ସୀମାରେ ଅଟକିଲେ ଘରମୁହଁ। ଶ୍ରମିକ

ପାଟଣା, ୩।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଟଭାସରୁଆ ନିକଟ ସୀମାନ୍ତରେ ଶୁକ୍ରବାର ସାରେ ପଶ୍ଚିମବଙ୍ଗର ୯ଜଣ ଶ୍ରମିକ ଆସି ପହଞ୍ଚିଛନ୍ତି। ଏମାନେ ଯାଜପୁର ଜିଲା ଡୁବୁରୀରୁ ସାଇକେଲରେ ଆସିଛନ୍ତି। ଶ୍ରମିକମାନେ ୩୨୦ କି.ମି ଯାତ୍ରା କରିବା ପରେ ନିଜ ଭିଟାମାଟିରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି।
ଏହି ଶ୍ରମିକମାନେ ଜଣେ ଠିକାଦାରଙ୍କ ଅଧୀନରେ ଡୁବୁରୀସ୍ଥିତ ଏକ ପ୍ଲାଣ୍ଟରେ ୫ମାସ ହେଲା କାମ କରୁଥିଲେ। କରୋନା ଯୋଗୁ ଦେଶବ୍ୟାପୀ ଲକଡାଉନ ଯୋଗୁ ଫ୍ୟାକ୍ଟ୍ରି ବନ୍ଦ ହୋଇଯାଇଥିଲା। ଏହି ଶ୍ରମିକମାନେ ଡୁବୁରୀରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ପରେ ଗୁରୁବାର ରାତି ୩ଟାରୁ ସାଇକେଲରେ ବାହାରିଛନ୍ତି। ସମସ୍ତେ ୪ ହଜାର ଟଙ୍କା ଦେଇ ଗୋଟିଏ ଲେଖାଏଁ ସାଇକେଲ କିଣିଛନ୍ତି। ଆସିବା ବେଳେ ବାଟରେ କେବଳ ଶୁଖିଲା ବିସ୍କୁଟ ଖାଇଥିବା କହିଛନ୍ତି। ଲକ୍‌ଡାଉନ୍‌ କଟକଣା ପାଇଁ ପାଟଣା ପୋଲିସ ଓ ସାହାରପଡା ପ୍ରଶାସନ ତରଫରୁ କେନ୍ଦୁଝର ଓ ମୟୂରଭଞ୍ଜ ସୀମା ପୋଲିସ ଚେକପୋଷ୍ଟରୁ ଏମାନଙ୍କୁ ଫେରାଇ ଆଣି ସାହାରପଡା ହାଇସ୍କୁଲରେ ରଖିଛନ୍ତି। ସେହିପରି ଛତିଶଗଡ଼ରୁ ୧୨ଜଣ ଶ୍ରମିକ ୨୨୦ ନମ୍ବର ଜାତୀୟ ରାଜପଥରେ ପାଟଣା ଦେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ପାଟଣା ପୋଲିସ ସେମାନଙ୍କୁ ଅଟକାଇ ସାହାରପଡା ହାଇସ୍କୁଲରେ କ୍ୱାରାଣ୍ଟାଇନରେ ରଖିଛି। ଏଣେ ଘରମୁହାଁ ହୋଇଥିବା ଏହି ଶ୍ରମିକମାନେ ନିଜ ଗାଁକୁ ଯିବା ପାଇଁ ନିବେଦନ କରିଛନ୍ତି। ଏହି ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ପୁରୁଲିଆ ଜିଲାର ହୁଡା ଓ ଜୟପୁର ଥାନା ଅଞ୍ଚଳରେ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri