ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ଅଞ୍ଚଳବାସୀ ଭୟରେ ଦିନ ବିତାଉଛନ୍ତି। ସୁବର୍ଣ୍ଣରେଖା କୂଳକ୍ଷୟରୁୁ କଙ୍କଡାପାଳ ଗାଁକୁ ସୁରକ୍ଷା ଦେବା ସକାଶେ ଜଳସେଚନ ବିଭାଗ ତରଫରୁ ପ୍ରସ୍ତୁତ ମାଷ୍ଟରପ୍ଲାନ ଏଯାଏ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରି ନାହିଁ । ଫଳରେ କଙ୍କଡାପାଳ ନଦୀଗର୍ଭକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଉଲ୍ଲେଖନୀୟ ଯେ, କଙ୍କଡାପାଳ ନିକଟରେ ନଦୀକୂଳ କ୍ଷୟ ହେଉଥିବାରୁ ଏହାକୁ ରୋକିବା ଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୫ଶହ ମିଟର ନଦୀକୂଳକୁ ପଥର ପ୍ୟାକିଂ କରାଯିବା ଲାଗି ୧୫କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ପରେ ଆସିଥିଲା ମାତ୍ର ୩କୋଟି ଟଙ୍କା ା ସେଥିରେ ୪ ଶହ ମିଟର ଯାଏ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ା ଅବଶିଷ୍ଟ କାମ ହୋଇପାରିନାହିଁ ା ଅର୍ଥାଭାବରୁ କାମ ବନ୍ଦ ଥିବା ସମ୍ପର୍କରେ ଜଳସେଚନ ବିଭାଗ ପକ୍ଷରୁ ସରକାରଙ୍କୁ ଜଣାଇ ଦିଆଯାଇଛି। କଙ୍କଡାପାଳ ଗାଁରେ ବସବାସ କରୁଥିବା ୩୨୭ ପରିବାର ମଧ୍ୟରୁ ୧୨୭ ପରିବାରଙ୍କ ଘରଡିହ ନଦୀଗର୍ଭରେ ମିଶ ସାରିଲାଣି । ବାକି ୨ଶହ ପରିବାର ଏବେ ଆଶଙ୍କାରେ ଦିନ ବିତାଉଛନ୍ତି। ଏଠାରେ ପ୍ରସ୍ତାବିତ ବନ୍ଦର ହୋଇଥିଲେ ଗ୍ରାମବାସୀ ବାସଚ୍ୟୁତ ହୋଇ ଘର କରିବାକୁ ସୁରକ୍ଷିତ ସରକାରୀ ଜାଗା ଓ ଆର୍ଥତ୍କ ସହାୟତା ପାଇଥାନ୍ତେ ା ମାତ୍ର ବନ୍ଦର ନିର୍ମାଣ ଯୋଜନାର ଦିନ ଗଡି ଚାଲିଥିବା ବେଳେ ନଦୀକୂଳ ବାସିନ୍ଦା ଏବେ ଅଥୟ ସ୍ଥିତିରେ ରହିଛନ୍ତି।
ସମୁଦ୍ର ଓ ସୁବର୍ଣ୍ଣରେଖା ନଦୀର ମୁହାଣର ଅଳ୍ପ ଦୂରରେ କଙ୍କଡାପାଳ ଗ୍ରାମ ଥିବାରୁ ପ୍ରବଳ ଜୁଆର ମାଡ ହୋଇଥାଏ। ବିଗତ କିଛି ବର୍ଷ ମଧ୍ୟରେ ଗାଁର ଅନେକ ଘରବାଡି ସହିତ ଚାଷ ଜମି ନଦୀରେ ବିଲୀନ ହୋଇଗଲାଣି। ଗାଁର ସୁବଳ ମହାନ୍ତି କହିଛନ୍ତି, ପୂର୍ବରୁ ଗାଁ ଠାରୁ ୨ କି.ମି. ଦୂରରେ ନଈ ଥିଲା। ଏବେ ଗାଁକୁ ନଦୀ ଗିଳିଦେବାକୁ ବସଲାଣି। ତାଙ୍କ ଘର ୩ ଥର ନଈରେ ଭାସିଯିବାରୁ ସେ ଏବେ ଜଣେ ପଡୋଶୀଙ୍କ ଜାଗାରେ ଘର କରି ପିଲାଛୁଆଙ୍କୁ ଧରି ରହୁଛନ୍ତି ା ଗତ ୫ବର୍ଷ ମଧ୍ୟରେ ଲକ୍ଷ୍ମୀକାନ୍ତ ଦାସ, ଶାମ ଗିରି, ବାବୁଲା ମହାନ୍ତି, ପୂର୍ଣ୍ଣ ମହାନ୍ତି ଓ କାହ୍ନୁ ମହାନ୍ତିଙ୍କ ପରି ୧୩୦ ଜଣଙ୍କ ଘର ନଦୀ ଗର୍ଭକୁ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି। ଏହି ଗ୍ରାମର ମହେନ୍ଦ୍ର ପାତ୍ରଙ୍କ ଘରବାଡିକୁ ଲାଗି ପୂର୍ବରୁ ୨ ଏକର ଜମି ଥିଲା। ନଈ ଖାଇଯିବାରୁ ଏହି ଜମି ବର୍ତ୍ତମାନ ୧୦ ଡିସିମିଲକୁ ଖସିଆସିଛି ା ଗାଁରେ ୯୦ ପ୍ରତିଶତ ଲୋକ ମତ୍ସ୍ୟଜୀବୀ ା ମାଛ ମାରି ଜୀବିକା ନିର୍ବାହ କରନ୍ତି ା ସେମାନେ କହିଛନ୍ତି, ନଦୀରେ ଆସୁଥିବା ଜୁଆର ପାଣି ଉତ୍ତର ଦିଗ ଭୋଗରାଇ ପଟେ ମାଡ ନ କରି ଦକ୍ଷିଣ ପାଖ କଙ୍କଡାପାଳ ଗାଁ ପାର୍ଶ୍ୱକୁ ଖାଇ ଚାଲିଛି ା ଜନସାଧାରଣ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ଉଦାସୀନ ହୋଇ ରହୁଛି। ୧୫ ଶହ ମିଟର ପଥର ପ୍ୟାକିଂ ଯୋଜନା ହୋଇଥିବା ବେଳେ ମାତ୍ର ୪ଶହ ମିଟର କାମ କରାଯାଇଛି। ଅନ୍ୟପକ୍ଷେ ନିମ୍ନମାନର କାମ ହୋଇଥିବାରୁ ଏହାର ସ୍ଥାୟିତ୍ୱ ନେଇ ସନ୍ଦେହ ପ୍ରକାଶ ପାଉଛି। ଯଦି ସୁବର୍ଣ୍ଣରେଖାରେ ପ୍ରବଳ ବନ୍ୟା ଆସେ ତେବେ ସବୁକିଛି ଭାସି ଯିବ। ବର୍ତ୍ତମାନ ବର୍ଷାଦିନେ ଅଶାନ୍ତ ରୂପ ନେଉଥିବା ନଦୀ ଲୋକଙ୍କ ଆଖିରୁ ନିଦ ହଜାଇଛି। ା ଅତୀତରେ ନିକଟସ୍ଥ ପିପିଲି ମୁହାଣ ପୋତି ହୋଇଯିବା ଯୋଗୁ ଏହି ଅଞ୍ଚଳ ପ୍ରତି ଅଧିକ ବିପଦ ମାଡି ଆସିଛି ବୋଲି ଗ୍ରାମବାସୀ କହିଛନ୍ତି ା ଏ ସମ୍ପର୍କରେ ଜଳସେଚନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଉପରସ୍ତରକୁ ପ୍ରସ୍ତାବ ପଠ


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri