ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୬।୮(ପି.ଟି.)-ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ ଗୁରୁତର ଅବସ୍ଥାରେ ରାତି ୧୦ଟା ୧୫ ମିନିଟରେ ଏମ୍ସର ଏମର୍ଜେନ୍ସସି ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ବରିଷ୍ଠ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଥିବାବେଳେ ସୁଷମା ଆଖି ବୁଜିଦେଇଥିଲେ। ମୃତୃ୍ୟ ବେଳକୁ ତାଙ୍କ ନିକଟରେ ସ୍ବାମୀ ସ୍ବରାଜ କୌଶଲଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପୀୟୂଷ ଗୋୟଲ, ପ୍ରହ୍ଲାଦ ଜୋଷୀ, ନୀତୀନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ନେଇ ସୁଷମା ମୃତୃ୍ୟର କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଥିଲେ। ଏହି ଦିନକୁ ଦେଖିବା ପାଇଁ ସେ ଅପେକ୍ଷା କରିଥିଲେ ବୋଲି ସୁଷମା ଟୁଇଟ୍‌ କରିଥିଲେ। ୨୦୧୬ରେ ସୁଷମାଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ୨୦୧୯ ଲୋକ ସଭା ନିର୍ବାଚନ ନ ଲଢ଼ିବା ପାଇଁ ନିଜଆଡ଼ୁ ନିଷ୍ପତ୍ତି ନେଇଥିଲେ।
ସୁଷମାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ବିଳମ୍ବିତ ରାତିରେ ଏମ୍ସ ଯାଇ ତାଙ୍କର ଶେଷଦର୍ଶନ କରିଥିଲେ। ତାଙ୍କ ବିୟୋଗରେ କେବଳ ଭାଜପା ନୁହେଁ, ବରଂ ସମଗ୍ର ଜାତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏହି ଅବସରରେ ଅନେକ ରାଜନୈତିକ ଦଳ ଓ ନେତା ଶୋକବ୍ୟକ୍ତ କରିଛନ୍ତି। ସୁଷମାଙ୍କ ପରଲୋକ ଖବର ଶୁଣି ମର୍ମାହତ ଓ ଦୁଃଖିତ। ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛୁ ବୋଲି କଂଗ୍ରେସ ପକ୍ଷରୁ ଟୁଇଟ୍‌ କରାଯାଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଭାବେ ସେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସମ୍ଭାଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ପାର୍ଲାମେଣ୍ଟକୁ ସେ ୭ ଥର ଓ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟର ପୂର୍ବତନ ଓକିଲ ସୁଷମା ମାତ୍ର ୨୫ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ (ହରିୟାଣା) ହେବାର କୀର୍ତ୍ତି ଅର୍ଜନ କରିଥିଲେ। ଦିଲ୍ଲୀର ୫ମ ମୁଖ୍ୟମନ୍ତ୍ରୀଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ମଧ୍ୟପ୍ରଦେଶର ବିଦିଶା ଆସନରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ। ୧୯୫୨ ଫେବୃୟାରୀ ୧୪ରେ ହରିୟାଣାର ଅମ୍ବାଲାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହରଦେବ ଶର୍ମା ଆର୍‌ଏସ୍‌ଏସ୍‌ର ଜଣେ ପ୍ରମୁଖ ସଦସ୍ୟ ଥିଲେ। ସେ ୧୯୭୫ରେ ବରିଷ୍ଠ ଆଇନଜୀବୀ ସ୍ବରାଜ କୌଶଳଙ୍କୁ ବିବାହ କରିଥିଲେ। ତାଙ୍କର ଏକମାତ୍ର କନ୍ୟା ବାଂଶୁରୀ ସ୍ବରାଜ ମଧ୍ୟ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ।


Enter your email to get our daily news in your inbox.

All Right Reserved By Dharitri.Com

ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର

ନୂଆଦିଲ୍ଲୀ,୪ା୧୧: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬…

ୟୁକ୍ରେନ୍‌ ସହାୟତା କେନ୍ଦ୍ର ଉପରେ ଆକ୍ରମଣ: ୩୧ ମୃତ

କିଭ୍‌,୪ା୧୧: ଦକ୍ଷିଣ ୟୁକ୍ରେନ୍‌ର ଏକ ସହାୟତା କେନ୍ଦ୍ରରୁ ଲୋକେ ମାନବୀୟ ସହାୟତା ସଂଗ୍ରହ କରିବା ପାଇଁ ଏକାଠି ହୋଇଥିବାବେଳେ ରୁଷିଆ ଆକ୍ରମଣ କରିବାରୁ ୩୧ ଜଣଙ୍କ ମୃତ୍ୟୁ…

ଅପହୃତ ମାଛଧରା ଜାହାଜ ସହ ୨୦ ଇରାନୀୟ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୪ା୧୧: ୪୮ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏକ ଦ୍ରୁତ ଅପରେଶନରେ ଭାରତୀୟ ନୌସେନା ସୋମାଲିଆ ଉପକୂଳରୁ ୨୦ ଜଣ ଇରାନୀୟ କର୍ମଚାରୀଙ୍କ ସହ ଏକ…

ଏନ୍‌ସିରୁ ଇସ୍ତଫା ଦେଲେ ଆଗା ରୁହୁଲ୍ଲା

ବଡଗାମ,୪ା୧୧: ଶ୍ରୀନଗର ଲୋକ ସଭା ସଦସ୍ୟ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି। ସେ ଦଳର ନେତୃତ୍ୱ ଉପରେ ଧାରା ୩୭୦ର…

ଆମେରିକା ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ମତଦାନ ଜାରି

ଓ୍ବାଶିଂଟନ,୪ା୧୧: ଆମେରିକା କଂଗ୍ରେସକୁ କେଉଁ ଦଳ ନିୟନ୍ତ୍ରଣ କରିବ, ସେନେଇ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେଉଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ ଆସନ ଏବଂ…

ବିକ୍ଷୋଭ ପାଇଁ ଅନିର୍ଦ୍ଦିଷ୍ଟ କାଳ ସ୍ଥାନ ଦଖଲ ହୋଇପାରିବନି

ନୂଆଦିଲ୍ଲୀ,୪ା୧୧: ବିକ୍ଷୋଭ କରିବା ପାଇଁ କେହି ଏକ ସ୍ଥାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଖଲ କରିପାରିବେ ନାହଁି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏପରିକି ବିକ୍ଷୋଭ ପାଇଁ…

୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରିକଲେ ଅର୍ଥମନ୍ତ୍ରୀ, କିଣିବାକୁ ହେଲେ ଦେବାକୁ ହେବ….

ନୂଆଦିଲ୍ଲୀ,୩।୧୧: କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା…

ରାହୁଲଙ୍କୁ ଅମିତ ଶାହାଙ୍କ ଚ୍ୟାଲେଞ୍ଜ: ସବୁ ପ୍ରସଙ୍ଗରେ ସଂସଦରେ ଆଲୋଚନା….

ନୂଆଦିଲ୍ଲୀ,୩।୧୧ : ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋଦି ସରକାର ପ୍ରସ୍ତୁତ। ଏଥିରେ SIR ପ୍ରସଙ୍ଗ ମଧ୍ୟ ସାମିଲ ରହିଛି । ଏଥିପାଇଁ ଲୋକସଭାର ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?