ସେନା ଚାକିରି ପାଇଁ ୨୨୦ କି.ମି. ଦୌଡ଼ିଲେ ସୌରଭ

ପୁରୀ ଅଫିସ, ୨୧।୨:ଭାରତୀୟ ସେନାରେ ଯୋଗଦେବାକୁ ପିଲାଟି ଦିନରୁ ରହିଛି ଆଗ୍ରହ। ବାପା ବି ଚାହୁଁଛନ୍ତି ତାଙ୍କ ପୁଅ ସୈନ୍ୟ ବାହିନୀରେ ଯୋଗଦେଇ ଦେଶ ମାତୃକାର ସେବା କରୁ। ନିଜର ଆଗ୍ରହ ଏବଂ ବାପାଙ୍କ ସ୍ବପ୍ନକୁ ସାକାର କରିବା ଲାଗି ସେ ସେନାରେ ନିଯୁକ୍ତି ନିମନ୍ତେ ପରୀକ୍ଷା ଦେଉଛନ୍ତି। ହେଲେ ଲିଖିତ ପରୀକ୍ଷାରେ ବାରମ୍ବାର ଝୁଣ୍ଟି ପଡୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇଲେ ସଫଳତା ମିଳିବ ବୋଲି ବାପା କହିଲେ। ଆଉ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଭଦ୍ରକରୁ ଦୌଡ଼ିି ଦୌଡ଼ିି ପୁରୀରେ ପହଞ୍ଚତ୍ଛନ୍ତି ସୌରଭ ସେଠୀ। ୨୨ ବର୍ଷୀୟ ଏହି ଯୁବକ ୨୮ ଘଣ୍ଟାରେ ଅତିକ୍ରମ କରିଛନ୍ତି ୨୨୦ କି.ମି. ରାସ୍ତା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନିଜର ମନସ୍କାମନା ଜଣାଇଛନ୍ତି।
ଭଦ୍ରକ ଜିଲା ବନ୍ତ ଅଞ୍ଚଳର ଉଦୟନାଥ ସେଠୀ ଫରେଷ୍ଟର ଚାକିରି କରୁଥିଲେ। ହେଲେ ବ୍ୟକ୍ତିଗତ କାରଣରୁ ଚାକିରି ଛାଡ଼ିିଦେଲେ। ଖାକି ବର୍ଦ୍ଦି ପ୍ରତି କିନ୍ତୁ ତାଙ୍କର ଦୁର୍ବଳତା ଥିବାରୁ ତାଙ୍କ ୫ ପୁଅଙ୍କୁ ପୋଲିସ ଏବଂ ସୈନ୍ୟବାହିନୀରେ ପଠାଇବାକୁ ଇଚ୍ଛା କରିଥିଲେ। ବଡ଼ପୁଅ ହରେକୃଷ୍ଣ ବନ୍ତରେ ହୋମିଓ କ୍ଲିନିକ କରିଥିବାବେଳେ ଦ୍ୱିତୀୟ ପୁଅ ସନ୍ତୋଷ ଓଡ଼ିଶା ପୋଲିସରେ, ଚତୁର୍ଥ ପୁଅ ଅରୁଣ ସିଆଇଏସ୍‌ଏଫ୍‌ରେ ଆଉ ସାନପୁଅ ସିଆର୍‌ପିଏଫ୍‌ର କୋବ୍ରା କମାଣ୍ଡୋରେ କାର୍ଯ୍ୟରତ। ତୃତୀୟ ପୁଅ ସୌରଭ। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ। ପିଲାଟି ଦିନରୁ ଖେଳକୁଦରେ ତାଙ୍କର ଆଗ୍ରହ ରହିଥିଲା। ସ୍କୁଲ କ୍ୟାରିୟରରୁ ପ୍ରତ୍ୟହ ବ୍ୟାୟାମ କରିବା ସହ ୧୦ରୁ ୧୫ କି.ମି. ଦୌଡ଼ିିଥାନ୍ତି, ଯାହାକୁ ଏବେ ବି ଜାରି ରଖିଛନ୍ତି। ୩ ଭାଇ ଖାକି ବର୍ଦ୍ଦି ପିନ୍ଧୁଛନ୍ତି। ତେଣୁ ସୌରଭଙ୍କ ଉପରେ ବି ଏହାର ପ୍ରଭାବ ପଡ଼ିିଛି। ସେ ବି ସେନାରେ ଯୋଗଦେବା ପାଇଁ ଚେଷ୍ଟା ଚଳାଇଛନ୍ତି। ସେହିପରି ପୁଅ ସେନା ପୋଷାକ ପିନ୍ଧୁ ଏବଂ ଦେଶ ସେବା କରୁ ଏହା ଚାହୁଁଛନ୍ତି ପିତା ଉଦୟନାଥ। ତେଣୁ ବାପାଙ୍କ ସ୍ବପ୍ନ ପୂରଣ ଓ ନିଜର ଆଗ୍ରହ ଲାଗି ସୌରଭ ଏକାଧିକ ଥର ପରୀକ୍ଷା ଦେଲେଣି। ମାତ୍ର ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନାହାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ପାଇଲେ ନିଶ୍ଚିତ ସଫଳ ହେବୁ ବୋଲି ବାପା କହିଲେ। ତେଣୁ ବାପାଙ୍କ କଥା ରଖିବେ, କିନ୍ତୁ ବସ୍‌ କି ଟ୍ରେନରେ ନୁହେଁ, ଦୌଡ଼ିି ଦୌଡ଼ିି ପୁରୀ ଆସିବେ ବୋଲି ନିଷ୍ପତ୍ତି ନେଲେ ସୌରଭ। କାରଣ ସେନା ପରୀକ୍ଷାର ଏକ ଅଂଶ ହେଉଛି ଦୌଡ଼। ନିଜକୁ ପ୍ରମାଣିତ କରିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିଲେ। ପରିବାର ଲୋକେ ଏବଂ ସାଙ୍ଗସାଥୀ ତାଙ୍କର ଏହି ଦୁଃସାହସିକ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଥିଲେ। ପୂର୍ବରୁ ଅର୍ଥାତ୍‌ ଗତ ୪ ତାରିଖରେ ସୌରଭ ବନ୍ତରୁ ଘଟଗଁା ୬୬ କି.ମି. ରାସ୍ତାକୁ ଦୌଡ଼ିି ଅତିକ୍ରମ କରିବା ସହ ମା’ ତାରିଣୀଙ୍କ ଦର୍ଶନ କରିଥିଲେ। ଏହାପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀ ଦୌଡ଼ିିବାକୁ ସ୍ଥିର କରିଥିଲେ ସୌରଭ।
ବୁଧବାର ସକାଳ ୭ଟାରୁ ବନ୍ତରୁ ଆରମ୍ଭ ହୋଇଥିଲା ସୌରଭଙ୍କ ଦୌଡ଼। ହାତରେ ଜାତୀୟପତାକା ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ। ସାଥୀରେ ଭାଇ ଅରୁଣଙ୍କ ସମେତ ବହୁ ସାଥି କାର୍‌ ଓ ବାଇକ୍‌ରେ ଆସିଥିଲେ। ବାଟରେ କେଉଁଠି ପଇଡ଼, ଜୁସ୍‌, ପାଣି ପିଇବା ଏବଂ ନିତ୍ୟକର୍ମ ପାଇଁ ଅଳ୍ପ କିଛି ସମୟ ଅଟକୁଥିଲେ। ଗୁରୁବାର ପୂର୍ବାହ୍ନ ୧୧ଟାରେ ସେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚତ୍ ମହାପ୍ରଭୁଙ୍କୁ ହାତଯୋଡ଼ି ମୁଣ୍ଡିଆ ମାରିଥିଲେ। ପରେ ସ୍ନାନ, ଶୌଚ ଆଦି ନିତ୍ୟକର୍ମ ଶେଷ କରି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମନ କଥା ଜଣାଇଥିଲେ। ସୌରଭଙ୍କ ସମ୍ପର୍କରେ ଖବର ପାଇ ପୁରୀ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସେବାୟତ ବିନାୟକ ଦାସମହାପାତ୍ର, କ୍ରୀଡ଼ା ସଙ୍ଗଠକ ସବ୍ୟସାଚୀ ରଥଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ସିଂହଦ୍ୱାରଠାରେ ପହଞ୍ଚତ୍ ତାଙ୍କୁ ସ୍ବାଗତ କରିଥିଲେ। ମହାପ୍ରଭୁ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ, ସେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତୁ ବୋଲି କ୍ରୀଡ଼ା ଅଧିକାରୀ ସାହୁ କହିଥିଲେ।
ଏହି ନିଆରା ପ୍ରୟାସ ସମ୍ପର୍କରେ ସୌରଭ କହିଛନ୍ତି, ବାପାଙ୍କ ସ୍ବପ୍ନ ଓ ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଲି। ସେନାରେ ଯୋଗଦେବା ଲାଗି ଏକାଧିକ ଥର ପରୀକ୍ଷା ଦେଲିଣି, ହେଲେ ଲିଖିତ ପରୀକ୍ଷାରେ କଟିଯାଉଛି। ନିକଟରେ ମା’ ତାରିଣୀଙ୍କ ପାଖକୁ ଦୌଡ଼ିି ଦୌଡ଼ିି ଯାଇ ଦର୍ଶନ କରି ମୋ’ ଗୁହାରି ଜଣାଇଥିଲି। ଏବେ ମହାପ୍ରଭୁଙ୍କୁ ଭରସା କରି ତାଙ୍କ ଆଶୀର୍ବାଦ ପାଇଁ ଦୌଡ଼ି ଦୌଡ଼ି ପୁରୀ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri