Posted inଖେଳ

ସୁପର ଓଭରରେ ରୋହିତଙ୍କ ସୁପର ଶୋ: ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟି୨୦ ସିରିଜ ବିଜୟ

ହାମିଲଟନ, ୨୯।୧(ପି.ଟି.): ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ସୁପର ଶୋ ବଳରେ ଭାରତ ଏହାର ସର୍ବପ୍ରଥମ ଟି୨୦ ସୁପର ଓଭର ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି। ବିଭିନ୍ନ ସମୟରେ ମୋଡ଼ ବଦଳାଇଥିବା ମ୍ୟାଚ ଟାଇରେ ଶେଷ ହେବା ଏବଂ ସୁପର ଓଭରରେ ମୀମାଂସା ହେବା ଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ସମ୍ପୂର୍ଣ୍ଣ ଅଭୁଲା। ହାମିଲଟନର ଶେଡନ ପାର୍କ ଏହି ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକ ମ୍ୟାଚର ମୁକସାକ୍ଷୀ ରହିଥିବାବେଳେ ବୁଧବାର ତୃତୀୟ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ କରିଥିଲା। ୪୦ ବଲ୍‌ରୁ ୬ ଚୌକା ଓ ୩ ଛକା ସହାୟତାରେ ୬୫ ରନ କରି ଭାରତୀୟ ଇନିଂସର ଟପ୍‌ ସ୍କୋରର ରହିଥିଲେ ରୋହିତ। ଜବାବରେ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଲଢ଼ୁଆ ଇନିଂସ ବଳରେ ନ୍ୟୁଜିଲାଣ୍ଡ ମ୍ୟାଚକୁ ଏକଦା ନିଜ ନିୟନ୍ତ୍ରଣକୁ ଆଣିଥିଲେ ହେଁ ଶେଷ ଓଭରରେ ମହମ୍ମଦ ସାମିଙ୍କ ଚତୁର ବୋଲିଂ ଯୋଗୁ ୯ ରନ କରି ପାରି ନ ଥିଲା। ୮ ରନ ସଂଗୃହୀତ ହେବାରୁ ମ୍ୟାଚକୁ ଟାଇରେ ଶେଷ କରିବାକୁ ବାଧ୍ୟ ହୋଇଥିଲା ନ୍ୟୁଜିଲାଣ୍ଡ। ଏହାପରେ ଆସିଥିଲା ରୋମାଞ୍ଚକ ସୁପରଓଭର। ଯଶପ୍ରୀତ୍‌ ବୁମ୍‌ରାଙ୍କ ଓଭରରେ ୧୭ ରନ ସଂଗ୍ରହ କରି କଡ଼ା ଚ୍ୟାଲେଞ୍ଜ ଦେଇଥିଲା ନ୍ୟୁଜିଲାଣ୍ଡ। ଜବାବରେ ଭାରତ ଟିମ୍‌ ସୌଦୀଙ୍କ ସୁପର ଓଭରର ପ୍ରଥମ ୪ ବଲ୍‌ରୁ ମାତ୍ର ୮ ରନ କରିବା ଯୋଗୁ ଶେଷ ୨ ବଲ୍‌ରୁ ବିଜୟ ପାଇଁ ୧୦ ରନ ଆବଶ୍ୟକ ହେଉଥିଲା। ୨ଟି ଯାକ ବଲ୍‌ରେ ବଡ ଶଟ୍‌ ଆବଶ୍ୟକ ଥିବାରୁ ଆଶଙ୍କାରେ ରହିଥିଲେ ଭାରତୀୟ କ୍ରିକେଟପ୍ରେମୀ। ମାତ୍ର କ୍ରିଜ୍‌ରେ ରୋହିତ ଥିବାରୁ ଆଶା ମଧ୍ୟ ରହିଥିଲା। କୋଟିକୋଟି ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ ରୋହିତ। ୫ମ ବଲକୁ ସୌଦୀଙ୍କ ୟର୍କର ମାରିବା ଉଦ୍ୟମ ବିଫଳ ହୋଇଥିଲା। ସତେ ଯେପରି ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ରୋହିତ । ସେ ଏହି ବଲ୍‌କୁ ଡିପ୍‌ ସ୍କୋୟାରଲେଗ୍‌ ଉପରେ ନଭଶ୍ଚୁମ୍ବି ଛକା ମାରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ୬ଷ୍ଠ ବଲ୍‌ ପକାଇବା ପୂର୍ବରୁ ଚାପକୁ ଆସି ଯାଇଥିଲେ ସୌଦୀ। ଅନ୍ୟପକ୍ଷରେ ରୋହିତ ଥିଲେ ପ୍ରସ୍ତୁତ। ଏଥର ମଧ୍ୟ ସୌଦୀଙ୍କ ୟର୍କର କାମ ଦେଇ ନ ଥିଲା ଏବଂ ବଲ୍‌କୁ ଲଙ୍ଗଅଫ୍‌ ଉପରେ ଛକାରେ ପରିଣତ କରି ଭାରତ ପାଇଁ ଇତିହାସ ରଚିଥିଲେ ରୋହିତ। କୌଣସି ଟି୨୦ ମ୍ୟାଚରେ ଭାରତ ପାଇଁ ଏହାଥିଲା ପ୍ରଥମ ସୁପର ଓଭର। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ମାଟିରେ ଟି୨୦ ସିରିଜ ଜିତି ନ ଥିଲା ଭାରତ। ତେଣୁ ରୋହିତଙ୍କ ଏହି ଗୋଟିଏ ଶଟ୍‌ ଭାରତ ପାଇଁ ୨ଟି ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲା। ଭାରତ ଟି୨୦ରେ ଏହାର ପ୍ରଥମ ସୁପର ଓଭର ମ୍ୟାଚ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ମାଟିରେ ସର୍ବପ୍ରଥମ ଟି୨୦ ସିରିଜ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri