ସୁଭଦ୍ରାଙ୍କ ରଥ ଚକ ତୁମ୍ବରେ ଫାଟ

ପୁରୀ ଅଫିସ, ୨୯ା୫: ଆସନ୍ତା ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଚାଲିଛି। ସବୁ ରଥର ତୁମ୍ବ ନିର୍ମାଣ ଶେଷ ହୋଇ ଚକ ତିଆରି କରାଯାଉଛି । ତେବେ ମଙ୍ଗଳବାର ସୁଭଦ୍ରା ରଥର ଏକ ଚକ ନିର୍ମାଣ ସମୟରେ ତୁମ୍ବରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ପରେ ଏହି ତୁମ୍ବ ବଦଳାଯାଇ ନୂତନ ତୁମ୍ବ ତିଆରି ଆରମ୍ଭ ହୋଇଛି।
ଅକ୍ଷୟ ତୃତୀୟାଠାରୁ ରଥଖଳାରେ ରଥ ନିର୍ମାଣ ଆରମ୍ଭ ହୋଇଛି। ପ୍ରଥମେ ତିନି ରଥର ତୁମ୍ବ ତିଆରି କରାଯାଇଥିଲା। ତିନି ରଥର ୪୨ଟି ତୁମ୍ବ ନିର୍ମାଣ ପରେ ସେଥିରେ ବିନ୍ଧ କରାଯାଇଥିଲା। ପରେ ଏଥିରେ ପଇ ସଂଯୋଗ କରାଯାଇ ଚକ ତିଆରି ଚାଲିଛି। ଭଉଁରିରେ ତିନି ରଥର ୨ଟି ଲେଖାଏ ଚକ ଅଖ ସହ ସଂଯୋଗ କରାଯାଇଥିବା ବେଳେ ବର୍ତ୍ତମାନ ଅନ୍ୟ ଚକ ତିଆରି ଚାଲିଛି । ତେବେ ମଙ୍ଗଳବାର ଅପରାହ୍ନରେ ବିଲେଇ ବାଡ଼ିିଆ (ଅରରେ ପଇ ସଂଯୋଗ) ଚାଲିଥିଲା। ଏହି ସମୟରେ କେତେଜଣ ଭୋଇ ସେବକ ଏବଂ ମହାରଣା ସେବକ ସୁଭଦ୍ରାଙ୍କ ରଥର ଏକ ତୁମ୍ବରେ ଫାଟ ହୋଇଥିବା ଦେଖିଥିଲେ। ଏ ନେଇ ସେମାନେ ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏହାକୁ ବଦଳାଯାଇ ଏକ ନୂଆ ତୁମ୍ବ ତିଆରି କରାଯାଉଥିବା ଜଣାପଡ଼ିଛି।
ସାଧାରଣତଃ ତୁମ୍ବରେ ଅର ସଂଯୋଗ ପରେ ଉଭୟ ପାର୍ଶ୍ୱରେ ଲୁହାର ବଳା ପିନ୍ଧା ଯାଇଥାଏ। ବଳା ପିନ୍ଧାଇବା ଅଥବା ସିଙ୍ଗଡ଼ା ବାଡ଼ିଆ ସମୟରେ ଏଥିରେ ଫାଟ ହୋଇଥାଇପାରେ ବୋଲି ମହାରଣା ସେବକମାନେ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ସୁଦ୍ଧା ନନ୍ଦିଘୋଷ ଏବଂ ତାଳଧ୍ୱଜ ରଥର ୪ଟି ଲେଖାଏ ଏବଂ ଦେବୀ ରଥର ୩ଟି ଚକ ନିର୍ମାଣ ସରିଛି। ରଥଖଳାରେ ୭ଟି ଅରମୁଣ୍ଡି ଏବଂ ୮ଟି ଅଖ କାଠ ପଡ଼ିିଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ନୃସିଂହ ଚତୁର୍ଦ୍ଦଶୀଠାରୁ ରୂପକାର ସେବକମାନେ ଖୋଦେଇ କାର୍ଯ୍ୟରେ ଯୋଗଦେଇଛନ୍ତି। କଣଗୁଜ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବା ରୂପକାର ସେବକ ପଞ୍ଚାନନ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଦୋଳବେଦୀ କୋଣସ୍ଥିତ ଅସ୍ଥାୟୀ କମାରଶାଳରେ କଣ୍ଟା ତିଆରି କାମ ଜୋର୍‌ସୋରରେ ଚାଲିଛି। ରଥ ନିର୍ମାଣ କାମ ଦେଖିବା ପାଇଁ ପ୍ରତ୍ୟହ ଖଳା ନିକଟରେ ଲୋକଙ୍କ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri