ସ୍ଥଗିତ ରଥଯାତ୍ରାର ଇତିହାସ

ପୁରୀ ଅଫିସ,୨୫ା୪: ଜୁନ୍‌ ୨୩ରେ ରଥଯାତ୍ରା। ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଜୁନ୍‌ ବେଳକୁ ଏହାର କୋପ ଅଧିକ ଥିବା ଭଳି ଜଣାପଡୁଛି। ତେଣୁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଇତିହାସ ପୃଷ୍ଠାକୁ ଓଲଟାଇଲେ ରଥଯାତ୍ରା ବନ୍ଦ ହେବା ସେମିତି କିଛି ନୂଆ ନୁହେଁ। ପୂର୍ବରୁ ଶ୍ରୀମନ୍ଦିର ଉପରେ ଆକ୍ରମଣଜନିତ ପ୍ରତିକୂଳ ପରିସ୍ଥିତିରେ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ରହିଥିବାବେଳେ ୧୫୫ବର୍ଷ ଧରି ହୋଇପାରିନି ଦାରୁଦିଅଁଙ୍କ ଘୋଷଯାତ୍ରା। ଇତିହାସରୁ ଜଣାପଡ଼େ ଲୁଣ୍ଠନ ଆଶାରେ ଯବନ ଓ ବିଧର୍ମୀମାନେ ୧୮ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏଥିଲାଗି ୨୨ଥର ମହାପ୍ରଭୁଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥିଲା। ଶ୍ରୀକ୍ଷେତ୍ର ଛାଡ଼ି ୧୬୪ ବର୍ଷ ୪ମାସ ବାହାରେ ରହିଥିଲେ ଦାରୁଦିଅଁ। ଏହି ସମୟ ମଧ୍ୟରେ ମାତ୍ର ୮ଥର ଶ୍ରୀକ୍ଷେତ୍ର ବାହାରେ ଏବଂ ଥରେ ଶ୍ରୀମନ୍ଦିର ଭିତରେ ହିଁ ରଥଯାତ୍ରା ସମ୍ଭବ ହୋଇପାରିଛି। ଅର୍ଥାତ୍‌ ୧୫୫ ବର୍ଷ ବନ୍ଦ ରହିଥିଲା ମହାପ୍ରଭୁଙ୍କ ରଥଯାତ୍ରା।
ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ମଧ୍ୟରୁ ୬୭୦-୬୭୫ ମସିହା ମଧ୍ୟରେ ରକ୍ତବାହୁ ଆକ୍ରମଣ କରିବା ପରେ ମହାପ୍ରଭୁ ମହାନଦୀର ଜଳପଥରେ ଯାଇ ସୋନପୁରରେ ପହଞ୍ଚତ୍ଥିଲେ। ସୋନପୁରଠାରୁ ୩୦କି.ମି. ଦୂର ଛଳିଆ ପାହାଡ଼ ପାଦଦେଶରେ ଥିବା ବାଘାପଲ୍ଲୀରେ ୪୫ବର୍ଷ ଏକାନ୍ତରେ ଉପାସିତ ହୋଇଥିଲେ। ସେତେବେଳେ ରଥଯାତ୍ରା ସମ୍ଭବ ହୋଇ ନ ଥିଲା। ଏହାପରେ ଆକ୍ରମଣ ଆଶଙ୍କା ଦେଖାଦେବାରୁ ଦାରୁବିଗ୍ରହଙ୍କୁ ପାହାଡ଼ର ଅପର ପାର୍ଶ୍ୱ ଏକ ଗୁମ୍ଫାରେ ୯୯ବର୍ଷ ଧରି ପାତାଳି କରାଯାଇଥିଲା। ସେହି ୧୪୪ ବର୍ଷ ମଧ୍ୟରେ ରଥଯାତ୍ରା ହୋଇଥିବା ପ୍ରମାଣ ମିଳିନାହିଁ।
୧୫୦୯ରେ ଶ୍ରୀମନ୍ଦିର ଉପରେ ଚତୁର୍ଥ ଆକ୍ରମଣ କାଳରେ ମହାପ୍ରଭୁ ଚିଲିକାର ଚଢେଇଗୁହା ପାହାଡ଼ ଗୁମ୍ଫାରେ ବିଜେ କରିଥିଲେ। ୧୬୦୧ରେ ମିର୍ଜା ଖୁରୁମ୍‌ ଆକ୍ରମଣ ସମୟରେ ଦାରୁବିଗ୍ରହ ପୁରୀ ଜିଲା କପିଳେଶ୍ୱରପୁରଠାରେ ଥିଲେ। ୧୬୦୭ରେ ହାସିମ୍‌ ଖଁା ଆକ୍ରମଣ କରିବାରୁ ଗଡ଼ଖୋର୍ଦ୍ଧାର ଗୋପାଳ ମନ୍ଦିରରେ ଦାରୁବିଗ୍ରହ ବିଜେ କରିଥିଲେ। ୧୬୧୨ରେ କଲ୍ୟାଣମଲ୍ଲଙ୍କ ଆକ୍ରମଣ ବେଳେ ଚିଲିକାର ଗୁରୁବାଈ ଗଡ଼ ଭିତରେ ଠାକୁରଙ୍କୁ ରଖାଯାଇଥିଲା। ୧୬୧୭ରେ ମକରମ୍‌ ଖଁା ଆକ୍ରମଣ କରିବାରୁ ବାଣପୁରର ଗବପଦରଠାରେ ବର୍ଷେରୁ ଅଧିକ ସମୟ ରହିଥିଲେ ଦାରୁଦିଅଁ। ୧୭୩୧ରେ ତକି ଖଁାଙ୍କ ଆକ୍ରମଣ କାଳରେ ପ୍ରଥମେ ବାଣପୁରର ନଇରୀଠାରେ ବର୍ଷେ ୪ ମାସ ରହିବାପରେ ଗଞ୍ଜାମ ଜିଲାର ଖଲ୍ଲିକୋଟ ଦେଇ ଚିକିଲ୍ଲିଠାରେ ପାଖାପାଖି ଦୁଇବର୍ଷ ଠାକୁର ରହିଥିଲେ। ତକି ଖଁାଙ୍କ ଦ୍ୱିତୀୟ ଆକ୍ରମଣ ସମୟରେ ୧୭୩୩ ମସିହାରେ ମହାପ୍ରଭୁ ଗଞ୍ଜାମ ଜିଲାର ଆଠଗଡ଼ ନିକଟ ହାତୀବାରି ପାହାଡ଼ ଉପତ୍ୟକାର ମାରଦାଠାରେ ୨ବର୍ଷ ୨ମାସ ରହିଥିଲେ। ଏହିସବୁ ସମୟରେ ମଧ୍ୟ ରଥଯାତ୍ରା ହୋଇପାରି ନ ଥିଲା।
ଅନ୍ୟପକ୍ଷରେ ବିଭିନ୍ନ ଆକ୍ରମଣ ଯୋଗୁ ୮ଥର ପୁରୀ ବାହାରେ ଏବଂ ଥରେ ଶ୍ରୀମନ୍ଦିର ଭିତରେ ଗୁପ୍ତରେ ହିଁ ରଥଯାତ୍ରା ହୋଇଥିଲା । ୧୫୬୮ରେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେତେବେଳେ ମହାପ୍ରଭୁଙ୍କୁ କଳାପାହାଡ଼ ଗଙ୍ଗା ନଦୀକୂଳରେ ପୋଡ଼ିଦେବାକୁ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ । କୌଶଳକ୍ରମେ ଅଧାପୋଡ଼ା ବିଗ୍ରହଙ୍କ ମଧ୍ୟରୁ ବ୍ରହ୍ମ ସଂଗ୍ରହ କରି ବିଶର ମହାନ୍ତି ମୃଦଙ୍ଗ ଭିତରେ ପୂରାଇ କୁଜଙ୍ଗ ଗଡ଼କୁ ଚାଲିଆସିଥିଲେ। କୁଜଙ୍ଗ ଗଡ଼ଠାରୁ ୨ କି.ମି. ଦୂର ମହାବୀର ଆଶ୍ରମରେ ବ୍ରହ୍ମଙ୍କୁ ରଖି ସେଠାରେ ମୂର୍ତ୍ତି ଗଢ଼ାଇ ୨ ବର୍ଷ ପୂଜା କରିବା ପରେ କୁଜଙ୍ଗ ରାଜା ଏକଥା ଜାଣିପାରିଥିଲେ। ସେ ଗଡ଼ରେ ଏକ ମନ୍ଦିର ନିର୍ମାଣ କରି ମହାବୀର ଆଶ୍ରମରୁ ମହାପ୍ରଭୁଙ୍କୁ ଆଣି ବିଜେ କରାଇଥିଲେ। ସେହିଠାରେ ୫ବର୍ଷ(୧୫୭୦ରୁ ୧୫୭୪) ପର୍ଯ୍ୟନ୍ତ ରଥଯାତ୍ରା ହୋଇଥିବା ସୂଚନା ମିଳେ। ସେହିପରି ୧୬୧୧ରେ କଲ୍ୟାଣମଲ୍ଲଙ୍କ ଆକ୍ରମଣ ବେଳେ ମହାପ୍ରଭୁ ଚିଲିକା ମଧ୍ୟରେ ଥିବା ମହିଷା ନାସୀକୁ ଚାଲିଯାଇଥିଲେ। ସେତେବେଳେ ରଥଯାତ୍ରା ଆସିଯିବାରୁ ସେହି ଦ୍ୱୀପରେ ଗୋଟିଏ ବର୍ଷ ରଥଯାତ୍ରା ହୋଇଥିଲା । ୧୬୨୧ରେ ମହାପ୍ରଭୁ ଅନ୍ଧାରି ଗଡ଼ରେ ବିଜେ କରିଥିଲେ । ସେତେବେଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ ମୀର୍ଜା ଅହମ୍ମଦ ବେଗ୍‌। ମହାପ୍ରଭୁଙ୍କ ସନ୍ଧାନ ପାଇ ଆକ୍ରମଣକାରୀ ଅନ୍ଧାରିଗଡ଼କୁ ଯାତ୍ରା କରିବାରୁ ରାତାରାତି ଦାରୁଦିଅଁଙ୍କ ବିଗ୍ରହ ସ୍ଥାନାନ୍ତର ସମ୍ଭବ ହୋଇ ନ ଥିଲା। ସେବକମାନେ ତାଙ୍କର ବ୍ରହ୍ମ ସ୍ଥାନାନ୍ତର କରିଥିଲେ ଖୋର୍ଦ୍ଧା ନିକଟରେ ଥିବା ଗଡ଼ମାଣତ୍ରୀ ବା ମାଣତ୍ରୀଗଡ଼କୁ। ସେଠାରେ ଠାକୁରଙ୍କ ନବକଳେବର ହେବା ପରେ ସେହି ଗଡ଼ରେ ଗୋଟିଏ ବର୍ଷ ରଥଯାତ୍ରା ହୋଇଥିଲା। ସେହିପରି ୧୭୩୩ରେ ତକି ଖଁାର ଦ୍ୱିତୀୟ ଆକ୍ରମଣ ବେଳେ ଚିଲିକାର ଉତ୍ତର କୂଳରେ ଥିବା ନଈରୀ ଗ୍ରାମରେ ଗୋଟିଏଥର ରଥଯାତ୍ରା ହୋଇଥିବା ଜଣାପଡ଼େ।
ଆଉ ଗୋଟିଏ ବର୍ଷ ଅର୍ଥାତ୍‌ ୧୬୯୨ରେ ଶ୍ରୀମନ୍ଦିର ଭିତରେ ଗୁପ୍ତରେ ହୋଇଥିଲା ରଥଯାତ୍ରା। ଘଣ୍ଟଘଣ୍ଟି ବାଜି ନ ଥିଲା କିମ୍ବା ଭକ୍ତମାନଙ୍କ ଭିତରକୁ ଯିବାକୁ ଅନୁମତି ମିଳି ନ ଥିଲା। ଏହିବର୍ଷ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ ଏକ୍ରାମ୍‌ ଖଁା। ହଠାତ୍‌ ଆକ୍ରମଣ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ବେଢାରେ ଥିବା ମା’ ବିମଳାଙ୍କ ମନ୍ଦିର ପଛପଟକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦାରୁଦିଅଁଙ୍କୁ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଦେବାକୁ ଦିଲ୍ଲୀର ବାଦ୍‌ଶାହା ଔରଙ୍ଗଜେବଙ୍କ ଆଦେଶ ଥିଲା। ହେଲେ ତତ୍କାଳୀନ ଗଜପତି କୂଟନୀତି ପ୍ରୟୋଗ କରି ନକଲି ବିଗ୍ରହ ତିଆରି କରି ଏକ୍ରାମ୍‌ ଖଁାଙ୍କୁ ହସ୍ତାନ୍ତର କରିଥିଲେ। ଏଥିସହ ୩୦ହଜାର ଟଙ୍କା ତାଙ୍କୁ ପେଚକସ ଦେଇଥିଲେ। ସେଥିରେ ସେ ଖୁସି ହୋଇ କେବଳ ସିଂହଦ୍ୱାର ଗୁମୁଟର ଖଣ୍ଡେ ଭାଙ୍ଗିଦେବା ପାଇଁ ଆଦେଶ ଦେଇଥିଲେ। ଆଉ ତାହା ହିଁ ହୋଇଥିଲା। ସିଂହଦ୍ୱାରରୁ ନକଲି ବିଗ୍ରହଙ୍କୁ ଚମ ଦଉଡ଼ିରେ ବାନ୍ଧି ସେ କଟକ ନେଇଯାଇଥିଲେ। ଏହି ସୁଯୋଗରେ ସମସ୍ତ ବିଗ୍ରହମଙ୍କୁ ଭାର୍ଗବୀ ନଦୀପଥରେ ନେଇ କୋକଲଗଡ଼ରେ ଥିବା ଗଜପତିଙ୍କ ପ୍ରତିଷ୍ଠିତ ମା’ ଭଗବତୀଙ୍କ ମନ୍ଦିରରେ ବିଜେ କରାଯାଇଥିଲା। ସେଠାରେ ରହିବା ବେଳେ ଚନ୍ଦନ ଯାତ୍ରା ପଡ଼ିବାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସେହିଠାରେ ଅନୁଷ୍ଠିତ ହୋଇଥିଲା। ଚନ୍ଦନ ଯାତ୍ରା ପରେ ଦାରୁଦିଅଁଙ୍କୁ ଗୁପ୍ତରେ ପୁଣି ଶ୍ରୀମନ୍ଦିରକୁ ଫେରାଇ ଅଣାଯାଇଥିଲା। ସେହି ସମୟରେ ଶ୍ରୀମନ୍ଦିର ଚାରିଦ୍ୱାର ବନ୍ଦ କରିଦିଆଯାଇଥିଲା। ବାହାର ଲୋକ କେହି ମନ୍ଦିର ଭିତରକୁ ପ୍ରବେଶ କରିପାରୁ ନ ଥିଲେ। ସେତେବେଳେ ଏକାଦଶୀରେ ମହାଦୀପ ଉଠି ନ ଥିଲା କି ରୁକ୍ମିଣୀ ହରଣ ନୀତି ମଧ୍ୟ ହୋଇ ନ ଥିଲା। ବାହାର ପୋଖରିଆରେ ପଟା ପଡ଼ି ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅଣସର ଘରେ ଅଣସର ନୀତି ହେବା ପରେ ଶ୍ରୀଗୁଣ୍ଡିଚା ମହାପ୍ରଭୁଙ୍କୁ ଭଅଣ୍ଡ ଘରକୁ ବିଜେ କରାଯାଇଥିଲା। ଭଅଣ୍ଡ ଘର ହୋଇଥିଲା ଗୁଣ୍ଡିଚା ଘର। ସେଠାରେ ୯ ଦିନ ରହିବା ପରେ ମହାପ୍ରଭୁ ବାହୁଡି ଆସିଥିଲେ ରତ୍ନସିଂହାସନକୁ। ଦକ୍ଷିଣ ଦ୍ୱାର ଚୋରା କବାଟ ବାଟେ ପାଳିଆ ସେବକମାନେ ଯାଇ ଏହି ନୀତି ଗୁପ୍ତରେ ସମ୍ପାଦନ କରିଥିଲେ।
ବର୍ତ୍ତମାନ ପରିସ୍ଥିତିରେ ମନ୍ଦିର ଉପରେ ବାହ୍ୟ ଆକ୍ରମଣ ସମ୍ଭାବନା ନ ଥିଲେ ମଧ୍ୟ ତା’ଠାରୁ ଭୟଙ୍କର ସାଜିଛି ମହାମାରୀ କରୋନା। ଏହି ପ୍ରାଣଘାତୀ ଭୂତାଣୁ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବାବେଳେ ଦିନକୁ ଦିନ ଏହାର କୋପ ବଢ଼ିବାରେ ଲାଗିଛି। ଏହାର କୌଣସି ଔଷଧ ବାହାରି ନ ଥିବାରୁ ସବୁଆଡ଼େ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଥାଏ। ଭାବର ଠାକୁରଙ୍କ ଘୋଷଯାତ୍ରାରେ ଯୋଗ ଦେବାକୁ କାହିଁ କେଉଁଆଡ଼ୁ ଭକ୍ତ ଶ୍ରୀକ୍ଷେତ୍ରକୁ ଧାଇଁ ଆସନ୍ତି। ତେଣୁ ଏଭଳିସ୍ଥିତିରେ ରଥଯାତ୍ରା ହେଲେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଅସମ୍ଭବ ହୋଇପଡ଼ିବ। ଏହିସବୁ କାରଣରୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ ହେବାର ସମ୍ଭାବାନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri