧାଧିକ ଫାର୍ମ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, କରୋନା ନିୟନ୍ତ୍ରଣ ପାଇଁ ଲକ୍‌ଡାଉନ ଜରୁରୀ ହୋଇ ପଡିଛି। ହେଲେ ଏପଟେ ଗତ ୪୦ ଦିନରୁ ଅଧିକ ସମୟ ଧରି ଫାର୍ମଗୁଡିକ ବନ୍ଦ ହୋଇ ରହିଥିବାରୁ ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚିଛି। ଫାର୍ମଗୁଡିକ ପୂର୍ବ ସ୍ଥିତିକୁ ଫେରିବେ ବୋଲି ବର୍ତ୍ତମାନ କିଛି କହି ହେଉନାହିଁ। ସରକାର ଆର୍ଥତ୍କ କାର୍ଯ୍ୟକଳାପକୁ ସୁଚିନ୍ତିତ ଭାବେ ଚାଲୁ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଜୀବିକା ଏବଂ ଆର୍ଥତ୍କ କାର୍ଯ୍ୟକଳାପକୁ ଫେରାଇ ଆଣିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri