ସୁନ୍ଦର ଧାରା ଖଣ୍ଡାଧାର

କେନ୍ଦୁଝର, ୧୬ା୧ (ସ୍ବ.ପ୍ର.)-କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା ସୀମାନ୍ତରେ ରହିଛି ମାଲାଙ୍ଗଟୋଲି ପର୍ବତମାଳା । ଏହି ପର୍ବତମାଳାରେ ଉଚ୍ଚ ମାନର ଖଣିଜସମ୍ପଦ ଗଚ୍ଛିତ ଥିବାବେଳେ ଏହା ହେଉଛି ପ୍ରକୃତିର ଗନ୍ତାଘର । ଏହି ପାହାଡ଼ରେ ରହିଛି ଏକାଧିକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳପ୍ରପାତ । ତନ୍ମଧ୍ୟରୁ କାଦକଳା ଗ୍ରାମ ନିକଟରେ ଥିବା ଖଣ୍ଡାଧାର ଜଳପ୍ରପାତ ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର । ଏହାର ପ୍ରାକୃତିକ ସବୁଜିମା ଓ ସୁଉଚ୍ଚ ଜଳପ୍ରପାତ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିସାରିଛି ।
କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳାଠାରେ ଥିବା ଖଣ୍ଡାଧାର ଜଳପ୍ରପାତ ବୁଲିବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ । ପ୍ରାୟ ସାତ ଶହ ଫୁଟ ଉପରୁ ଲମ୍ଫ ପ୍ରଦାନ କରୁଥିବା ଜଳରାଶି ତଳେ ପାହାଡ଼ କାନ୍ଥ ଓ ପଥରରେ ପିଟିହୋଇ ବିଛୁରିତ ହୋଇ କୁହୁଡିଆ ପରିବେଶ ସୃଷ୍ଟି କରିଥାଏ । ଏହି ଜଳରାଶି ଉପରେ ସୂର୍ଯ୍ୟଙ୍କ ତୀର୍ଯ୍ୟକ କିରଣ ପଡିଲେ ଭାସମାନ ଇନ୍ଦ୍ରଧନୁର ମନୋରମ ଦୃଶ୍ୟ ରୋମାଞ୍ଚକର। ବିଶେଷ କରି ଶୀତ ଋତୁରେ ଜିଲା ଓ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବୁଲିବା ସହ ଏହି ଜଳପ୍ରପାତରେ ଗାଧୋଇବା, ତଳକୁ ପ୍ରବାହିତ ନଦୀ କୂଳରେ ପିକନିକ କରିବାର ଅନୁଭୂତି ନିଆରା ଅଟେ। ପର୍ଯ୍ୟଟନ ବିଭାଗ, ବନ ବିଭାଗ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି । ସୁନ୍ଦରଗଡ ଜିଲାର ଖଣ୍ଡାଧାର ଜଳପ୍ରପାତ ଭଳି ଏହି ଜଳପ୍ରପାତର ଲୋକଦୃତ ଅଧିକ ରହିଛି। କେନ୍ଦୁଝର ସହର ଠାରୁ ପ୍ରାୟ ୬୦ କି.ମି. ଦୂରରେ ରହିଛି ଏହି ଜଳପ୍ରପାତ। ଭୁବନେଶ୍ୱରରୁ ବସ ଓ ଟ୍ରେନ ଯୋଗେ କେନ୍ଦୁଝରଗଡ଼ରେ ପହଞ୍ଚି ସେଠାରୁ ଗାଡି ଭଡା ନେଇ ଖଣ୍ଡାଧାର ଜଳପ୍ରପାତ ଯାଇପାରିବେ। ସେଠାରେ ରହିଛି ଏକ ଶିବ ମନ୍ଦିର। ଯେଉଁଠି ମକର ସଂକ୍ରାନ୍ତି, ଶିବରାତ୍ରି ଆଦି ସମୟରେ ପୂଜାର୍ଚ୍ଚନା ହୋଇଥାଏ ଏବଂ ମେଳା ବସେ। ଅନେକ ପର୍ଯ୍ୟଟକ କେନ୍ଦୁଝର ସହରରେ ହୋଟେଲ, ପାନ୍ଥଶାଳାରେ ରାତ୍ରିଯାପନ କରି ସକାଳୁ ଉକ୍ତ କେନ୍ଦ୍ରକୁ ଯାଇଥାନ୍ତି। ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଅଙ୍କାବଙ୍କା ରାସ୍ତାରେ ଯିବା ସମୟରେ ସବୁଜ ପରିବେଶ, ପାହାଡିଆ ଝରଣା, ହଳଦି ରଙ୍ଗର ସୋରିଷ ବା ରାଶି ଫୁଲ ତଥା ପାହାଡି ଫୁଲର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବାସହ ଅନେକ ପ୍ରକୃତି ପ୍ରେମୀ ସେଲଫି ଫଟୋ ଉଠାଇବା ସହ କ୍ୟାମେରା ଲେନ୍ସରେ ନିଆରା ଅନୁଭୂତି ଓ ସ୍ମୃତିକୁ ସାଉଁଟି ନେଇ ଫେରନ୍ତି ା
ଖଣ୍ଡାର ଧାର ସଦୃଶ୍ୟ ଜଳରାଶି ସୁଉଚ୍ଚରୁ ତଳକୁ ଖସି ପଡୁଥିବା ଏବଂ ସୂର୍ଯ୍ୟ କିରଣ ପଡି ଜଳଧାର ଚକ୍‌ ଚକ୍‌ କରୁଥିବାରୁ ଏହାର ନାମକରଣ ଖଣ୍ଡାଧାର ହୋଇଛି ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି ା ଏହି ଜଳପ୍ରପାତ ନାମାନୁସାରେ ଏହି ପାହାଡକୁ ଖଣ୍ଡାଧାର ପାହାଡ ବୋଲି କୁହାଯାଏ। ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରାସ୍ତାଘାଟର ବିକାଶ କରାଯାଇଥିଲେ ହେଁ ସେଠାରେ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଗଲେ ଏହା ଅଧିକ ଲୋକଦ୍ରୁତ ହୋଇ ପାରିବ ା ସେହିପରି ବନ୍ୟପ୍ରାଣୀ ଭୟ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା କରିବା ସହ ଆଲୋକ ବ୍ୟବସ୍ଥା କରିବା ଜରୁରୀ ବୋଲି ପ୍ରକୃତିପ୍ରେମୀ ତଥା ପୂର୍ବତନ ଏମ୍‌ପି ଅନନ୍ତ ନାୟକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?