Posted inଖେଳ

‘ସୁରକ୍ଷିତ ପରିବେଶ’ ରେ ଭାରତୀୟ ହକିର ଅଲିମ୍ପିକ ପ୍ରସ୍ତୁତି

ବେଙ୍ଗାଲୁରୁ, ୨୨।୩ (ପି.ଟି.) – ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସ ସତ୍ତ୍ୱେ ଭାରତୀୟ ହକି ଦଳ ‘ସୁରକ୍ଷିତ ପରିବେଶ’ରେ ଆଗାମୀ ଅଲିମ୍ପିକ୍ସ ପାଇଁ ସେମାନଙ୍କ ପ୍ରସ୍ତୁତି ଚଳାଇଛନ୍ତି। ସ୍ଥାନୀୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟର ପରିସରରେ ଆଇସୋଲେଶନରେ ରହି ଭାରତର ଉଭୟ ମହିଳା ଓ ପୁରୁଷ ହକି ଖେଳାଳି ଟୋକିଓ ଅଲିମ୍ପିକ୍ସପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଭାରତୀୟ ଖେଳାଳି ଏଠାରେ ଅଭ୍ୟାସ କରୁଥିବାରୁ ସାଇ ସେଣ୍ଟରକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ଏଥିସହ ସେଣ୍ଟର ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ‘କରୋନା ଭାଇରସ ଆମର ଅଭ୍ୟାସ ସେସନକୁ ପ୍ରଭାବିତ କରିପାରିବ ନାହିଁ। ଆମେ ନିୟମିତ ଅନ୍ତରରେ ହାତ ଧୋଉଛୁ ଏବଂ ଆମ ଖେଳାଳିଙ୍କ ତାପମାତ୍ରାକୁ ମଧ୍ୟ ଚେକ୍‌ କରାଯାଉଛି। ଆମେ ଏକ ସୁରକ୍ଷିତ ପରିବେଶରେ ଅଭ୍ୟାସ କରୁଥିବା ନେଇ ସାଇ ପରିସରରେ ରହିଥିବା କ୍ରୀଡ଼ା ଅଧିକାରୀ କହୁଛନ୍ତି। ସାଇ ଓ ଆମ କୋଚ୍‌ଙ୍କ ସମର୍ଥନ ପାଇ ଆମେ ଅଲିମ୍ପିକ ଲାଗି କଠିନ ପରିଶ୍ରମ କରୁଛୁ’ ବୋଲି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନ୍‌ପ୍ରୀତ୍‌ ସିଂ କହିଛନ୍ତି। ସେହିଭଳି ଏକ ‘ସୁରକ୍ଷିତ ପରିବେଶ’ରେ ଅଭ୍ୟାସ କରିବାର ସୁଯୋଗ ପାଇଥିବାରୁ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଭାଗ୍ୟବାନ ମଣିଛନ୍ତି। ‘ସାଇ କ୍ୟାମ୍ପସ୍‌ ପରିସରରେ ଏଭଳି ସୁବିଧା ସୁଯୋଗ ପାଇଥିବାରୁ ଆମେ ବହୁତ ଭାଗ୍ୟଶାଳୀ। ଏଠାରେ ରହିଥିବା ସମସ୍ତ ଖେଳାଳି କଠିନ ପରିଶ୍ରମ କରୁଛନ୍ତି। ତେଣୁ ହକି ଟିମ୍‌ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଜାରି ରଖିବ। ଆମର ସ୍ବାସ୍ଥ୍ୟକୁ ପ୍ରତିଦିନ ଚେକ୍‌ କରାଯାଉଛି। ଆବଶ୍ୟକୀୟ ସମସ୍ତ ସାବଧାନତା ଆମେ ଅବଲମ୍ବନ କରୁଛୁ। ଆମର ମୁଖ୍ୟ ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସରେ କିଭଳି ଭଲ ପ୍ରଦର୍ଶନ କରିପାରିବୁ ସେଥିନେଇ ସାଇ ଅଧିକାରୀ ସର୍ବଦା ସାହାଯ୍ୟ କରୁଛନ୍ତି’ ବୋଲି ରାଣୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଟୋକିଓ ଅଲିମ୍ପିକ୍ସର ପୁରୁଷ ବିଭାଗ ହକିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ସେହିଭଳି ରାଣୀଙ୍କ ଦଳ ନେଦରଲାଣ୍ଡ୍ସ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ୍‌ ଖେଳିବ। ଉଭୟ ମ୍ୟାଚ୍‌ ଜୁଲାଇ ୨୫ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri