ସୁବ୍ରମଣ୍ୟମଙ୍କ ଦାୟିତ୍ୱ ନେଲା ଜିଲା ପ୍ରଶାସନ

ବାରିପଦା ଅଫିସ,୩।୭: ମୟୂରଭଞ୍ଜ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ସାହାଯ୍ୟ ପାଇବା ଆଶାରେ ଯାଇଥିବା ଦିବ୍ୟାଙ୍ଗ ସୁବ୍ରମଣ୍ୟମ ପାତ୍ରଙ୍କୁ ବାହାର ଜିଲାର ଲୋକ କହି ସୋମବାର ଫେରାଇ ଦିଆଯାଇଥିଲା। ଏଥିରେ ନିରାଶ ହୋଇ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଏ ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ଚେତା ପଶିଛି। ପ୍ରଶାସନ ତାଙ୍କର ଦାୟିତ୍ୱ ନେଇଛି । ବୁଧବାର ଜିଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ନିଜ ତତ୍ତ୍ୱାବଧାନରେ ସୁବ୍ରମଣ୍ୟମଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ। ଆବଶ୍ୟକ ପଡିଲେ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯିବ । ସେ ସୁସ୍ଥ ହୋଇ ଆସିଲେ ତାଙ୍କ ପାଇଁ ସାମାଜିକ ସୁରକ୍ଷା ବିଭାଗରୁ ଭତ୍ତା ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜିଲା ଜରୁରୀ ଅଧିକାରୀ କହିଛନ୍ତି।
ସୁବ୍ରମଣ୍ୟମଙ୍କ ଘର ଗଞ୍ଜାମ ଜିଲା ନୂଆଗାଁ ଥାନା ଅଞ୍ଚଳରେ। ୧୦ ବର୍ଷ ତଳେ ସେ ମୟୂରଭଞ୍ଜ ଜିଲା ବାରିପଦା ସହର ଅନ୍ତର୍ଗତ ଛାଞ୍ଚ ଅଞ୍ଚଳର ରୁନି ପାତ୍ରଙ୍କୁ ବିବାହ କରି ବାରିପଦାରେ ରହି ଆସୁଛନ୍ତି। ତାଙ୍କର ଖୁସି ଓ ଅନିତା ନାମରେ ଦୁଇ ଝିଅ ମଧ୍ୟ ଅଛନ୍ତି। ହସ ଖୁସିରେ ତାଙ୍କର ସଂସାର ଚାଲିଥିଲା। ୨ ବର୍ଷ ପୂର୍ବେ କେରଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ୩ ମହଲା ଉପରୁ ଖସିପଡ଼ିଥିଲେ। ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ସେବେଠୁ ସେ ଦିବ୍ୟାଙ୍ଗ ହୋଇ ଯାଇଛନ୍ତି। କେରଳରୁ ବାରିପଦା ଫେରି ଆସିଥିବା ବେଳେ ପରିବାରର ଭରଣ ପୋଷଣ କରିପାରୁନାହାନ୍ତି। ଅର୍ଥାଭାବରୁ ଚିକିତ୍ସା ହୋଇ ନ ପାରିବାରୁ ତାଙ୍କ ଦେହର କ୍ଷତଗୁଡିକ ମଧ୍ୟ ଭଲ ହେଉନାହିଁ। ଅପରପକ୍ଷେ ପରିବାର ଲୋକେ ମଧ୍ୟ ତାଙ୍କୁ ପଚାରୁ ନାହାନ୍ତି। ଅସହାୟ ଭାବେ ଜୀବନ ବିତାଉଥିବା ସୁବ୍ରମଣ୍ୟମ ଗତ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଗୁହାରି କରିବାକୁ ଯାଇଥିଲେ। ମାତ୍ର ବାହାର ଜିଲାର ହୋଇ ଥିବାରୁ ସେ ଅଭିଯୋଗ କରିପାରିବେ ନାହିଁ ବୋଲି ସେଠାରେ ଥିବା କିଛି କର୍ମଚାରୀ ତାଙ୍କୁ ବାହାର କରିଦେଇଥିଲେ। ଏନେଇ ଏକ ସ୍ବତନ୍ତ୍ର ତଥ୍ୟ ଓ ମତାମତଭିତ୍ତିିକ ରିପୋର୍ଟ ମଙ୍ଗଳବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା ପୂର୍ବରୁ ଗତ ୨୯ ତାରିଖରେ ମଧ୍ୟ ସୁବ୍ରମଣ୍ୟମଙ୍କ ସମ୍ପର୍କରେ ଏକ ରିପୋର୍ଟ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟକୁ ଭିତ୍ତି କରି ଜିଲା ପ୍ରଶାସନ ସୁବ୍ରମଣ୍ୟମଙ୍କ ଦାୟିତ୍ୱ ନେଇଛି । ପିଆରଏମ୍‌ ହସ୍ପିଟାଲ ମ୍ୟାନେଜର ଡା. ସମୀର ରଞ୍ଜନ ମହାପାତ୍ର, ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟର ଇଂ.ଦେବାଶିଷ ବିଶ୍ୱାଳ, କ୍ୱାଲିଟି ମ୍ୟାନେଜର ସୁଦିପ୍ତା ମିଞ୍ଜ ଓ ହେଲ୍ପଡେସ୍କର କର୍ମଚାରୀମାନେ ସୁବମଣ୍ୟମ୍‌ଙ୍କୁ ମେଡିକାଲରେ ଭର୍ତ୍ତି କରାଇବାରେ ସହଯୋଗ କରିଥିଲେ। ଡାକ୍ତରଖାନାକୁ ଯିବା ବେଳେ ସୁବ୍ରମଣ୍ୟମ ‘ଧରିତ୍ରୀ’କୁ ଧନ୍ୟବାଦ ଦେଇଥିଲେ। ବହୁ ଲୋକଙ୍କୁ ସାହାଯ୍ୟ ପାଇଁ କହିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ତେବେ ‘ଧରିତ୍ରୀ’ରେ ତାଙ୍କ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତାଙ୍କର ସମସ୍ତ ଦାୟିତ୍ୱ ନେଇଛି ବୋଲି ସେ କୋହଭରା କଣ୍ଠରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

ସତ୍ୟ ନିକେତନ ଘଟଣା: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୫ MCD ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେନ (MCD) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦକ୍ଷିଣ ଜୋନର ପାଞ୍ଚ ଜଣ…

ଦିଲ୍ଲୀ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ସହ ସରକାରୀ ଚାକିରି ଦାବି

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସମ୍ପର୍କରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟ ସଭାପତି ଅଜୟ ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri