Posted inଖେଳ

ସୁଜୁକାରେ ଭାରତର ରାଜୀବ ଶ୍ରେଷ୍ଠ ୧୦ର ନିକଟତର

ଭୁବନେଶ୍ୱର,୨୯।୬(ସ୍ପୋଟର୍‌ସବ୍ୟୁରୋ)-
ଜାପାନର ସୁୁଜୁକାରେ ଅନୁଷ୍ଠିତ ଏଫ୍‌ଆଇଏମ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଆନ୍‌ଶିପ୍‌ (ଏଆରସିସି)ର ଚତୁର୍ଥ ରାଉଣ୍ଡ ରେସ୍‌ରେ ଇଡେମିତ୍‌ସୁ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌ର ଚାଳକ ରାଜୀବ ସେଥୁ ଓ ସେନ୍ଥିଲ କୁମାର ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଶ୍ରେଷ୍ଠ ଲ୍ୟାପ୍‌ ସମୟ ସହିତ ରାଜୀବ ଶ୍ରେଷ୍ଠ ୧୦ ଜଣଙ୍କ ପାଖାପାଖି ରହି ରେସ୍‌ ଶେଷ କରିଛନ୍ତି। ଏଥିସହ ସେ ଏପି ୨୫୦ ଶ୍ରେଣୀର ପ୍ରଥମ ତିନି ରାଉଣ୍ଡରେ ଅନ୍ୟ ପ୍ରତିଯୋଗୀଙ୍କ ପାଇଁ ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ୨୦୧୮ ସିଜନରେ ୨୮ତମ ସ୍ଥାନରେ ଥିବା ରାଜୀବ ୧୪ଟି ସ୍ଥାନ ଉପରକୁ ଉଠି ୨୨ ପଏଣ୍ଟ ସହ ୧୪ତମ ସ୍ଥାନରେ ରହିଛନ୍ତି। ସେନ୍ଥିଲଙ୍କ ପାଇଁ ମଧ୍ୟ ଏହି ରେସ୍‌ ବହୁତ ଭଲ ଥିଲା। ଏହି ୧୮ ବର୍ଷୀୟ ଚାଳକ ଶ୍ରେଷ୍ଠ ଲ୍ୟାପ୍‌ ଟାଇମ୍‌ ସହ ୨୪ତମ ସ୍ଥାନରେ ରେସ୍‌ ଶେଷ କରିଛନ୍ତି। ଗତକାଲି ବର୍ଷା ହୋଇଥିଲା। ଏହାର ଫାଇଦା ନେଇ ରେସ୍‌ର ପ୍ରଥମ ତିନି ସ୍ଥାନକୁ ଇଣ୍ଡୋନେସିଆ ଚାଳକମାନେ ଦଖଲ କରିଛନ୍ତି। ସେମାନେ ହେଉଛନ୍ତି ଆଣ୍ଡି ମହମ୍ମଦ ଫାଡଲି, ଇରଫାନ୍‌ ଆର୍ଡିୟାନଶାହ ଓ ଆର୍‌ କ୍ରିସାନ୍ଥୋ ରାତୁକୋରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri