ସୁନୀଲ୍‌ଙ୍କୁ ଥାପଡ଼ ମାରିଲେ କଟ୍ରିନା: ହସି ହସି ଗଡିଗଲେ ସଲମାନ୍‌

କମେଡି କଳାକାର ସୁନୀଲ ଗ୍ରୋଭର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କୁ ଦେଖି ଖୁବ୍‌ ଜୋର୍‌ରେ ହସିବାକୁ ଲାଗିଲେ। ଏହା ଦେଖି କ୍ୟାଟ୍‌ ଜୋର୍‌ରେ ରାଗି ଯିବା ସହ ସୁନୀଲଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ସମସ୍ତ ଘଟଣା ନିକଟରେ ଥାଇ ଦେଖୁଥିବା ସଲମାନ୍‌ ଖାନ୍‌ କିନ୍ତୁ ସୁନୀଲଙ୍କୁ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଖୁବ୍‌ ଜୋର୍‌ରେ ହସିହସି ଗଡିଗଲେ। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ରିୟଲ୍‌ ନୁହେଁ ବରଂ ରିଲ୍‌ ଲାଇଫ୍‌ରେ ଏପରି ଘଟିଛି। ପ୍ରକୃତ ଘଟଣାଟା ହେଲା ଫିଲ୍ମ ‘ଭାରତ’ ମାଧ୍ୟମରେ ପ୍ରଥମ ଥର ପାଇଁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନୀଲ। ଏଥିରେ ତାଙ୍କୁ ସଲମାନ୍‌ ଏବଂ କଟ୍ରିନାଙ୍କ ସହ ଦେଖିବାକୁ ମିଳିବ। ଫିଲ୍ମରେ ସୁନୀଲଙ୍କ ଚରିତ୍ରର ନାମ ରହିଛି ବିଲାୟତି। ସଲମାନ୍‌ଙ୍କୁ ଚାରିଆଡେ ଖାଲି କଟ୍ରିନା ଦେଖାଯାଇଛନ୍ତି। ତେବେ ଏକ ଦୃଶ୍ୟରେ କଟ୍ରିନାଙ୍କୁ ସେ ଦେଖୁଛନ୍ତି। ଏହା ସତ କି ତାଙ୍କର ଭ୍ରମ ତାହା ଚେକ୍‌ କରିବା ପାଇଁ ସୁନୀଲ୍‌ କଟ୍ରିନାଙ୍କୁ ହାତମାରି ଚେକ୍‌ କରୁଛନ୍ତି। ଏହା ପରେ କ୍ୟାଟ୍‌ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଛନ୍ତି। ନିକଟରେ ଛିଡ଼ାହୋଇଥିବା ସଲମାନ୍‌ ଏହା ଦେଖି ହସି ହସି ଗଡ଼ିଯାଉଛନ୍ତି। ଏକ ସାକ୍ଷାତକାରରେ ସୁନୀଲ ଏହି କଥାର ଖୁଲାସା କହିବା ସହ ଏହି ଦୃଶ୍ୟର ଶୁଟିଂ କରିବା କଷ୍ଟକର ଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri